www.samajalive.in
Saturday, December 6, 2025
16.1 C
Bhubaneswar

ଭାରତ ନିର୍ମିତ ହାଓଇଟଜାର ତୋପ “ବଜ୍ର’ର ସଫଳ ପରୀକ୍ଷଣ

ଜୋଧପୁର: ଭାରତୀୟ ସେନା ପକ୍ଷରୁ ପୋଖରାନ ପରୀକ୍ଷା କେନ୍ଦ୍ରରୁ ଗୁରୁବାର ସନ୍ଧ୍ୟାରେ ଭାରତ ନିର୍ମିତ ହାଓଇଟଜାର ତୋପ “ବଜ୍ର’ର ପ୍ରହର କରିବାର କ୍ଷମତାର ସଫଳ ପରୀକ୍ଷା କରାଯାଇଛି। ପୂର୍ବରୁ ହୋଇଥିବା ପରୀକ୍ଷା ପରେ ଦେଖା ଦେଇଥିବା କିଛି ତ୍ରୃଟିକୁ ସୁଧାରିବା ପରେ ଗୁରୁବାର ସନ୍ଧ୍ୟାରେ ଏହାର ପୁନଃ ପରୀକ୍ଷା କରାଯାଇ ଥିଲା। ପୂର୍ବ ପରୀକ୍ଷା ପରେ ବଜ୍ର ତୋପରେ ୧୩ଟି ପରିବର୍ତ୍ତନ କରାଯାଇ ଥିଲା। ୪୦ରୁ ୫୦କିମି ଦୂରତାରେ ଯେକୌଣସି ଲକ୍ଷ୍ୟକୁ ଭେଦ କରିବାର କ୍ଷମତା ସମ୍ପନ୍ନ ଏହି ତୋପରୁ ୬ଟି ବୋମା ନିକ୍ଷେପ କରାଯାଇ ଥିଲା। ୬ଟି ଯାକ ବୋମା ନିଦ୍ଦିଷ୍ଟ ଲକ୍ଷକୁ ଭେଦ କରିବାରେ ସଫଳ ହୋଇଥିଲା।
ମେକ ଇନ ଇଣ୍ଡିଆ କାର୍ଯ୍ୟକ୍ରମ ଅନ୍ତର୍ଗତ ଦେଶର ଲାର୍ସନ ଆଣ୍ଡ ଟୁର୍ବୋ କମ୍ପାନୀ ଦ୍ୱାରା ଏହି ତୋପର ନିର୍ମାଣ କରାଯାଇଛି। ବିଗତ ପରୀକ୍ଷା ପରେ ଏହି ତୋପରେ କିଛି ପରିବର୍ତ୍ତନ କରାଯିବାକୁ ସ୍ଥିର କରାଯାଇ ଥିଲା। ଏହାକୁ ଦୃଷ୍ଟିରେ ରଖି କମ୍ପାନୀ ପକ୍ଷରୁ ପରିବର୍ତ୍ତନ କରାଯିବା ପରେ ଗୁରୁବାର ସନ୍ଧ୍ୟାରେ ଏହାର ପରୀକ୍ଷଣ ହୋଇଥିଲା। ସେନା ଦ୍ୱାରା ୧୫୫ଏମଏମର ହାଓଇଟଜାର ତୋପ ମୁଖ୍ୟତଃ ମରୁଭୂମିର ପରିବେଶକୁ ଦୃଷ୍ଟିରେ ରଖି ନିର୍ମାଣ କରାଯାଇଛି। ଏହି ତୋପକୁ ଆଉ କିଛି ସମୟସୀମା ମଧ୍ୟରେ ସେନାରେ ସାମିଲ କରାଯିବା ପରେ ଦେଶର ପଶ୍ଚିମ ସୀମାନ୍ତରେ ଏହି ତୋପକୁ ମୁତୟନ କରାଯିବ। ଲର୍ସନ ଆଣ୍ଡ ଟୁର୍ବୋ କମ୍ପାନୀ ଦକ୍ଷିଣ କୋରିଆର ଟେକାବିନ ସହ ମିଶି ଏହି ତୋପକୁ ବିକଶିତ କରିଛି। ଗୁଜରାଟର ହଜିରାଠାରେ ଏ ସମ୍ପର୍କିତ କାରଖାନା ମଧ୍ୟ ପ୍ରତିଷ୍ଠା କରାଯାଇଛି। ତୋପରେ ବ୍ୟବହୃତ ୫୦ପ୍ରତିଶତ ଯନ୍ତ୍ରାଶଂ ଭାରତରେ ନିର୍ମାଣ ହେଉଛି। ଭାରତୀୟ ସେନା ୪୫୦୦କୋଟି ଟଙ୍କା ବିନିମୟରେ ୧୦୦ଟି ତୋପର ଅର୍ଡ଼ର ଦେଇଛି। ଲର୍ସନ ଆଣ୍ଡ ଟୁର୍ବୋ ପକ୍ଷରୁ ଋଷ କମ୍ପାନୀକୁ ମାତ ଦେଇ ଏହି ଅର୍ଡ଼ର ପାଇଥିଲେ।

Hot this week

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories