www.samajalive.in
Saturday, December 6, 2025
26.1 C
Bhubaneswar

୧୦୦ଅତିକ୍ରମ କଲା ପେଟ୍ରୋଲ;ଅକାମି ହୋଇଗଲା ମେସିନ୍‍

ନୂଆଦିଲ୍ଲୀ: ପେଟ୍ରୋଲ ଡିଜେଲର ମୂଲ୍ୟ କ୍ରମାଗତ ବଢିବାରେ ଲାଗିଛି। ଶନିବାର ଦିଲ୍ଲୀରେ ପେଟ୍ରୋଲର ମୂଲ୍ୟ ପୁଣି ୩୫ପଇସା ବୃଦ୍ଧି ପାଇଥିଲା। ଫଳରେ ରାଜଧାନୀରେ ପେଟ୍ରୋଲର ମୂଲ୍ୟ ୮୧.୬୩ଟଙ୍କା ପ୍ରତି ଲିଟର ପିଛାରେ ପହଞ୍ôଚ ଯାଇଥିଲା। ଅପରପକ୍ଷରେ ପ୍ରିମିୟମ ତେଲ ୯୯ଟଙ୍କା ଅତିକ୍ରମ କରି ୧୦୦ ଅତିକ୍ରମ କରିଥିଲା। ଏହି ପେଟ୍ରୋଲ ମୁଖ୍ୟତଃ ବିଦେଶୀ ଗାଡ଼ିରେ ବ୍ୟବହୃତ ହୋଇଥାଏ। ତେବେ ୧୦୦ଟଙ୍କା ଅତିକ୍ରମ କରିବା କ୍ଷଣି ଅଧିକାଂଶ ପେଟ୍ରୋଲ ପମ୍ପରେ ମେସିନ ଅକାମି ହୋଇ ପଡ଼ିଥିଲା। ପମ୍ପ ମାଲିକମାନେ ତୁରନ୍ତ ଇଞ୍ଜିନିୟର ଡାକି ଏହି ସମସ୍ୟାର ସମାଧାନ ଖୋଜିଥିଲେ। ପେଟ୍ରୋଲ ପମ୍ପରେ ଯେଉଁ ସବୁ ମେସିନ ଲାଗିଛି ସେଗୁଡ଼ିକରୁ ଅଧିକାଂଶରେ ସର୍ବାଧିକ ୯୯.୯୯ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରିବାର ବ୍ୟବସ୍ଥା ରହିଛି। ତେଣୁ ପେଟ୍ରୋଲର ମୂଲ୍ୟ ୩ଅଙ୍କରେ ପରିଣତ ହେବାର ପେଟ୍ରୋଲ ପମ୍ପ ମାଲିକଙ୍କୁ ଏଭଳି ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥିଲା।

Hot this week

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

Related Articles

Popular Categories