www.samajalive.in
Saturday, December 13, 2025
27.1 C
Bhubaneswar

ଡାଲମିଆ ସିମେଂଟ ପକ୍ଷରୁ ଭାରତର ପ୍ରଥମ ଇ-ଟ୍ରକ୍ ସେବା

ଭୁବନେଶ୍ୱର: ଏକ ଅଗ୍ରଣୀ ଭାରତୀୟ ସିମେଂଟ କଂପାନି ଓ ଡାଲମିଆ ଭାରତ ଲିମିଟେଡର ସହଯୋଗୀ ସଂସ୍ଥା ଡାଲମିଆ ସିମେଂଟ (ଭାରତ) ଲିମିଟେଡ୍ ପକ୍ଷରୁ ଭାରତରେ ଏହାର ଇ-ଟ୍ରକ୍ ସେବାକୁ ଉନ୍ମୋଚନ କରାଯାଇଛି । ଏହି ଅଗ୍ରଦୂତ ପଦକ୍ଷେପ ଅଙ୍ଗାରକାମ୍ଳ ନିର୍ଗମନ ହ୍ରାସ କରିବା ଲାଗି ଡିସିବିଏଲର ରହିଥିବା ନିରନ୍ତର ଲକ୍ଷ୍ୟକୁ ତ୍ୱରାନ୍ୱିତ କରିବା ସହ କଂପାନିର ସାମଗ୍ରିକ ଲଜିଷ୍ଟିକ୍ସ ମୂଲ୍ୟ ସ୍ଥିତିରେ ଉନ୍ନତି ଆଣିବ । କଂପାନିର ନୂଆ ଇଭି ଟ୍ରକ୍ ଫ୍ଲିଟ୍‌ର ଶୁଭାରମ୍ଭ ସହ ଡିଜେଲ ଚାଳିତ ଟ୍ରକ୍ ଯୋଗୁଁ ହେଉଥିବା ଅଙ୍ଗାରକାମ୍ଳ ନିର୍ଗମନ ଉଲ୍ଳେଖନୀୟ ଭାବେ ହ୍ରାସ ପାଇବ ।
ଏହି ପଦକ୍ଷେପର ପ୍ରଥମ ପର୍ଯ୍ୟାୟ ଅଂଶ ଭାବେ ପ୍ରସ୍ତାବିତ ୨୨ଟି ଉଚ୍ଚ ଦକ୍ଷତାର ଇଲେକ୍ଟ୍ରିକ ଟ୍ରକ୍ ମଧ୍ୟରୁ ଦୁଇଟିକୁ କାର୍ଯ୍ୟରେ ନିୟୋଜିତ କରାଯାଇଛି ଏବଂ ଅବଶିଷ୍ଟ ୨୦ଟିକୁ ୨୦୨୨ ଆର୍ଥିକ ବର୍ଷ ଶେଷ ହେବା ପୂର୍ବରୁ କାର୍ଯ୍ୟରେ ଲଗାଯିବ । ସରକାରଙ୍କ ଆତ୍ମନିର୍ଭର ଭାରତ ମିଶନକୁ ସହାୟତା ପ୍ରଦାନ କରିବା ଲାଗି ଭାରତର ପ୍ରଥମ ଉଚ୍ଚ କ୍ଷମତା ସମ୍ପନ୍ନ ଇଲେକ୍ଟ୍ରିକ ଟ୍ରକ୍ ନିର୍ମାତା ଆଇପିଏଲ୍ ଟେକ୍‍ କୁ ଡିସିବିଏଲ୍ ପକ୍ଷରୁ ନିଯୁକ୍ତ କରାଯାଇଛି ଯାହା ପ୍ରଥମ ଧରଣର ଇଭି ପ୍ରଦାନ କରିବ । ସିମେଂଟ ଉତ୍ପାଦନ ପାଇଁ ପ୍ରମୁଖ କଚାଂମାଲ ସ୍ଲାଗ୍ କୁ ରାଉରକେଲାସ୍ଥିତ ଭାରତୀୟ ଇସ୍ପାତ ପ୍ରାଧିକରଣ ଲିମିଟେଡ୍ (ସେଲ୍‌) କାରଖାନାରୁ ଏହାର ରାଜଗାଙ୍ଗପୁରରେ ଥିବା ସିମେଂଟ ଉତ୍ପାଦନ କାରଖାନା ପର୍ଯ୍ୟନ୍ତ ପରିବହନ କରିବା ଲାଗି ସେହି ଟ୍ରକଗୁଡ଼ିକୁ ବ୍ୟବହାର କରାଯିବ । କଂପାନି ପକ୍ଷରୁ ରାଜଗାଙ୍ଗପୁରରେ ଦୁଇଟି ଚାର୍ଜିଂ ଷ୍ଟେସନକୁ କାର୍ଯ୍ୟକାରୀ କରାଯାଇଛି ଏବଂ ୨୦୨୨ ମାର୍ଚ୍ଚ ସୁଦ୍ଧା ଆଉ ତିନିଟି ଚାର୍ଜିଂ ଷ୍ଟେସନକୁ କାର୍ଯ୍ୟକାରୀ କରାଯିବ ବୋଲି କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି ।

Hot this week

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

କିସ୍‌ରେ କେମିତି ହେଲା ଛାତ୍ର ଙ୍କ ମୃତ୍ୟୁ ? ସାଂଘାତିକ ଅଭିଯୋଗ ଆଣିଲେ ପରିବାର…

କେନ୍ଦୁଝର: ଭୁବନେଶ୍ଵର କିସ୍‌ରେ ଆଦିବାସୀ ଛାତ୍ରର ମୃତ୍ୟୁ ନେଇ କେନ୍ଦୁଝର ଜିଲାପାଳଙ୍କ...

Related Articles

Popular Categories