www.samajalive.in
Sunday, December 7, 2025
26.1 C
Bhubaneswar

ଆଖଣ୍ଡଳମଣି ମନ୍ଦିରକୁ ରାଜ୍ୟ ସରକାରଙ୍କ ଉପେକ୍ଷା

-ବନ୍ଦ ହେବ ଦିଅଁଙ୍କ ବାର୍ଷିକ ନୀତିକାନ୍ତି ଓ ପର୍ବପର୍ବାଣୀ!

– ସପ୍ତାହ ମଧ୍ୟରେ ବାର୍ଷିକ ଅନୁଦାନ ନମିଳିଲେ ଆନ୍ଦୋଳନକୁ ଓହ୍ଲାଇବେ ସେବାୟତ
ଆରଡ଼ି : ରାଜ୍ୟର ପ୍ରସିଦ୍ଧ ଶୈବପୀଠ ଆରଡିଧାମର ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ପରମ୍ପରା ଅନୁଯାୟୀ ଦୈନଦିନ ୫ଧୂପ ନୀତିକାନ୍ତି ସହ ୩ଟି ବେଶ ଅନୁଷ୍ଠିତ ହୋଇଥାଏ। ତାହାସହ ମୁଖ୍ୟ ଯାତ୍ରା ଜାଗରଯାତ୍ରା, ଚନ୍ଦନଯାତ୍ରା, ଶିବବିବାହ, ଝୁଲଣଯାତ୍ରା, ଦୋଳପୂର୍ଣ୍ଣିମା, ବୈଶାଖୀବ୍ରତ ଆଦି ସମେତ ୧୫ ପର୍ବ ପାଳନ ହୋଇଥାଏ। ଏଥିପାଇଁ ମନ୍ଦିର ପରିଚାଳନା କମିଟ ପକ୍ଷରୁ ୨୦ଲକ୍ଷରୁ ଉର୍ଦ୍ଧ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ବାର୍ଷିକ ୫/୬ଲକ୍ଷ ଟଙ୍କା ଅନୁଦାନ ମିଳିଥାଏ। କିନ୍ତୁ ଚଳିତବର୍ଷ ବାବା ଆଖଣ୍ଡଳମଣିଙ୍କ ମନ୍ଦିରକୁ ରାଜ୍ୟ ସରକାରଙ୍କ ଖାମଖିଆଲି ମନଭାବ ଯୋଗୁ ଚଳିତବର୍ଷ ବାର୍ଷକ ଅନୁଦାନରୁ ବଞ୍ଚିତ ହୋଇଛି। ଯାହାକୁ ନେଇ ମନ୍ଦିରର ସେବାୟତଙ୍କ ସହ ଆଗନ୍ତୁକ ଭକ୍ତଙ୍କ ମନରେ ଅସନ୍ତୋଷ ଦେଖାଦେଇଛି। ସୂଚନା ଅନୁଯାୟୀ ମନ୍ଦିରର ଦୈନଦିନ ସେବାପୂଜା ଓ ପରିଚାଳନା ନିମନ୍ତେ ମନ୍ଦିର ପ୍ରଶାସାନ ପକ୍ଷରୁ ମାସିକ ୫୦/୬୦ ହଜାର ଟଙ୍କା ବ୍ୟୟ କରୁଥିବା ବେଳେ ନୀତିକାନ୍ତି ନିମନ୍ତେ ସେବାୟତମାନେ ୧ଲକ୍ଷ ରୁ ଉର୍ଦ୍ଧ ଟଙ୍କା ଖର୍ଚ୍ଚ କରିଥାନ୍ତି। ଏଥିସହ ବିଭିନ୍ନ ପର୍ବପର୍ବାଣୀରେ ମଧ୍ୟ ଅନୁରୂପଭାବେ ମନ୍ଦିର ପ୍ରଶାସନ ଓ ସେବାୟତମାନେ ପାଖାପାଖି ୧୫ଲକ୍ଷରୁ ଉର୍ଦ୍ଧ ଟଙ୍କା ଖର୍ଚ୍ଚ କରିଥାନ୍ତି। ହେଲେ ମନ୍ଦିରକୁ ଦୈନଦିନ ଆସୁଥିବା ଭକ୍ତମାନଙ୍କ ଭେଟି ଓ ହୁଣ୍ଡିରୁ ମିଳୁଥିବା ଅର୍ଥରାଶି ବ୍ୟୟ ଠାରୁ କମ୍‍ ହେଉଥିବାରୁ ଆସନ୍ତା ବର୍ଷ ଦିଅଁଙ୍କ ଦୈନଦିନ ସେବାପୂଜା ସମେତ ବାର୍ଷକ ପର୍ବପର୍ବାଣୀ ବନ୍ଦ ହୋଇଯିବ ବୋଲି ମତପ୍ରକାଶ ପାଇଛି। ଏପରିକି ଯଦି ରାଜ୍ୟ ସରକାରଙ୍କ ପକ୍ଷରୁ ସପ୍ତାହ ମଧ୍ୟରେ ବାର୍ଷିକ ଅର୍ଥରାଶି ନମିଳେ ତାହାଲେ ମନ୍ଦିରର ସେବାୟତମାନେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନି ଦେଇଛନ୍ତି। ଏ ସମ୍ବନ୍ଧରେ ସ୍ଥାନୀୟ ବିଧାୟକ ତଥା ମନ୍ଦିର ଟ୍ରଷ୍ଟର ସଭ୍ୟ ବ୍ୟୋମକେଶ ରାୟଙ୍କୁ ପଚାରିବାରୁ ଏ ସର୍ମ୍ପକରେ ବିଭାଗୀୟ ଅଧିକାରିଙ୍କ ସହ ଆଲୋଚନା କରିବେ ବୋଲି ପ୍ରକାଶ କରିଥିଲେ।

Hot this week

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories