www.samajalive.in
Thursday, December 11, 2025
16.1 C
Bhubaneswar

ସିଫା ବୈଜ୍ଞାନିକଙ୍କୁ ଜାତୀୟ ପ୍ରଫେସର ଉପାଧି

ପିପିଲି: କୌଶଲ୍ୟାଗଙ୍ଗ ସ୍ଥିତ କେନ୍ଦ୍ରୀୟ ମଧୁରଜଳ ଜୀବପାଳନ ଅନୁସନ୍ଧାନ ସଂସ୍ଥା (ସିଫା)ର ମତ୍ସ୍ୟ ରୋଗ ପରିଚାଳନା ବିଭାଗରେ ତିନି ଦଶନ୍ଧି ଧରି କାର୍ଯ୍ୟରତ ମତ୍ସ୍ୟ ବୈଜ୍ଞାନିକ ଡଃ ପ୍ରମୋଦ କୁମାର ସାହୁଙ୍କୁ ନୂଆଦିଲ୍ଲୀ ସ୍ଥିତ ଭାରତୀୟ କୃଷି ଅନୁସନ୍ଧାନ ପରିଷଦ ପକ୍ଷରୁ ‘ଜାତୀୟ ପ୍ରଫେସର ଉପାଧି’ ପ୍ରଦାନ କରାଯାଇଛି। ଏଭଳି ସମ୍ମାନଜନକ ଉପାଧି ପାଇବାରେ ସେ ହେଉଛନ୍ତି ତୃତୀୟ ମତ୍ସ୍ୟ ବୈଜ୍ଞାନିକ। ଡଃ ସାହୁଙ୍କ ଏହି ସଫଳତା ପାଇଁ ଗୁରୁବାର ସିଫାରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ସିଫାର ନିର୍ଦ୍ଦେଶକ ଡଃ ସରୋଜ କୁମାର ସ୍ୱାଇଁ ତାଙ୍କୁ ଅଭିନନ୍ଦନ ଜଣାଇବା ସହ ତାଙ୍କ କୃତିତ୍ୱର ଭୂୟସୀ ପ୍ରଶଂସା କରିଥିଲେ। ତାଙ୍କର ଏହି କୃତିତ୍ୱ ଆଗାମୀ ଦିନରେ ସିଫାର ସମ୍ମାନ ବୃଦ୍ଧି କରିବା ସହ ମତ୍ସ୍ୟବିଜ୍ଞାନ କ୍ଷେତ୍ରରେ ଏକ ସ୍ୱତନ୍ତ୍ର ଅଧ୍ୟାୟ ସୃଷ୍ଟି କରିବ ବୋଲି ଡ଼ଃ ସ୍ୱାଇଁ ଆଶାବ୍ୟକ୍ତ କରିଥିଲେ।

ମତ୍ସ୍ୟବିଜ୍ଞାନ କ୍ଷେତ୍ରରେ ଡ଼ଃ ସାହୁ ଜଣେ ବିଶ୍ୱବିଖ୍ୟାତ ଗବେଷକ ଓ ବୈଜ୍ଞାନିକ ଭାବେ ପରିଚିତ। ସମଗ୍ର ବିଶ୍ୱରେ ଚିନ୍ତାର କାରଣ ପାଲଟିଥିବା ମାଛର ଆର୍‍ଗୁଲସ୍‍ ରୋଗ ଉପରେ ଗବେଷଣା କରି ଡଃ ସାହୁ ସଫଳତା ହାସଲ କରିଛନ୍ତି। ପ୍ରସିଦ୍ଧ ଷ୍ଟାନ୍‍ଫୋର୍ଡ ବିଶ୍ୱବିଦ୍ୟାଳୟର ଶତକଡ଼ା ୨ ଭାଗ ଶ୍ରେଷ୍ଠ ବୈଜ୍ଞାନିକ ତାଲିକାରେ ତାଙ୍କ ନାମ ୨୦୨୦-୨୧ ବର୍ଷ ପାଇଁ ରହିଛି। ଡଃ ସାହୁ ଆଇସିଏଆର୍‍ ର ଶ୍ରେଷ୍ଠ ୧୦ଜଣ ବୈଜ୍ଞାନିକ ଭାବରେ ପରିଗଣିତ ହୋଇଛନ୍ତି। ଜାତୀୟ ପ୍ରଫେସର ମାନ୍ୟତା ପାଇବା ପରେ ସେ ‘କାର୍ପ ମାଛର ଆର୍‍ଗୁଲସ୍‍ ନିୟନ୍ତ୍ରଣ ପାଇଁ ବହୁବିଧ ବ୍ୟବସ୍ଥା ଓ ଏଥିପାଇଁ ନୋଭେଲ ଟୀକାର ବିକାଶ’ ଉପରେ ଏକ ପ୍ରକଳ୍ପରେ କାର୍ଯ୍ୟ କରିବେ ବୋଲି ସିଫା ପକ୍ଷରୁ ସୂଚନା ଦିଆଯାଇଛି।

Hot this week

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

Related Articles

Popular Categories