www.samajalive.in
Saturday, December 6, 2025
15.1 C
Bhubaneswar

ଦୁଇ ବର୍ଷ ଜମିକୁ ଖୋଳିବା ପରେ ଚାଷୀଙ୍କୁ ମିଳିଲା ୩୦ ଲକ୍ଷ  ମୂଲ୍ୟର ହୀରା

ଭୋପାଳ .-  ଭାଗ୍ୟ ଦେବୀ କାହାକୁ କେମିତି ପ୍ରସନ୍ନ ହୋଇଥାଆନ୍ତି । ବେଳେ ବେଳେ କଠିନ ପରିଶ୍ରମ ବି ତାହାର ଉପହାର ପ୍ରଦାନ କରିଥାଏ । ଏପରି ଏକ ଘଟଣା ମଧ୍ୟପ୍ରଦେଶରେ ଘଟିଛି । ମଧ୍ୟପ୍ରଦେଶର ପନ୍ନା ଜିଲ୍ଲାର ଜଣେ ଚାଷୀ ସରକାରଙ୍କଠାରୁ  ୭୫- ବର୍ଗ ଫୁଟର ଜମି ଲିଜ୍‌ ଆକାରରେ ନେଇଥିଲେ ।  ଏହାପରେ ସେ ଜମିକୁ ଖୋଳିବାରେ ଲାଗିଥିଲେ। ପ୍ରାୟ ୨ ବର୍ଷ ଖୋଳିବା ପରେ ତାଙ୍କୁ ଏକକ ହୀରା ମିଳିଛି । ୧୨.୫୮ କ୍ୟାରେଟ୍‌ର ଏହି ହୀରାର ମୂଲ୍ୟ ୩୦ ଲକ୍ଷ୍ୟ ଟଙ୍କା ହେବ ବୋଲି ଆକଳନ କରାଯାଇଛି ।

ପନ୍ନା ଜିଲାର ଜନକପୁର ଗ୍ରାମର ପ୍ରକାଶ ଶର୍ମାନାମକ ଜଣେ ମଧ୍ୟମ ଧରଣର ଚାଷୀ ସରକାରଙ୍କଠାରୁ ଏକ ଜମି ଲିଜ୍‌ ଆକାରରେ ନେଇଥିଲେ। ସେହି ଅଞ୍ଚଳରେ ହୀରା ମିଳୁଥିବାରୁ ସେ ହୀରା ଆଶାରେ ଜମିକୁ ଖୋଳିବାରେ ଲାଗିଥିଲେ । ଶ୍ରମକଙ୍କୁ ଖୋଳିବାକୁ କହିଲେ ଅଧିକ ଟଙ୍କା ଦେବାକୁ ପଡିବା ବୋଲି ସେ ନିଜେ ଜମିକୁ ଖୋଳିଥିଲେ। । ୨ ବର୍ଷ ପରେ ପରିଶ୍ରମର ଫଳ ମିଳିଥିଲା । ସେ ୧୨.୫୮ କ୍ୟାରେଟ୍‌ର ହୀରା ପାଇଥିଲେ। ଏହାପରେସେ ଏହାକୁ ପାନ୍ନା ଜିଲା ସରକାରୀ ହୀରା କେନ୍ଦ୍ରରେ ଦାଖଲ କରିଥିଲେ । ଏହାର ମୂଲ୍ୟ ପ୍ରାୟ ୩୦ ଲକ୍ଷଟଙ୍କା ହେବ ବୋଲି କେନ୍ଦ୍ରର ମୁଖ୍ୟ ସନ୍ତୋଷ ସିଂ କହିଛନ୍ତି । ପ୍ରକାଶ ଶର୍ମା ଏଥିରୁ ୮୯ ପ୍ରତିଶତ ପାଇବାକୁ ଥିବାବେଳେ ସରକାରୀ  ତହବିଲ୍‌କୁ ୧୧ ପ୍ରତିଶତ ଯିବ ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories