ଗୁରୁବାର ରାଶିଫଳ (୦୬/୦୧/୨୦୨୨) ଧର୍ମ ଅଧ୍ୟାତ୍ମନିଉଜ ଆଲର୍ଟରାଶିଫଳ By samajalive Last updated Jan 6, 2022 Share ମେଷ : ଈପ୍ସିତ ଦ୍ରବ୍ୟ ପ୍ରାପ୍ତିର ସୂଚନା ମିଳୁଛି। ସୁସ୍ଥ ଓ ନିରାମୟ ରହିବେ। ଯଶସ୍ବୀ ହେବେ। ଲୋକପ୍ରିୟତା ଅର୍ଜନ କରିପାରନ୍ତି। କର୍ମଚଞ୍ଚଳ ରହିବେ। ସରକାରୀ ସ୍ତରରେ ଅର୍ଥପ୍ରାପ୍ତି ଓ ସମ୍ମାନିତ ହେବେ। ବୃଷ : କୁଳ ଉଦ୍ଧାରକ ହେବେ। ମନ ପ୍ରସନ୍ନ ରହିବ। ସୁସ୍ଥ ଓ ନିରାମୟ ରହିବେ। ଦୟାର୍ଦ୍ଦ ଚିତ୍ତ ହୋଇପାରନ୍ତି। ଯଶସ୍ବୀ ହେବେ। ବ୍ୟବସାୟ ଲାଭଜନକ ହେବ। ପରିବାର ପ୍ରତି ସ୍ନେହ ସଦ୍ଦିଚ୍ଛାଭାବ ରହିବ। ମିଥୁନ : ଭାଗ୍ୟଶାଳୀ ହେବେ। ଜ୍ଞାନୀମାନଙ୍କ ମଧ୍ୟରେ ଅଗଗଣ୍ୟ ହୋଇପାରନ୍ତି। ଦିନଟି ସୁଖ-ସମୃଦ୍ଧିପୂର୍ଣ୍ଣ ହେବ। ବିଦ୍ବାନ୍, ସାହସୀ ଓ ସମ୍ପତ୍ତିବାନ୍ ହୋଇପାରନ୍ତି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। କର୍କଟ : ମାନସିକ ଓ ଶାରୀରିକ ସ୍ତରରେ ଦୁର୍ବଳତା ଅନୁଭବ କଲେ ବି ପାପଗ୍ରହ ରାହୁଙ୍କ ପ୍ରଭାବରୁ ବାଣିଜ୍ୟ କାରବାର ଲାଭଜନକ ହେବ। ବସ୍ତ୍ର-କାଞ୍ଚନ ପ୍ରାପ୍ତିର ସୂଚନା ମିଳୁଛି। ଅଷ୍ଟମ ଚନ୍ଦ୍ର ଯୋଗୁଁ ସତର୍କ ରହିବେ। ସିଂହ : ବନ୍ଧୁ ମିଳନ ଘଟିବ। ସର୍ବଦର୍ଶୀ ହେେବ। ବ୍ୟବସାୟ ଲାଭଜନକ ହେବ। ସମାଜସେବାରେ ନିଜକୁ ନିୟୋଜିତ କରିପାରନ୍ତି। ଶାନ୍ତ ଓ ଧୈର୍ଯ୍ୟବାନ୍ ହେବେ। ପତ୍ନୀଙ୍କ ପରାମର୍ଶରେ ପରିଚାଳିତ ହେବେ। କନ୍ୟା : ଦୁଃସାହସିିକ ପଦକ୍ଷେପ ନେଇ ଶତ୍ରୁକୁ ପରାଜିତ କରିବେ। ସୁସ୍ଥ ଓ ନିରାମୟ ରହିବେ। ଭ୍ରାତୃ ସହଯୋଗ ମିଳିବ। ପ୍ରତିଷ୍ଠିତ ବ୍ୟକ୍ତିତ୍ବ ସମ୍ପନ୍ନ ହୋଇପାରନ୍ତି। ଚାକିରି କ୍ଷେତ୍ରରେ ସୁନାମ ଅର୍ଜନ କରିବେ। Related Posts ପ୍ରାର୍ଥୀପତ୍ର ଦାଖଲ କଲେ ବିଜେପି ପ୍ରାର୍ଥୀ… May 3, 2024 ତୁରନ୍ତ କରନ୍ତୁ ଏହି କାମ, ନଚେତ୍ ଫୋନରୁ ଚୋରି… May 3, 2024 ତୁଳା : କର୍ମଚଞ୍ଚଳ ରହିବେ। କନ୍ୟା ସନ୍ତାନ ଦ୍ବାରା ଉପକୃତ ହେବେ। ଆକସ୍ମିକ ଧନଲାଭର ସୂଚନା ମିଳୁଛି। ଲଟେରୀ ଉଠାଣ ଫଳ ସପକ୍ଷରେ ଯାଇପାରେ। ବ୍ୟବସାୟାଦି ବିଭିନ୍ନ ସୂତ୍ରରୁ ଧନାଗମ ହେବ। ବିଛା : ଉଦାର ପ୍ରକୃତିର ହୋଇପାରନ୍ତି। ସ୍ବେଚ୍ଛାକୃତ ଦାନ କରି ଆତ୍ମସନ୍ତୋଷ ଲାଭ କରିବେ। ଆଦର୍ଶ ବ୍ୟକ୍ତିତ୍ବ ସମ୍ପନ୍ନ ହେବେ। କୃଷିକର୍ମ ଲାଭଦାୟକ ହେବ। ପୁଣ୍ୟବାନ୍ ଓ ସୁବିମଳ ଯଶସ୍ବୀ ହେବେ। ଧନୁ : ପୁଣ୍ୟବାନ୍ ଓ ସୁବିମଳ ଯଶର ଅଧିକାରୀ ହୋଇପାରନ୍ତି। ଭାଷା ଓ ବ୍ୟବହାର ମଧୁର ହେବ। ପ୍ରେମୀ ଓ ସାହସୀ ହେବେ। ଭ୍ରାତୃଭାବ ଅତୁଟ ରହିବ। ବନ୍ଧୁ ପ୍ରେମୀ, ଧାର୍ମିକ ଓ ବିଦ୍ବାନ୍ ହୋଇପାରନ୍ତି। ମକର : ବିବିଧ ଉପାୟରେ ଧନ ଅର୍ଜନ କରିପାରନ୍ତି । ଭାଗ୍ୟଶାଳୀ ହେବେ। ବିକଶିତ ବ୍ୟକ୍ତିତ୍ବଯୁକ୍ତ ହେବେ। ମଧୁର ଭାଷୀ, ସହନଶୀଳ, ଶାନ୍ତିପ୍ରିୟ ଓ ବିଦ୍ୟାପ୍ରେମୀ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। କୁମ୍ଭ : ସେବା କ୍ଷେତ୍ରରେ ନିଜର ପାରଦର୍ଶିତା ପ୍ରତିପାଦନ କରିବେ। ଈପ୍ସିତ ଧନ ପ୍ରାପ୍ତିର ସୁଯୋଗ ସୃଷ୍ଟି ହୋଇଛି। ଅନବଦ୍ୟ ରଚନା ପାଇଁ ଧନବାଦାର୍ହ ହେବେ। ସୁମିଷ୍ଟ ଭୋଜନ ସହ ଚିନ୍ତାଶୀଳ ହେବେ। ମୀନ : କାର୍ଯ୍ୟରେ ବାଧା ଉପୁଜାଇବାକୁ କେହି ଉଦ୍ୟମ ଚଳାଇ ପାରନ୍ତି। ନିରଳସ ବ୍ୟକ୍ତିତ୍ବସମ୍ପନ୍ନ ହେବେ। ମଧୁରଭାଷୀ ଓ ବ୍ୟବହାର ଦ୍ବାରା ପରକୁ ଆପଣାର କରିବେ। ଧର୍ମ କାର୍ଯ୍ୟରେ ଧନ ବ୍ୟୟ କରିବେ। Horoscope 6th Jan. 22odia news Share FacebookTwitterWhatsApp
Comments are closed.