www.samajalive.in
Monday, December 8, 2025
27.1 C
Bhubaneswar

ଭିନ୍ନ ଶୈଳୀରେ ଖ୍ରୀଷ୍ଟମାସ ପାଳନ କଲା କିଟ୍‍ ଇଣ୍ଟରନ୍ୟାସନାଲ ସ୍କୁଲ

ଭୁବନେଶ୍ୱର: କିଟ୍‍ ଇଣ୍ଟରନ୍ୟାସନାଲ ସ୍କୁଲ ଚଳିତ ବର୍ଷର ଖ୍ରୀଷ୍ଟମାସକୁ ଭିନ୍ନ ଶୈଳୀରେ ପାଳନ କରିଛି । ସେବା ଓ ପରୋପକାର ଭଳି ମହତ କାର୍ଯ୍ୟରେ ବିରଳ ଉଦାହରଣ ସୃଷ୍ଟି କରିଥିବା ଏହାର ପ୍ରତିଷ୍ଠାତା ଡ.ଅଚ୍ୟୁତ ସାମନ୍ତଙ୍କ ପଦାଙ୍କ ଅନୁସରଣ କରି ‘ଦେବାରେ ହିଁ ଆନନ୍ଦ’ ବିଷୟକୁ ନେଇ ଏହି ପର୍ବ ପାଳିତ ହୋଇଥିଲା । ସେଥିପାଇଁ ବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ ଏବଂ କର୍ମଚାରୀମାନେ ପ୍ରାୟ ୨୦ କିଲୋମିଟର ଦୂରରେ ଥିବା ଶ୍ୟାମସୁନ୍ଦରପୁର ଗ୍ରାମକୁ ଯାଇଥିଲେ । ବିଦ୍ୟାଳୟର ଚେୟାରପର୍ସନ ଡ.ମୋନାଲିସା ବଳ କହିଛନ୍ତି ଯେ କିଟ୍‍ ଇଣ୍ଟରନ୍ୟାସନାଲ ସ୍କୁଲ ଜ୍ଞାନ ଓ ଅତିରିକ୍ତ ପାଠ୍ୟକ୍ରମର କାର୍ଯ୍ୟକଳାପ ସହିତ ମୂଲ୍ୟବୋଧ ଏବଂ ଜୀବନର ମୂଲ୍ୟବୋଧ ପିଲାଙ୍କୁ ଶିଖାଇବାରେ ବିଶ୍ୱାସ ରଖେ । ବିଦ୍ୟାଳୟ ପାଞ୍ଚବର୍ଷରୁ ଅଧିକ ସମୟ ଧରି ଶ୍ୟାମସୁନ୍ଦରପୁର ଗ୍ରାମବାସୀଙ୍କ ସେବାରେ ରହିଛି । ଚଳିତ ବର୍ଷ କୋଭିଡ ନିୟମାବଳୀ ପାଳନ କରି ବିଦ୍ୟାଳୟର ଛାତ୍ର, ଶିକ୍ଷକ ଓ କର୍ମଚାରୀମାନେ ଗ୍ରାମରେ ଖେଳନା, ବହି, କପ କେକ୍‍ ଆଦି ବଣ୍ଟନ କରିବା ସହିତ ଗ୍ରାମର ପିଲାଙ୍କ ସହିତ ଖ୍ରୀଷ୍ଟମାସ ପାଳନ କରିଥିଲେ ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories