www.samajalive.in
Thursday, December 11, 2025
18.1 C
Bhubaneswar

ଓଡ଼ିଶା ସରକାର ଭାଟ୍‍ କମାନ୍ତୁ: ଧର୍ମେନ୍ଦ୍ର

ଭୁବନେଶ୍ୱର: ତୈଳ ଦର ବୃଦ୍ଧି ପ୍ରସଙ୍ଗରେ ଓଡ଼ିଶା ସରକାରଙ୍କୁ ଦୋଷ ଦେଇଛନ୍ତି କେନ୍ଦ୍ର ତୈଳମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଆନ୍ତର୍ଜାତିକ ବଜାରର ପ୍ରଭାବ ଯୋଗୁଁ ତୈଳ ଦରରେ ବୃଦ୍ଧି ଘଟିଛି। ମହଙ୍ଗା ବୋଝରୁ ଉପଭୋକ୍ତାଙ୍କୁ ସାମୟିକ ଆଶ୍ୱସ୍ତି ଦେବା ପାଇଁ କେତେକ ରାଜ୍ୟ ସରକାର ପେଟ୍ରୋଲ୍‍ ଓ ଡିଜେଲ୍‍ ଉପରୁ ଭାଟ୍‍ ହ୍ରାସ ଘୋଷଣା କରିଛନ୍ତି। ଗତ ବର୍ଷ ଅକ୍ଟୋବର ମାସରେ କେନ୍ଦ୍ର ସରକାର ଉତ୍ପାଦନ ଶୁଳ୍କରେ ଲିଟର ପିଛା ୨ ଟଙ୍କା ହ୍ରାସ କରିଛନ୍ତି। ତେଣୁ ଓଡ଼ିଶା ସରକାର ମଧ୍ୟ ଭାଟ ହ୍ରାସ କରନ୍ତୁ ବୋଲି ସେ ପରାମର୍ଶ ଦେଇଛନ୍ତି।
ସେହିପରି ବିଜେଡିରୁ ବହିଷ୍କୃତ ପାରାଦୀପ ବିଧାୟକ ଡାକ୍ତର ଦାମୋଦର ରାଉତ ଉଠାଇଥିବା କେତେକ ଦୁର୍ନୀତି ପ୍ରସଙ୍ଗରେ ବିଜେଡିକୁ ସମାଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ। ସେ କହିଛନ୍ତି ଯେ ନୀବନ ପଟ୍ଟନାୟକଙ୍କ ନେତୃତ୍ୱରେ ଗଠିତ ବିଜେଡି ସରକାର ଦୁର୍ନୀତିରେ ବୁଡ଼ି ରହିଛି। ଦୁର୍ନୀତି ରୋକିବାରେ ମୁଖ୍ୟମନ୍ତ୍ରୀ କେବେ ବି ଆନ୍ତରିକତା ଦେଖାଇ ନାହାନ୍ତି।

- Advertisement -

ଅପରପକ୍ଷରେ କେନ୍ଦ୍ରମନ୍ତ୍ରୀଙ୍କ ମନ୍ତବ୍ୟର ଜବାବ ରଖିଛି ବିଜେଡି। ବିଜେଡି ମୁଖପାତ୍ର ତଥା ରାଜ୍ୟ ସଭା ସାଂସଦ ପ୍ରତାପ ଦେବ କହିଛନ୍ତି ଯେ ଭାଟ୍‍ ହ୍ରାସ କଲେ ରାଜ୍ୟ ସରକାର ଯେଉଁ କ୍ଷତି ସହିବେ ତାହାକୁ କେନ୍ଦ୍ର ସରକାର ଭରଣା କରିବେ କି ନାହିଁ ତାହା ସ୍ପଷ୍ଟ କରନ୍ତୁ। ତୈଳ ଦର ହ୍ରାସ କରିବା ପାଇଁ କେନ୍ଦ୍ର ସରକାର ପ୍ରଥମେ ଉତ୍ପାଦନ ଶୁଳ୍କ ହ୍ରାସ କରନ୍ତୁ। ସବୁ ବିଜେପି ଶାସିତ ରାଜ୍ୟ ପ୍ରଥମେ ଭାଟ ହ୍ରାସ କରନ୍ତୁ। ସେହିପରି ଦୁର୍ନୀତି ପ୍ରସଙ୍ଗରେ ଶ୍ରୀ ଦେବ କହିଲେ ବିଜେପି ଗତ ୪ ବର୍ଷ ଧରି ରାଜ୍ୟ ସରକାରଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣୁଛନ୍ତି। କିନ୍ତୁ ପ୍ରମାଣ କରିପାରୁନାହାନ୍ତି। ଦୁର୍ନୀତି ବିରୋଧରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଭିମୁଖ୍ୟ କଣ ତାହା ଓଡ଼ିଶା ବାସୀ ଜାଣିଛନ୍ତି।

Hot this week

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

Related Articles

Popular Categories