BJD Bijuli 480×75 Mob

ଚାଷୀ ଶୋଷଣ ଅଭିଯୋଗରେ କିଷାନ ସଂଘର ଦାବିପତ୍ର ପ୍ରଦାନ

BJD Bijuli 480×75 Mob

ବୌଦ୍ଧ: ବୌଦ୍ଧଜିଲାର ଚାଷୀମାନେ ଅବହେଳାର ଶୀକାର ହେବା ସହିତ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଜିଲାରେ ମିଲମାଲିକମାନଙ୍କ ମର୍ଜିରେ ଧାନମଣ୍ଡି ଚାଲିଥିବାବେଳେ କଟନୀଛଟନୀ କରାଯାଇ ଚାଷୀଙ୍କୁ ଶୋଷଣ କରାଯାଉଥିବା ନେଇ ଭାରତୀୟ କିଷାନ ସଂଘ ପକ୍ଷରୁ ଅଭିଯୋଗ କରାଯାଇଛି। ଜିଲାରେ ଯୋଗାଣ ବିଭାଗ,ମିଲମାଲିକ ଓ ପେକ୍ସ କର୍ମଚାରୀଙ୍କ ମଧ୍ୟରେ ଚାଲିଥିବା ମଧୁଚନ୍ଦ୍ରିକାରେ ଚାଷୀ ପେଶି ହୋଇଗଲାଣି। ଆପତ୍ତି ଅଭିଯୋଗ କଲେ କେହି ଶୁଣିବାକୁ ନାହିଁ। ଏଣୁ ଫସଲର ଲାଭକାରୀ ମୂଲ୍ୟ ଓ ମଣ୍ଡି ସୁବ୍ୟବସ୍ଥା ଦାବିରେ ଭାରତୀୟ କିଷାନ ସଂଘ ବୌଦ୍ଧଜିଲା

ଶାଖା ପକ୍ଷରୁ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ତିନୋଟି ବ୍ଲକର ବିଡିଓଙ୍କ ଜାରିଆରେ ଦାବିପତ୍ର ପ୍ରଦାନ କରାଯାଇଛି। କିଷାନ ସଂଘର ଜିଲା ସଭାପତି ସୂର୍ଯ୍ୟ ନାରାୟଣ ମହାପାତ୍ରଙ୍କ ନେତୃତ୍ୱରେ ଏହି ଦାବିପତ୍ର ପ୍ରଦାନ ସମୟରେ କୋଷାଧ୍ୟକ୍ଷ ଦୁତିବାହନ କମ୍ପ,କାଳିନ୍ଦି କ୍ଷେତୀ,ଭୋଳାଗିରି ସାହୁ,ନବୀନ ପ୍ରଧାନ,ବିଶିକେସନ ପ୍ରଧାନ,ରାମେଶ୍ୱର ବଡଚାଟ,ବିଶିକେସନ କର୍ମୀ,ଶେଷଦେବ ବଗର୍ତ୍ତି ପ୍ରମୁଖ ଚାଷୀନେତା ସାମିଲ ହୋଇ ତିନୋଟି ବ୍ଲକରେ ଦାବିପତ୍ର ପ୍ରଦାନ କରିଥିଲେ।

Comments are closed.