www.samajalive.in
Sunday, December 14, 2025
26.1 C
Bhubaneswar

ଗ୍ରୀନ ଗୋଲ ପକ୍ଷରୁ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର

ବୌଦ୍ଧ: ବୌଦ୍ଧ ଜିଲାରେ ନୂତନ ଭାବେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଗ୍ରୀନଗୋଲ ଗଠନ କରାଯାଇ ସରକାରୀ ରେଜିଷ୍ଟ୍ରିଭୁକ୍ତ ହେବା ପରେ ପ୍ରଥମେ ବୌଦ୍ଧଜିଲା ମୁଖ୍ୟ ଚିକିତ୍ସାଳୟ ରକ୍ତଭଣ୍ଡାରଠାରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ଅଧ୍ୟକ୍ଷା ସୋନାଲି ପଣ୍ଡାଙ୍କ ନେତୃତ୍ୱରେ ଅନୁଷ୍ଠିତ ଶିବିରକୁ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା.ଅଭୟ କୁମାର ଦାସ ଉଦ୍‍ଘାଟନ କରିଥିଲେ। ଏହି ଶିବିରରେ ଜିଲାର ବିଭିନ୍ନ ସ୍ଥାନରୁ ୨୭ଜଣ ରକ୍ତଦାତା ଯୋଗଦେଇ ସ୍ୱେଛାକୃତ ରକ୍ତଦାନ କରିଥିଲେ। କାର୍ଯ୍ୟକ୍ରମରେ ତହସିଲଦାର ଅବିନାଶ ପାଣ୍ଡିଆ, ଏ.ଡି.ଏମ୍‍.ଓ. କିଶୋର ଚନ୍ଦ୍ର ପଟ୍ଟନାୟକ, ବିଦ୍ୟୁତ ବିଭାଗ ନିର୍ବାହୀ ଯନ୍ତ୍ରୀ ଅଶୋକ କୁମାର ରାଉତ୍‍, ସହକାରୀ ଯନ୍ତ୍ରୀ ନରେଶ ଚନ୍ଦ୍ର ଆଚାର୍ଯ୍ୟ, ରକ୍ତଦାତା ପ୍ରବର୍ତକ ସଂଘର ସଂପାଦକ ଦେବାଶିଷ ପୁରୋହିତ, ୟୁଥ୍‍ ରେଡକ୍ରସ ଅଧିକାରୀ ପ୍ରବୀର କୁମାର ଦାସ, ଶ୍ରେଷ୍ଠ ରକ୍ତଦାତା ଜୟନାରାୟଣ ମହାନ୍ତି ପ୍ରମୁଖ ଯୋଗଦାନ କରିଥିଲେ।

ଏହି କାର୍ଯ୍ୟକ୍ରମକୁ ଅନୁଷ୍ଠାନର ସଦସ୍ୟ ବ୍ୟମୋକେଶ ମିଶ୍ର, ରମେଶ ମହାରାଣା, ମିନୁ ପାଳ, ପ୍ରଣତି ପଣ୍ଡା ପରିଚାଳନା କରିଥିଲେ। ରକ୍ତ ସଂଗ୍ରହ କାର୍ଯ୍ୟକ୍ରମରେ ଚର୍ତୁଭୁଜ ବାରିକ, ଦେବଦତ କିଷାନ, ଦିଲ୍ଲୀପ ପ୍ରଧାନ, ଋତୁମ୍ଭରା ସାହୁ ସହଯୋଗ କରିଥିଲେ। ଅନୁଷ୍ଠାନର ଅଧ୍ୟକ୍ଷା ଶ୍ରୀମତି ପଣ୍ଡା ଆସନ୍ତା ଦିନରେ ଜିଲାକୁ ସବୁଜ ସୁନ୍ଦର କରିବା ପାଇଁ ପଦକ୍ଷେପ ନେବା ସହିତ ବୌଦ୍ଧଜିଲାରେ ଗୋଶାଳା ମାଧ୍ୟମରେ ଗୋସୁରକ୍ଷା କରିବା ସହିତ ବେକାରୀମାନଙ୍କୁ ରୋଜଗାରକ୍ଷମ କରାଯିବ ବୋଲି ପ୍ରକାଶ କରିଛନ୍ତି।

Hot this week

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

Related Articles

Popular Categories