www.samajalive.in
Sunday, December 14, 2025
15.1 C
Bhubaneswar

ଯକୃତ ପ୍ରତିରୋପଣ କ୍ଷେତ୍ରରେ ଘୋର ଅବ୍ୟବସ୍ଥା

ଭୁବନେଶ୍ବର: ଯକୃତ ପ୍ରତିରୋପଣ ପାଇଁ କଟକ ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲରେ ସ୍ୱତନ୍ତ୍ର ୟୁନିଟ୍‌ କାର୍ଯ୍ୟକ୍ଷମ କରିବାକୁ ପୁଣି ଥରେ ପ୍ରକ୍ରିୟା ଆରମ୍ଭ ହୋଇଛି। ଏ ନେଇ ଡାକ୍ତରୀ ଶିକ୍ଷା ଏବଂ ତାଲିମ ନିର୍ଦେଶାଳୟ ପକ୍ଷରୁ ଆଗ୍ରହୀ ସଂସ୍ଥା ବା ଅନୁଷ୍ଠାନଗୁଡ଼ିକ ଆବେଦନ କରିବାକୁ କୁହାଯାଇଛି। ଯକୃତ ପ୍ରତିରୋପଣ ପାଇଁ ରାଜ୍ୟ ବାହାରେ ଥିବା ଅଳ୍ପ କେତୋଟି ଘରୋଇ ଡାକ୍ତରଖାନା ଉପରେ ନିର୍ଭର କରିବାକୁ ପଡୁଥିବାରୁ ସେଥିପାଇଁ ୨୫ରୁ ୩୦ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିଲା। ଏହି କେନ୍ଦ୍ର କାର୍ଯ୍ୟକ୍ଷମ ହେଲେ ରାଜ୍ୟ ତଥା ପଡ଼ୋଶୀ ରାଜ୍ୟଗୁଡ଼ିକର ରୋଗୀମାନେ ସୁଫଳ ପାଇବେ ଓ ଏହି କେନ୍ଦ୍ରରେ ମାଗଣାରେ ଯକୃତ ପ୍ରତିରୋପଣ ହୋଇପାରିବ। ମାତ୍ର ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ପ୍ରକ୍ରିୟା ଏବର ନୁହଁ। ୩ବର୍ଷ ତଳେ ଏହି ଉଦ୍ୟମ ଆରମ୍ଭ ହୋଇଥିଲେ ହେଁ ତାହା ଶୀତଳଭଣ୍ଡାରରେ ପଡ଼ିରହିଛି।

ସୂଚନାଯୋଗ୍ୟ, ୨୦୧୯ ଜୁଲାଇରେ ଏକ ସମୀକ୍ଷା ବୈଠକରେ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ କହିଥିଲେ, ସେହିବର୍ଷ ଡିସେମ୍ବର ସୁଦ୍ଧା କଟକ ବଡ଼ ଡାକ୍ତରଖାନାରେ ଯକୃତ ପ୍ରତିରୋପଣ କେନ୍ଦ୍ର କାର୍ଯ୍ୟକ୍ଷମ ହେବ। ମାସକ ଭିତରେ ଏଥିପାଇଁ ତାଲିମପ୍ରାପ୍ତ ଡାକ୍ତରଙ୍କୁ ନିଯୁକ୍ତ କରାଯିବ। ବାସ୍ତବରେ ସେ ଦିଗରେ ପଦକ୍ଷେପ ନିଆଯାଇ ନ ଥିଲା। ଗତବର୍ଷ ଅକ୍ଟୋବରରେ ଏହାକୁ କାର୍ଯ୍ୟକ୍ଷମ କରିବା ପାଇଁ ପୁଣି ପଦକ୍ଷେପ ନିଆଯାଇଥିଲା। ସ୍ବାସ୍ଥ୍ୟମନ୍ତ୍ରୀ ଏସ୍‌ସିବି ଗ୍ୟାଷ୍ଟ୍ରୋ ଏ​‌େ​ଣ୍ଟ୍ରାଲୋଜି ସର୍ଜରୀ ବିଭାଗରେ ଓପିଡି ଉଦ୍‌ଘାଟନ କରିଥିଲେ। ଏଥିରେ ପଞ୍ଜୀକରଣ ବ୍ୟବସ୍ଥା ଆରମ୍ଭ ହୋଇଥିଲା। ୧୧୫ ଜଣ ରୋଗୀ ଏଥିପାଇଁ ପଞ୍ଜୀକରଣ କରିଥିଲେ ମଧ୍ୟ ଯକୃତ ପ୍ରତିରୋପଣ ୟୁନିଟ୍‌ ପ୍ରତିଷ୍ଠା ପାଇଁ କୌଣସି ଠୋସ୍‌ ପଦକ୍ଷେପ ନିଆଯାଇନାହିଁ। ପ୍ରାୟ ୧୨ କୋଟି ଟଙ୍କାର ଉପକରଣ କିଣାଯାଇଥିଲେ ମଧ୍ୟ ଆନୁସଙ୍ଗିକ ବ୍ୟବସ୍ଥା ଅଭାବରୁ ଏହି କେନ୍ଦ୍ର କାର୍ଯ୍ୟକ୍ଷମ ହୋଇପାରୁନଥିବା ଜଣାପଡ଼ିଛି।

- Advertisement -

ସୂଚନା ଅନୁଯାୟୀ, ଏହି ପ୍ରତିରୋପଣ କେନ୍ଦ୍ରକୁ କାର୍ଯ୍ୟକ୍ଷମ କରିବା ପାଇଁ ଆବେଦନକାରୀ ସଂସ୍ଥାଙ୍କ ମଧ୍ୟରୁ ସମସ୍ତ ସର୍ତ୍ତ ପୂରଣ କରୁଥିବା ସଂସ୍ଥାକୁ ଅଗ୍ରାଧିକାର ଦିଆଯିବ। ସମ୍ପୃକ୍ତ ସଂସ୍ଥା ରାଜ୍ୟ ସରକାରଙ୍କ ସହଯୋଗରେ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରିବ। ଜାତୀୟ ଅଙ୍ଗ ପ୍ରତିରୋପଣ କାର୍ଯ୍ୟକ୍ରମ ଅଧୀନରେ ସମସ୍ତ କାର୍ଯ୍ୟ କରାଯିବ। ସମ୍ପୃକ୍ତ ସଂସ୍ଥା ଡାକ୍ତର, ନର୍ସ ଓ ଅନ୍ୟାନ୍ୟ କର୍ମଚାରୀଙ୍କୁ ଆବଶ୍ୟକ ପ୍ରଶିକ୍ଷଣ ଦେବା ବ୍ୟବସ୍ଥା କରିବ। ବିଶେଷକରି ରାଜ୍ୟରେ ଯକୃତ ପ୍ରତିରୋପଣ ଆବଶ୍ୟକ କରୁଥିବା ଶିଶୁଙ୍କୁ ଚିହ୍ନଟ, ପ୍ରତିରୋପଣ କରାଇବା ଏବଂ ଏହା ପରବର୍ତ୍ତୀ ଚିକିତ୍ସା ବ୍ୟବସ୍ଥାକୁ ସଠିକ୍‌ ଢଙ୍ଗରେ ଚଳାଇବା ପାଇଁ ଯୋଜନା କରାଯାଇଛି। ଯକୃତ ପ୍ରତିରୋପଣ ପାଇଁ ଆବଶ୍ୟକ ଅର୍ଥ ରାଜ୍ୟ ସରକାର ବହନ କରିବା ସହ ସାମାଜିକ ଅନୁଷ୍ଠାନ ଓ ସାମାଜିକ କର୍ପୋରେଟ ଦାୟିତ୍ୱବୋଧ କାର୍ଯ୍ୟକ୍ରମ ଜରିଆରେ ଭରଣା କରାଯିବା ଲକ୍ଷ୍ୟ ରହିଛି। କିନ୍ତୁ ଏସବୁ ଯୋଜନା ଠିକଣା ଢଙ୍ଗରେ କାର୍ଯ୍ୟକାରୀ ହୋଇପାରୁନଥିବାରୁ ଯକୃତ ପ୍ରତିରୋପଣ ୟୁନିଟ୍‌ ସ୍ଥାପନ କେବଳ ସରକାରଙ୍କ ଘୋଷଣାରେ ସୀମିତ ରହିଯାଇଛି।

ଭାରତ ଶରୀର ଓ ଅଙ୍ଗଦାନ ସମିତି ଅଧ୍ୟକ୍ଷ ଡ. ପ୍ରଭାସ ଚନ୍ଦ୍ର ଆଚାର୍ଯ୍ୟ ଅଙ୍ଗ ପ୍ରତିରୋପଣ କ୍ଷେତ୍ରରେ ଓଡ଼ିଶା ବହୁ ପଛରେ ରହିଥିବା ଯୋଗୁଁ ରୋଗୀଙ୍କୁ ଅନ୍ୟ ରାଜ୍ୟ ଯାଇ ହିନସ୍ତା ​ହେବାକୁ ପଡୁଛି ବୋଲି କହିଛନ୍ତି। ଦୁଇ ବର୍ଷ ତଳେ ଯେଉଁ ତିନିଜଣ ମହିଳାଙ୍କ ଶରୀରରୁ ଅଙ୍ଗ ଉଦ୍ଧାର କରାଗଲା ସେତେବେଳେ ମଧ୍ୟ ଏହା ବୃକକ୍ରେ ସୀମିତ ରହିଥିଲା। ଚର୍ମ ବ୍ୟାଙ୍କର ଅଗ୍ରଗତି ମଧ୍ୟ ନଥି (ଫାଇଲ) ଭିତରେ ରହିଥିବା ଦୁଃଖଦାୟକ ବୋଲି ଡ. ଆଚାର୍ଯ୍ୟ ମତ ଦେଇଛନ୍ତି। ରାଜ୍ୟ ସରକାରଙ୍କୁ ଏ ଦିଗରେ ବିହିତ ପଦକ୍ଷେପ ନେବା ଲାଗି ଇତିମଧ୍ୟରେ ଉଚ୍ଚନ୍ୟାଳୟରେ ସେ ଏକ ଜନସ୍ୱାର୍ଥ ମାମଲା ମଧ୍ୟ ଦାଏର କରିଥିବା କହିଛନ୍ତି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories