www.samajalive.in
Monday, December 15, 2025
26.1 C
Bhubaneswar

ବଲାଙ୍ଗିର ଉପଖଣ୍ଡ ପ୍ରଶାସନର କଟକଣା, ଜାନୁଆରୀ ୨ ପର୍ଯ୍ୟନ୍ତ ୭ ମନ୍ଦିରରେ ଭକ୍ତଙ୍କ ପାଇଁ ସାଧାରଣ ଦର୍ଶନ ବନ୍ଦ

ବଲାଙ୍ଗିର:ଶନିବାର ନୂଆ ବର୍ଷ। କରୋନା ଓ ବର୍ତ୍ତମାନ ଏହାର ନୂଆ ରୂପ ଓମିକ୍ରନ ପାଇଁ ଜିଲା ପ୍ରଶାସନ ପକ୍ଷରୁ ବଣ ଭୋଜି, ଶୋଭାଯାତ୍ରା, କଟକଣା ଜାରି କରାଯାଇଛି। ସେହିପରି ଜିଲାପାଳ ଚଞ୍ଚଳ ରାଣା ଜାନୁଆରୀ ୨ ପର୍ଯ୍ୟନ୍ତ ୭ ମନ୍ଦିରରେ ଭକ୍ତଙ୍କ ପାଇଁ ସାଧାରଣ ଦର୍ଶନ ବନ୍ଦ ଘୋଷଣା କରିଛନ୍ତି। ଯେଭଳି କୌଣସି ପର୍ଯ୍ୟଟନସ୍ଥଳ, ବଣଭୋଜି ସ୍ଥାନରେ ଲୋକେ ଏକତ୍ରିତ ହେବେ ନାହିଁ ସେଥିପାଇଁ ଅନୁରୋଧ କରିବା ସହ ୨ ତାରିଖ ଯାଏ କଟକଣାକୁ ପାଳନ କରିବାକୁ ଆହ୍ୱାନ ଦେଇଛନ୍ତି। ବିଶେଷ କରି ଅନେକେ ଶନିବାର ବଦଳରେ ରବିବାରକୁ ନୂଆ ବର୍ଷ ପାଳନ ପାଇଁ ଲକ୍ଷ୍ୟ ରଖିଥିଲେ, ତେଣୁ ରବିବାର ବି କଟକଣା ଜାରି କରାଯାଇଛି। ତେବେ କଟକଣା ଅମାନିଆଙ୍କୁ ଧରପଗଡ ପାଇଁ ପ୍ରଶାସନ ଓ ପୁଲିସ ପ୍ରସ୍ତୁତ ଥିବା ଜଣାପଡିଛି। ଅମାନିଆଙ୍କ ପ୍ରତି କୋହଳ ମନୋଭାବ ପୋଷଣ ନକରି ରୋକଠୋକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିର୍ଦେଶ ଦିଆଯାଇଛି।

 

- Advertisement -

ଏହିକ୍ରମରେ ବଲାଙ୍ଗିର ଉପଖଣ୍ଡର ଉପ ଜିଲାପାଳ ଲମ୍ବୋଦର ଧରୁଆ ଚିଠି ସଂଖ୍ୟା ୫୮ ଜରିଆରେ ଓ କୋଭିଡ ନିୟମ ଅନୁସାରେ ଶୁକ୍ରବାର(୩୧ ଡିସେମ୍ବରରୁ) ୨୦୨୨ ଜାନୁୟାରୀ ୨ ତାରିଖ ପର୍ଯ୍ୟନ୍ତ ସହର ମଧ୍ୟରେ ଥିବା ଦେବତ୍ତୋର ବିଭାଗ ଅଧୀନ ୭ଟି ମନ୍ଦିରର ପୂଜକଙ୍କୁ ମନ୍ଦିର ବନ୍ଦ ରଖିବାକୁ ନିର୍ଦ୍ଦେଶ ହୋଇଛି। ନୂଆ ବର୍ଷରେ ଅଧିକ ସଂଖ୍ୟକ ଭକ୍ତଙ୍କ ଭିଡ ହେବାର ଆଶଙ୍କା କରି ଉପ ଜିଲାପାଳ ବଲାଙ୍ଗିର ଟ୍ରାଫିକ ଛକ ନିକଟ ଗୋପାଳଜୀ ମନ୍ଦିର, ପିଆର୍ ଉଚ୍ଚ ବିଦ୍ୟାଳୟ ନିକଟ ପାଟଣେଶ୍ୱରୀ ମନ୍ଦିର, ଦୈନିକ ବଜାର ସ୍ଥିତ ସମଲେଶ୍ୱରୀ ମନ୍ଦିର ଓ ରାମଚରିତ ମାନସମ ମନ୍ଦିର, ଜିଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ନିକଟ ଲୋକନାଥ ମନ୍ଦିର, ସରକାରୀ ବସଷ୍ଟାଣ୍ଡ ନିକଟ ନରସିଂହ ମନ୍ଦିର ଓ ଦୁର୍ଗା ମନ୍ଦିରରେ ଭକ୍ତଙ୍କ ପ୍ରବେଶକୁ ବାରଣ କରାଯାଇଛି। ଏଥିପ୍ରତି କଡ଼ା ଦୃଷ୍ଟି ଦେବାକୁ ପୂଜକମାନଙ୍କୁ ନିର୍ଦେଶ ରହିଛି। ତେବେ​‌ ସୋମବାର ସକାଳୁ ମନ୍ଦିର ଭକ୍ତଙ୍କ ଦର୍ଶନ ପାଇଁ ସ୍ୱାଭାବିକ ଭାବେ ଖୋଲା ରହିବ ବୋଲି ଜଣାପଡିଛି।

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories