www.samajalive.in
Sunday, December 14, 2025
16.1 C
Bhubaneswar

ଜାନୁଆରୀ ୭ ତାରିଖରୁ ଓଡ଼ିଶାରେ ବର୍ଷା ସମ୍ଭାବନା – ୧୩ ଓ ୧୪ ତାରିଖରେ ବର୍ଷା ପରିମାଣ ବଢିବ

ଭୁବନେଶ୍ୱର – ଓ୍ୱେଷ୍ଟର୍ଣ୍ଣ ଡିଷ୍ଟରବାନ୍ସ ଯୋଗୁଁ ଓଡିଶାରେ ଜାନୁଆରି ୭ ତାରିଖରୁ ବର୍ଷା ହେବ ବୋଲି ଭୁବନେଶ୍ୱର ସୋଆରେ ଥିବା ସେଣ୍ଟର ଫର ଏନଭରମେଣ୍ଟ ଆଣ୍ଡ କ୍ଲାଇମେଟ୍‌ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଏହାର ନିର୍ଦେଶକ ଶରତ ସାହୁଙ୍କ ଅନୁସାରେ ଜାନୁଆରୀ ୭ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ସମ୍ଭାବନା ରହିଛି । ୮ ଓ ୯ ଏବଂ ୧୩ରୁ ୧୪ ତାରିଖରେ ଅଳ୍ପ ପରିମାଣରେ ବର୍ଷା ସମ୍ଭାବନା ଥିବା ବେଳେ ୯ରୁ ୧୩ ତାରିଖ ମଧ୍ୟମରୁ ପ୍ରବଳ ବର୍ଷା ହୋଇପାରେ ।

ପଶ୍ଚିମ ଓଡ଼ିଶାରେ ବର୍ଷାର ପରିମାଣ ଅଧିକ ରହିବ । ୯ରୁ ୧୨ ତାରିଖ ମଧ୍ୟରେ ଏଠାରେ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି । ଉତ୍ତର ଏବଂ ଉପକୂଳ ଓଡ଼ିଶାରେ ୧୦ ତାରିଖରୁ ୧୪ ତାରିଖ ମଧ୍ୟରେ ବର୍ଷା ପରିମାଣ ଅଧିକ ରହିବ ।

- Advertisement -

କେତକ ସ୍ଥାନରେ ଘଡଘଡ଼ି ସହ ବର୍ଷା ସମ୍ଭାବନା ରହିଛି । ସାଧାରଣତଃ ଶୀତଦିନେ ଓଡିଶାରେ କମ୍‌ ବର୍ଷା ହୋଇଥାଏ । ମାତ୍ର ପରିବେଶ ପରିବର୍ତ୍ତନ ସହ ବିଶ୍ୱତାପାୟନ ଯୋଗୁଁ ବର୍ଷା ଏବଂ ବାତ୍ୟାର ସମୟରେ ପରିବର୍ତ୍ତନ ହୋଇଛି । ଗତ ବର୍ଷ ଡିସେମ୍ବର ମାସରେ ରାଜ୍ୟରେ ବର୍ଷା ହୋଇଥିଲା । ଚଳିତ ବର୍ଷ ଜାନୁଆରୀର ଦ୍ୱିତୀୟ ସପ୍ତାହରେ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories