www.samajalive.in
Sunday, December 14, 2025
15.1 C
Bhubaneswar

ନବରଙ୍ଗପୁରରେ ଶହେ ଟପିଲା ସଂକ୍ରମଣ, କାର୍ଯ୍ୟକ୍ଷମ ହେବ କୋଭିଡ ମେଡିକାଲ ସହ ୩ଟି କୋଭିଡ କେୟାର ସେଣ୍ଟର

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାରେ ୧୦୦ ପାର ହେଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ପରିସ୍ଥିତିକୁ ଦେଖି ଜିଲ୍ଲା ପ୍ରଶାସନ ତପ୍ତରତା ଦେଖାଇବା ସହ ନବରଙ୍ଗପୁର ଜିଲ୍ଲାର କୋଭିଡ ମେଡିକାଲ ସହ ୩ଟି କୋଭିଡ କେୟାର ସେଣ୍ଟର ଆସନ୍ତା ୧୦ ତାରିଖ ସୁଦ୍ଧା କାର୍ଯ୍ୟକ୍ଷମ କରିବାକୁ ନିଷ୍ପତି ନେଇଥିବା କହିଛନ୍ତି ନବରଙ୍ଗପୁର ଜିଲ୍ଲାପାଳ କୋମଳଚନ ମିଶ୍ର। ନବରଙ୍ଗପୁର ଜିଲ୍ଲାରେ ଦିନକୁ ଦିନ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢୁଥିବା ବେଳେ ବିଗତ ୬ ଦିନ ମଧ୍ୟରେ ଆକ୍ରାନ୍ତ ଙ୍କ ସଂଖ୍ୟା ଶତକ ପାର ହୋଇ ୧୪୧ ରେ ପହଂଚିଥିବା ବେଳେ ଆଜି ଗୋଟିଏ ଦିନରେ ନବରଙ୍ଗପୁର ଜିଲ୍ଲାରେ ୪୪ ଜଣ ନୂତନ କରୋନା ଆକ୍ରାନ୍ତ ହୋଇଛନ୍ତି ଯାହା କି ଜିଲ୍ଲାପ୍ରଶାସନ ପାଇଁ ଚିନ୍ତାର ବିଷୟ ପାଲଟିଛି।

ନବରଙ୍ଗପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଏନେଇ ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ, ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ନିର୍ଦେଶ କ୍ରମେ ନବରଙ୍ଗପୁର ଜିଲ୍ଲା ମୁଖ୍ୟାଳୟର ବିଇଡି କଲେଜରେ ଥିବା ୨୦୦ ରୋଗୀ ବିଶିଷ୍ଠ ଉତ୍ସର୍ଗୀକୃତ କୋଭିଡ କେୟାର ମେଡିକାଲର ସ୍ଥିତି ନିରୂପଣ କରିଛନ୍ତି ନବରଙ୍ଗପୁର ଜିଲ୍ଲାପାଳ ଶ୍ରୀ ମିଶ୍ର। ଜିଲ୍ଲାପାଳଙ୍କ କହିବା ଅନୁଯାୟୀ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମଧ୍ୟ ଜରୁରୀକାଳୀନ ସେବାପାଇଁ ୧୪ଟି ଶଯ୍ୟା (ଅକ୍ସିଜେନ ସହ), ୫ଟି ଶଯ୍ୟା ଶିଶୁମାନଙ୍କ ପାଇଁ କାର୍ଯ୍ୟକ୍ଷମ ହୋଇ ସମ୍ପୂର୍ଣ ପ୍ରସ୍ତୁତ ଥିବାବେଳେ, ୨୦୦ ଶଯ୍ୟା ବିଶିଷ୍ଟକୋଭିଡ ମେଡିକାଲକୁ ମଧ୍ୟ କାର୍ଯ୍ୟକ୍ଷମ କରାଯାଇଥିବା ବେଳେ ସେଠାରେ ଗୁରୁତର ରୋଗୀଙ୍କ ପାଇଁ ୧୨ଟି ଆଇସିୟୁ ବେଡ଼, ୪ଟି ଭେଣ୍ଟିଲେଟର ସହ ୮୪ଟି ଅକ୍ସିଜେନ ଶଯ୍ୟାର ସୁବିଧା ଉପଳନ୍ଧ କରାଯାଇଥିବା କହିଛନ୍ତି।

- Advertisement -

ଏଥିସହ ନବରଙ୍ଗପୁର ଜିଲ୍ଲାର ବିଭିନ୍ନ ଅଂଚଳରେ ଥିବା ୬ଟି କୋଭିଡ କେୟାର ସେଣ୍ଟର ମଧ୍ୟରୁ ୩ଟି କୋଭିଡ କେୟାର ସେଣ୍ଟର ନବରଙ୍ଗପୁର ମୁନିସିପାଲିଟି ଅନ୍ଵେଷା ହଷ୍ଟେଲ କୋଭିଡ କେୟାର ସେଣ୍ଟର, ଉମରକୋଟରେ ଥିବା ବଡ଼ ଭରଣ୍ଡୀ ଏବଂ ରାଇଘର କୋଭିଡ କେୟାର ସେଣ୍ଟରକୁ ଆସନ୍ତା ୧୦ରୁ ୧୨ ତାରିଖ ମଧ୍ୟରେ କାର୍ଯ୍ୟକ୍ଷମ କରିବା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଥିବା କହିଛନ୍ତି। ଜିଲ୍ଲାପାଳ କହିଛନ୍ତି, ଜିଲ୍ଲାରେ ଥିବା ୬ଟି କୋଭିଡ କେୟାର ସେଣ୍ଟରରେ ମୋଟ ୬୭୦ଟି ଶଯ୍ୟାର ବ୍ୟବସ୍ଥା କରାଯାଇଛି, ଆବଶ୍ୟକ ସ୍ଥଳେ ସମସ୍ତ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି। କିନ୍ତୁ ଆବଶ୍ୟକ ଡାକ୍ତର ପାଇଁ ଗତକାଲି ନବରଙ୍ଗପୁର ଜିଲ୍ଲାପାଳ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗଙ୍କୁ ଚିଠି ଲେଖି ଜଣାଇଛନ୍ତି। ଚିଠିରେ ନବରଙ୍ଗପୁର ଜିଲ୍ଲାପାଇଁ ୧୨ ଜଣ ବିଶେଷଜ୍ଞ,୧୦ ଜଣ ଏମବିବିଏସ ଡାକ୍ତର ଏବଂ ୨୬ ଜଣ ଆୟୁଷ ଡାକ୍ତର ନିଯୁକ୍ତି ପାଇଁ ଅନୁରୋଧ କରିଥିବା ବେଳେ ଯୁଦ୍ଧକାଳୀନ ଭିତ୍ତିରେ ଆବଶ୍ୟକ ଏଏନଏମ ଓ କର୍ମଚାରୀ ନିଯୁକ୍ତି ପାଇଁ ଆଉଟସୋର୍ସିଙ୍ଗକୁ ଜଣାଇଥିବା ଜିଲ୍ଲାପାଳ କହିଛନ୍ତି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories