www.samajalive.in
Saturday, December 13, 2025
26.1 C
Bhubaneswar

ଐତିହାସିକ ରାୟଗଡ଼ କିଲ୍ଲା

ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ମହାଡ଼ୀ ପାହାଡ଼ରେ ନିର୍ମିତ ହୋଇଛି ପ୍ରସିଦ୍ଧ ରାୟଗଡ଼ କିଲ୍ଲା। ଏହା ସମୁଦ୍ର ଠାରୁ ୮୨୦ ମିଟର ଉଚ୍ଚତାରେ ଅବସ୍ଥିତ। ଏହା ଛତ୍ରପତି ଶିବାଜୀ ମହାରାଜାଙ୍କ ଦ୍ୱାରା ନିର୍ମିିତ ସୁନ୍ଦର କିଲା ମାନଙ୍କ ମଧ୍ୟରୁ ଅନ୍ୟତମ। ରାଜାଙ୍କର ରାଜାଭିଷେକ ମଧ୍ୟ ଏଠାରେ ହୋଇଥିଲା। ଏହି କିଲ୍ଲାରେ ପହଞ୍ଚିବାକୁ ୧୭୩୭ ଟି ପାହାଚ ରହିଛି। ଏବେ ରୋପୱେର ସୁବିଧା ମଧ୍ୟ ରହିଛି। ରୋପ୍‌ୱେରେ ଗଲେ ୨୦ ରୁ ୩୦ ମିନିଟ ମଧ୍ୟରେ କିଲ୍ଲାର ଶିଖରରେ ପହଞ୍ଚି ହେବ।
କିଲ୍ଲାର ଇତିହାସ –
ଏହି କିଲ୍ଲାର ପୁରୁଣା ନାମ ରାୟରୀ ଥିଲା। ୧୬୫୬ରେ ଏହା ଶିବାଜୀଙ୍କ ଅଧୀନକୁ ଆସିବା ପରେ ସେ ଏହାକୁ ପୁର୍ନବାର ନିର୍ମାଣ କଲେ। ଯାହାପରେ ଏହାର ନାମ ରାୟଗଡ଼ ରଖାଗଲା।
କିଲ୍ଲାର ନିର୍ମାଣ –
ଏହା ପର୍ଯ୍ୟଟକମାନଙ୍କ ପାଇଁ ଉକୃଷ୍ଟ ତଥା ପ୍ରିୟ ସ୍ଥାନ ଅଟେ। ଏହାକୁ ଏକ ଧାର୍ମିକ ସ୍ଥଳ ମଧ୍ୟ କୁହାଯାଏ। କାରଣ ଏଠାରେ ଶିବାଜୀଙ୍କ ସମାଧି ରହିଛି। ମୁଖ୍ୟ ମହଲ ସଂପୂର୍ଣ୍ଣ କାଠରେ ନିର୍ମିତ ହୋଇଛି। କିଲ୍ଲାର ଉଚ୍ଚ ଶିଖରର ଶେଷ ଭାଗ ପ୍ରାୟ ୬୦୦ ଫୁଟ ଅଟେ। ଏକ ବଡ଼ ଦରଜା ଦେଇ ସେଠାକୁ ଯିବାକୁ ପଡ଼ିଥାଏ। ୧୩୫୬ ମିଟର ଉଚ୍ଚତା ବିଶିଷ୍ଟ ଏହି କିଲ୍ଲା ଭାରତର ଅନ୍ୟତମ ସୁଉଚ୍ଚ କିଲ୍ଲାର ମାନ୍ୟତା ପାଇଛି। ଏହି କିଲ୍ଲା ଭିତରେ ବଜାର ମଧ୍ୟ ରହିଛି। ଯେଉଁଠି ପର୍ଯ୍ୟଟକ ମାନେ ନିଜର ଆବଶ୍ୟକ ସାମଗ୍ରୀ କିଣି ପାରିବେ।  ନିକଟରେ ଗଙ୍ଗା ସାଗର ନାମକ ଏକ ଝରଣା ବହୁଛି, ଯାହା ଏହି କିଲ୍ଲା ସୌନ୍ଦର୍ଯ୍ୟକୁ ଦ୍ବିଗୁଣିତ କରୁଛି।

କେଉଁ ସମୟରେ ଯିବେ – ଅକ୍ଟୋବର ରୁ ମାର୍ଚ୍ଚ ଏଠାକୁ ଯିବା ପାଇଁ ଉପଯୁକ୍ତ ସମୟ ଅଟେ। ମାତ୍ର ବର୍ଷର ସବୁ ସମୟରେ ଏଠାକୁ ପର୍ଯ୍ୟଟକ ଆସିଥାଆନ୍ତି।
ଗମନାଗମନ ଦୃଷ୍ଟିରୁ – ଏଠାକୁ ଯିବା ପାଇଁ ନିକଟତମ ବିମାନବନ୍ଦର ମୁମ୍ବାଇ। ସେଠାରୁ କିଲ୍ଲାକୁ ଯିବା ପାଇଁ ଅନ୍ୟ ଯାନର ସୁବିଧା ରହିଛି।
ବୀର ରେଳ ଷ୍ଟେସନ ଏହାର ନିକଟତର ଷ୍ଟେସନ ଅଟେ। ସେଠାରୁ ରାୟଗଡ଼ର ଦୂରତା ୩୦ କିଲୋମିଟର।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories