www.samajalive.in
Sunday, December 14, 2025
16.1 C
Bhubaneswar

ନିଆରା ଦୃଷ୍ଟାନ୍ତ: ଶିଶୁ କନ୍ୟାକୁ ସ୍ୱାଗତ ପାଇଁ ଗାଁରେ ମିଠା ବାଣ୍ଟିଲେ, ନାଚିଲେ ଓ ବନ୍ଦାପନା କଲେ ମହିଳା

ବଲାଙ୍ଗିର: ଆଗରେ ବାଜୁଛି ବାଜା। ଗାଁ ଯୁବକମାନେ ନାଚରେ ବ୍ୟସ୍ତ। ଶୋଭାଯାତ୍ରାରେ ସାମିଲ ହୋଇଛନ୍ତି ମହିଳା। ଯେକେହି ଭାବିବେ ବାହା ଘର ନହେଲେ କୌଣସି ନେତାଙ୍କ ପ୍ରବେଶ ଗାଁକୁ ହୋଇଥିବାରୁ ଏଭଳି ଆୟୋଜନ। କିନ୍ତୁ କଥା ସେୟା ନୁହେଁ। ନବଜାତ ଶିଶୁ କନ୍ୟାକୁ ଧରି ମା’ ଓ ପରିବାର ଲୋକେ ଗାଁରେ ପାଦ ଦେଇଥିବା ବେଳେ ଗାଁ ଲୋକ ଓ ଆତ୍ମୀୟ ସ୍ୱଜନ ସେମାନଙ୍କୁ ସ୍ୱାଗତ କରିବା ପାଇଁ ଏଭଳି କରିଥିଲେ। ପରିବାର ଲୋକେ ଗାଁ ସଦସ୍ୟଙ୍କୁ ମିଠା ବାଣ୍ଟୁଥିଲେ। ଆଉ ନବଜାତ ଶିଶୁକୁ ଗାଁରେ ବନ୍ଦାପନା କରାଯାଇଥିଲା। ବୟସ୍କମାନେ ଆର୍ଶିବାଦ ଦେଉଥିଲେ। ଗୃହ ପ୍ରବେଶ ବେଳେ ଘର ଅଗଣାରେ ଝୋଟି କରାଯିବା ସହ ନୂଆ ସଦସ୍ୟାଙ୍କୁ ପାଛୋଟି ନେବା ପାଇଁ ସବୁପ୍ରକାର ବ୍ୟବସ୍ଥା ହୋଇଥିଲା। ଏଭଳି ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଛି ବଲାଙ୍ଗିର ଜିଲା ପୁଇଁନ୍ତଲା ବ୍ଲକ ବାନ୍ଧନବାହାଲ ଗାଁରେ।

ଝିଅ-ପୁଅ ସମାନ। ସେମାନଙ୍କ ମଧ୍ୟରେ ଭେଦଭାବ ରହିବା କଥା ନୁହେଁ। ଆଜିକାଲି ଅନେକେ ନବଜାତ ଶିଶୁ କନ୍ୟାଙ୍କୁ ଫିଙ୍ଗି ଦେବା ସହ ହତାଦର କରୁଛନ୍ତି। କିନ୍ତୁ ବାନ୍ଧନବାହାଲ ଗାଁରେ ନବଜାତି ଶିଶୁ କନ୍ୟାକୁ ପାଛୋଟି ନେବାର ନୂଆ ପରମ୍ପରା ସୃଷ୍ଟି ହୋଇଛି। ସୂଚନା ଅନୁସାରେ, ଗାଁର ସିଂ ପରିବାରରେ ତିନି ପୀଢିରୁ ଶିଶୁ କନ୍ୟା ନଥିଲେ। ଆଉ ଅନେକ ଦିନ ପରେ ସିଂ ପରିବାରରେ ଶିଶୁ କନ୍ୟା ଜନ୍ମ ହୋଇଥିବାରୁ ଖୁସି କାହିଁରେ କ’ଣ। ପାଦ ଯେମିତି ମାଟିରେ ଲାଗୁ ନଥିଲା ସେମାନଙ୍କର। ଆଉ ଏଥିରେ ସାମିଲ ହୋଇଥିଲେ ଗାଁର ଲୋକେ। ସିଂ ପରିବାରକୁ ଲକ୍ଷ୍ମୀ ଆସିଛନ୍ତି ବୋଲି କହିବା ସହ ଶିଶୁ କନ୍ୟାକୁ ଫୁଲ ଦେଇ ବନ୍ଦାପନା କରିଥିଲେ ସେମାନେ। ଶିଶୁ କନ୍ୟାର ବାପା ନରେଶ ଲାଲ ସିଂହ ଓ ମା’ ସନ୍ତୋଷିନୀ ଲାଲ ସିଂ ଏଭଳି ଆୟୋଜନ ଦେଖି ଅଭିଭୁତ ହୋଇପଡିଥିଲେ। ଶିଶୁ କନ୍ୟାର ମା’ ସନ୍ତୋଷିନୀ କହିଛନ୍ତି ଯେ, ଆମ ଘରକୁ ନୂଆ ସଦସ୍ୟା ଆସିଥିବା ବେଳେ କାହାରି ମନରେ ଦୁଃଖ ନାହିଁ। ଶିଶୁ କନ୍ୟା ଜନ୍ମ ହୋଇଥିବାରୁ ଅନେକେ ଆଶିର୍ବାଦ କରୁଛନ୍ତି। ତାର ଉଜ୍ଜଳ ଭବିଷ୍ୟତ କାମନା କରୁଛନ୍ତି। ଏହା ବହୁତ ଖୁସିର କଥା ଆମ ପାଇଁ। ପୁଅଙ୍କୁ ପରିବାରରେ ଅଧିକ ଗୁରୁତ୍ୱ ଦିଆଯାଉଥିବା ବେଳେ ଝିଅଙ୍କୁ ପୁଅ ଭଳି ସୁବିଧା ଓ ସୁଯୋଗ ମିଳେ ନାହିଁ। ଜନ୍ମରୁ ହିଁ ଅନେକ ମା’ ସେମାନଙ୍କୁ ଫିଙ୍ଗି ଦିଅନ୍ତି। କିନ୍ତୁ ଆମେ ବହୁତ ଖୁସି କହିଛନ୍ତି ସନ୍ତୋଷିନୀ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories