www.samajalive.in
Monday, December 8, 2025
14.1 C
Bhubaneswar

ଇସ୍ରୋ ଚେୟାରମ୍ୟାନ ଡଃ କେ.ଶିବନ୍‍ଙ୍କୁ ସମ୍ମାନସୂଚକ ଡକ୍ଟରେଟ

ବାଙ୍ଗାଲୋର: ସ୍ନାତକ ଏବଂ ଉଚ୍ଚ ଶିକ୍ଷା ନିମନ୍ତେ ଦେଶରେ ଅନ୍ୟତମ ଅଗ୍ରଣୀ ବିଶ୍ୱବିଦ୍ୟାଳୟ ଭାବରେ ପରିଚିତ କେଏଲ୍‍ ଡିମ୍‍ଡ ଟୁ ବି ୟୁନିଭରସିଟି ପକ୍ଷରୁ ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ଚେୟାରମ୍ୟାନ ଏବଂ ଭାରତ ସରକାରଙ୍କ ମହାକାଶ ବିଭାଗର ସଚିବ ଡଃ କେ.ଶିବନ୍‍ଙ୍କୁ ମହାକାଶ ପ୍ରଯୁକ୍ତି କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ମାନସୂଚକ ଡିଗ୍ରୀ ‘ଡକ୍ଟର ଅଫ ସାଇନ୍ସ’ (ଅନରିସ କୌଜା) ପ୍ରଦାନ କରାଯାଇଛି ।

କେଏଲ୍‍ ଡିମ୍‍ଡ ଟୁ ବି ୟୁନିଭରସିଟି ପକ୍ଷରୁ ଡାଇରେକ୍ଟର, ଗବେଷଣା, ଡଃ କେ.ଶରତ କୁମାର ବାଙ୍ଗାଲୋରଠାରେ ଡଃ କେ ଶିବନ୍‍ଙ୍କୁ ସମ୍ମାନସୂଚକ ଡକ୍ଟରେଟ ଡିଗ୍ରୀ ପ୍ରଦାନ କରିଥିଲେ । ବାଙ୍ଗାଲୋରସ୍ଥିତ ଇସ୍ରୋର ମୁଖ୍ୟ ଦପ୍ତରରେ ସଂପ୍ରତି ଅବସ୍ଥାପିତ ଡଃ କେ ଶିବନ୍‍ ଏହି ଶିଳ୍ପରେ ଜଣେ ପ୍ରଭାବଶାଳୀ ବ୍ୟକ୍ତି ଭାବରେ ପରିଗଣିତ ହେଉଛନ୍ତି । ଭାରତରେ ଏରୋସ୍ପେଶ ଇଞ୍ଜିନିୟରିଂ ଜଗତରେ ଜଣେ ପ୍ରେରଣାଦାୟୀ ବ୍ୟକ୍ତିତ୍ୱ ଭାବରେ ଡଃ କେ ଶିବନ୍‍ଙ୍କୁ ମହାକାଶ ପ୍ରଯୁକ୍ତି କ୍ଷେତ୍ରରେ ତାଙ୍କର ଅବଦାନ ପାଇଁ ଅଗଣିତ ରାଷ୍ଟ୍ରୀୟ ଏବଂ ଆନ୍ତର୍ଜାତିକ ପୁରସ୍କାର ଓ ସମ୍ମାନ ମିଳିସାରିଛି ।

- Advertisement -

ଏହି ସମ୍ମାନ ପ୍ରଦାନ ସମ୍ପର୍କରେ ମତଦେଇ କେଏଲ୍‍ ଡିମ୍‍ଡ ଟୁ ବି ୟୁନିଭରସିଟିର ପ୍ରେସିଡେଣ୍ଟ ଇଂ. କୋନେରୁ ସତ୍ୟନାରାୟଣା କହିଛନ୍ତି, ଜଣେ ବାଗ୍ମୀ ଏବଂ ପ୍ରଭାବଶାଳୀ ନେତୃତ୍ୱ ଭାବରେ ଡଃ କେ ଶିବନ୍‍ ଅନେକଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇଛନ୍ତି । ଏକାଗ୍ରତା, ସଫଳତା ଏବଂ ସାମାଜିକ କଲ୍ୟାଣ ପ୍ରତି ତାଙ୍କର ଭାବଧାରା ଆମ ବିଶ୍ୱବିଦ୍ୟାଳୟର ଭାବଧାରା ସହିତ ସମ୍ପୂର୍ଣ୍ଣ ସଠିକ ଭାବରେ ଖାପଖାଉଛି । କେଏଲ୍‍ ଡିମ୍‍ଡ-ଟୁ-ବି ୟୁନିଭରସିଟିର ଏକାଦଶ ସମାବର୍ତ୍ତନ ଉତ୍ସବରେ ନିକଟରେ ତାଙ୍କର ଅଭିଭାଷଣ ଆମର ଯୁବ ପ୍ରତିଭାଦୀପ୍ତ ଛାତ୍ରଛାତ୍ରୀଙ୍କ ମଧ୍ୟରେ ନେତୃତ୍ୱ ନେବାର ଏକ ଦୁର୍ବାର ଇଛାକୁ ଅନ୍ତର୍ନିବିଷ୍ଟ କରାଇଥିଲା ଏବଂ ତାଙ୍କର ଅବଦାନ ଆମ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଆହରଣ, ଅଭିବୃଦ୍ଧି ହାସଲ ଏବଂ ବିଶେଷ ଜ୍ଞାନ ଦଖଲ କରିବା ଦିଗରେ ପ୍ରବର୍ତ୍ତାଉଛି ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories