www.samajalive.in
Sunday, December 14, 2025
26.1 C
Bhubaneswar

ନୂତନ ବର୍ଷ ଅବସରରେ ଗଞ୍ଜାମ ପ୍ରେସ କ୍ଳବ ପକ୍ଷରୁ ବୃକ୍ଷ ଚାରା ରୋପଣ

ଗଞ୍ଜାମ : ନୂତନ ବର୍ଷ ଅବସରରେ ଗଞ୍ଜାମ ପ୍ରେସ କ୍ଲବ ପକ୍ଷରୁ ପରିବେଶକୁ ସବୁଜ ସୁନ୍ଦର ଭାବେ ଗଢି ତୋଳିବା ପାଇଁ ବୃକ୍ଷ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କ୍ଳବର ଉପଦେଷ୍ଟା ଉମାକାନ୍ତ ବେହେରାଙ୍କ ତତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ଗଞ୍ଜାମ ସହର ସ୍ଥିତ ପୁରୁଣା ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଥିଲା । ସ୍ଥାନୀୟ ଶିଶୁ ମାନଙ୍କୁ ଆଗାମୀ ଭବିଷ୍ୟତରେ ବୃକ୍ଷ ରୋପଣ କରି ପରିବେଶ ସୁରକ୍ଷା ଆବଶ୍ୟକତା ସମ୍ପର୍କରେ ସଚେତନ କରାଯାଇଥିଲା।ସମ୍ପାଦକ ବିଦ୍ୟାଧର ସାହୁ, ସହ ସମ୍ପାଦକ ନିରଞ୍ଜନ ପରିଡା, ବିଜୟଲକ୍ଷ୍ମୀ ମହାଙ୍କୁଡ଼, ବଟକୃଷ୍ଣ ରାଉଳ, କେ.ରଜନୀକାନ୍ତ ରେଡି, ଛବିଲାଲ ସାହୁ ପ୍ରମୁଖ ପ୍ରେସ କ୍ଳବର କର୍ମକର୍ତ୍ତା, ସଦସ୍ୟ-ସଦସ୍ୟା ଉପସ୍ଥିତ ରହି ଆମ୍ବ, ପଣସ, ଅଶୋକ, ଅର୍ଜୁନ, ସ୍ଵର୍ଣ୍ଣଚମ୍ପା ଆଦି ବୃକ୍ଷ ଚାରା ରୋପଣ କରିଥିଲେ। ମନ୍ଦିର ପୂଜକ କନ୍ଧ ଶତପଥୀ ସହଯୋଗ କରିଥିଲେ।

Hot this week

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

Related Articles

Popular Categories