www.samajalive.in
Thursday, December 11, 2025
16.1 C
Bhubaneswar

ମିଛ କହୁଥିବା ବ୍ୟକ୍ତିଙ୍କୁ ଧରିବାର ସହଜ ଉପାୟ

ମିଛ ଏକ ଏପରି ଶବ୍ଦ ଯାହାକୁ ଆମେ ସମସ୍ତେ ଘୃଣା କରିଥାଆନ୍ତି। ହେଲେ ତଥାପି ଆମେ ସମସ୍ତେ ଜୀବନରେ କେବେ ନା କେବେ ମିଛ ନିଶ୍ଚୟ କହିଥାଉ। ତେବେ ସମସ୍ତଙ୍କ ମିଛ କହିବାର କାରଣ ପରସ୍ପର ଠାରୁ ଅଲଗା ହୋଇଥାଏ। ତେବେ ଚାଲନ୍ତୁ ଜାଣିବା ସେହିପରି କିଛି ଉପାୟ ଯାହାଦ୍ୱାରା କେହି ଆପଣଙ୍କୁ ମିଛ କହୁଥିଲେ ଆପଣ ସହଜରେ ଜାଣିପାରିବେ –

୧. ଯେତେବେଳେ କୌଣସି ବ୍ୟକ୍ତି ମିଛ କୁହେ, ସେତେବେଳେ ସେ ସାମାନ୍ୟ ଉଚ୍ଚସ୍ୱରରେ କଥାବାର୍ତ୍ତା କରିଥାଏ। ହେଲେ ସତ କହୁଥିବା ବ୍ୟକ୍ତି ଧୀରସ୍ଥିର ଭାବେ ଆରାମରେ କଥାବାର୍ତ୍ତା କରିଥାଏ। ଯଦିଓ ଏହାଦ୍ୱାରା ଆପଣ ନିଶ୍ଚିତ ହୋଇ କହିପାରିବେ ନାହିଁ ଯେ କେହି ଆପଣଙ୍କୁ ମିଛ କହୁଛି କି ନାହିଁ, ହେଲେ ଏହାଦ୍ୱାରା ଅନୁମାନ ନିଶ୍ଚୟ କରାଯାଇ ପାରିବ।
୨. ବ୍ୟକ୍ତି ମିଛ କହୁଥିବା ସମୟରେ ନିଜ କଥାକୁ ବିଶ୍ୱାସ ଯୋଗ୍ୟ କରାଇବା ପାଇଁ ନିଜ ଅଙ୍ଗଭଙ୍ଗୀ ଠାରୁ ଅଧିକ ନିଜ କଥା ଉପରେ ଜୋର ଦେଇଥାଏ। କୁହାଯାଏ ଯେ ମିଛ କହୁଥିବା ବ୍ୟକ୍ତିର ଶରୀର ବେଶି କ୍ରିୟାଶୀଳ ହୋଇ ନଥାଏ।
୩. ଯଦି ଆପଣ କାହାର ମିଛ ଧରିବାକୁ ଚାହୁଁଛନ୍ତି ତେବେ ମିଛ କହୁଥିବା ବ୍ୟକ୍ତିକୁ ଶୀଘ୍ରଶୀଘ୍ର ଗୋଟିଏ ପରେ ଗୋଟିଏ ପ୍ରଶ୍ନ ପଚାରି ଚାଲନ୍ତୁ। ମିଛ କହିବା ସହଜ ହୋଇଥାଏ କିନ୍ତୁ ମିଛକୁ ଲୁଚାଇବା କଷ୍ଟ। ଲଗାତାର ଭାବେ ପ୍ରଶ୍ନ କରିବା ଦ୍ୱାରା ମିଛ କହୁଥିବା ବ୍ୟକ୍ତି ଉପରେ ଚାପ ପଡ଼ିଥାଏ ଓ ଭୟରେ ସେ ବ୍ୟକ୍ତି ମୁହଁରୁ ଭୁଲ୍‍ ବଶତଃ ସତ ବାହାରି ପଡ଼ିଥାଏ।
୪. ସମସ୍ତେ ଜାଣନ୍ତି ଯେ ମିଛ କହୁଥିବା ସମୟରେ ବ୍ୟକ୍ତି ତା’ ସମ୍ମୁଖରେ କଥା ହେଉଥିବା ବ୍ୟକ୍ତି ଆଖିରେ ଆଖି ମିଶାଇ ଦେଖନ୍ତି ନାହିଁ। ବିଶେଷଜ୍ଞଙ୍କ କହିବା ଅନୁସାରେ ଯେଉଁ ବ୍ୟକ୍ତି ସତ କହିଥାଏ ସେ ଶାନ୍ତ ସ୍ୱଭାବରେ ଆପଣଙ୍କ ଆଖିକୁ ଚାହିଁ କଥା କହିଥାଏ, ହେଲେ ମିଛ କହୁଥିବା ବ୍ୟକ୍ତି ଜୋର ଜବରଦସ୍ତି ଆଖିକୁ ଚାହିଁ କଥା ହେବାକୁ ଚେଷ୍ଟା କରିଥାଏ।
୫. ମିଛ କହୁଥିବା ବ୍ୟକ୍ତି ମିଛ ଭାବ ବ୍ୟକ୍ତ କରିବାକୁ ଚେଷ୍ଟା କରିଥାଏ, ଯାହାଦ୍ୱାରା ଜାଣିହେବ ଯେ ସେ ବ୍ୟକ୍ତି କେତେ ମିଛ ଓ କେତେ ସତ କହୁଛି ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories