ଅନୁଗୋଳ : ବନ୍ତଳା ଥାନା ଅଞ୍ଚଳରେ ଏଲ୍ଆଣ୍ଡଟି କମ୍ପାନୀର କର୍ମଚାରୀଙ୍କୁ ଗ୍ରାମବାସୀ ମାନେ ଅଟକ ରଖିଛନ୍ତ। ଫୁଲପଡ଼ା ଠାରୁ ଝାରସୁଗୁଡ଼ା ଯାଉଥିବା ଉଚ୍ଚ ଶକ୍ତି ସମ୍ପନ୍ନ ବିଦ୍ୟୁତ ତାର ବିଛା ଯାଉଥିବା ଯୋଗୁଁ ବନ୍ତଳା ଅଞ୍ଚଳରେ ବିଦ୍ୟୁତକାଟ କରାଯାଇଛି। ଏହି କାରଣକୁ ନେଇ ପୁକୁତୁଙ୍ଗା ଅଞ୍ଚଳର ଚାଷୀ ଏଲ୍ଆଣ୍ଡଟି କମ୍ପାନୀର କର୍ମଚାରୀଙ୍କୁ ଅଟକ ରଖିଛନ୍ତି। ବାରମ୍ବାର ବିଦ୍ୟୁତ କାଟ କରୁଥିବାରୁ ଚାଷୀ ମାନେ ବିଲରେ ପାଣି ମଡ଼ାଇ ପାରୁ ନଥିବାରୁ ନାହିଁ ନଥିବା ଅସୁବିଧା ଭୋଗ କରୁଥିବା ଅଭିଯୋଗ ହୋଇଛି।
Popular Categories



