www.samajalive.in
Monday, December 8, 2025
27.1 C
Bhubaneswar

ଆଉ ୧୦ କରୋନା ପଜିଟିଭ୍ ଚହ୍ନଟ : ଅଣୁ ଆବଦ୍ଧାଞ୍ଚଳ ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକୁ ଅପେକ୍ଷା

ଜି.ଉଦୟଗିରି : କରୋନାର ତୃତୀୟ ଲହର ହୁ ହୁ ହୋଇ ବଢୁଥିବା ବେଳେ ଏବେ କନ୍ଧମାଳ ଜିଲ୍ଲାରେ ମଧ୍ୟ କରୋନା ଚିନ୍ତା ବଢାଇବାରେ ଲାଗିଛି । ଆଜି ଜି.ଉଦୟଗିରି ଏନଏସିରୁ ସାତଜଣ ଓ ବ୍ଳକରୁ ତିନି ଜଣ ମୋଟ ୧୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ପ୍ରଶାସନ ପକ୍ଷରୁ ଜଣାପଡିଛି । ୧୦ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୪ ଜଣ କୋଭିଡ ଯୋଦ୍ଧା ହୋଇଥିବା ବେଳେ (ଦୁଇ ଜଣ ଡାକ୍ତରଖାନା କର୍ମଚାରୀ ଓ ଦୁଇ ଜଣ ପୋଲିସ କର୍ମଚାରୀ) ମାଲିକାପଡି ପଞ୍ଚାୟତର ଜଣେ, କଳିଙ୍ଗା ପଞ୍ଚାୟତର ଦୁଇ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହିପରି ଭାବେ ସ୍ଥାନୀୟ ବିଜ୍ଞପିତ ଅଞ୍ଚଳ ପରିଷଦର ସାତ ଜଣଙ୍କ ମଧ୍ୟରୁ କୋଭିଡ ଯୋଦ୍ଧା ୪ ଜଣଙ୍କ ବ୍ୟତିତ ପଦାସାହିରୁ ଜଣେ, ପଠାଣ ସାହିରୁ ଦୁଇ ଜଣ, ମହାଗୁଡା ସାହିରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣା ପଡିଛି । ଏବାବଦରେ ନୋଡାଲ ଅଫିସର ଆଶିଷ କୁମାର ତ୍ରୀପାଠୀଙ୍କ ସହ ଯୋଗାଯୋଗ କରିବାରେ ସେ କହିଲେ ଯେ ସ୍ବାସ୍ଥ୍ୟକେନ୍ଦ୍ର ଓ ପୁଲିସ କାର୍ଯ୍ୟାଳୟର ସମସ୍ତ କର୍ମଚାରୀଙ୍କ କୋଭିଡ ଟେଷ୍ଟ କରାଯିବା ସହ ମାଇକ୍ରୋ କଣ୍ଟେନମେଣ୍ଟ କରାଯିବା ନେଇ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକୁ ଅପେକ୍ଷା କରାଯାଇଛି। ଏଥି ସହିତ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ବ୍ୟକ୍ତି ନିଜ ଆଡୁ କୋଭିଡ ପରୀକ୍ଷା କରାଇ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories