www.samajalive.in
Sunday, December 14, 2025
26.1 C
Bhubaneswar

ଆଉମାତ୍ର ୫ ଦିନ ପରେ ମହଙ୍ଗା ହେବ ଏଟିଏମ୍‌ରୁ ଟଙ୍କାଉଠାଣ -ଜାନୁଆରୀ ଏକ ତାରିଖରୁ ବଦଳିବ ଏହି ନିୟମ

ନୂଆଦିଲ୍ଲୀ – ଜାନୁଆରୀ ୧ ତାରିଖରୁ ଏଟିଏମ୍‌ରୁ ଟଙ୍କା ଉଠାଣ ମହାଙ୍ଗ ହେବ । ଏହା ପୂର୍ବରୁ ଆପଣଙ୍କୁ ଦିଆଯାଇଥିବା ମାଗଣା କାରବାର ସୀମା ବା ଫ୍ରି ଟ୍ରାଜାଂକସନ୍‌ ଲିମିଟ୍‌ରୁ ଅଧିକ ଯେତେଥର ଟଙ୍କା ଉଠାଉଥିଲେ ୨୦ ଟଙ୍କା ସହ ଜିଏସ୍‌ଟି ଦିବେ ପାଇଁ ପଡୁଥିଲା । ଏବେ ଏଥିପାଇଁ ୨୧ ଟଙ୍କା ସହ ଜିଏସ୍‌ଟି ଦେବା ପାଇଁ ପଡିବ ।

ବର୍ତ୍ତମାନ ବ୍ୟାଙ୍କର ଗ୍ରାହକମାନେ ୫ ଥର ନିଜ ବ୍ୟାଙ୍କର ଏଟିଏମ୍‌ରୁ ଟଙ୍କା ଉଠାଇଲେ କୌଣସି ଶୁଳ୍କ ଦେବା ପାଇଁ ପଡୁ ନଥିଲା । ଏହା ପରେ ପ୍ରତି ଉଠାଣ ପାଇଁ ୨୦ ଟଙ୍କା ସହ ଜିଏସ୍‌ଟି ଦେବା ପାଇଁ ପଡୁଥିଲା । ଏବେ ୫ ଥର ପରେ ୬ ଥରରୁ ପ୍ରତି ତା ପରବର୍ତ୍ତୀ କାରବାର ପାଇଁ ୨୧ ଟଙ୍କା ସହ ଜିଏସ୍‌ଟି ଦେବା ପାଇଁ ପଡିବ ତ ।

- Advertisement -

ଦେଶର ୬ଟି ମେଟ୍ରୋ ସହରରେ ଅଲଗା ବ୍ୟାଙ୍କର ଏଟିଏମ୍‌ରୁ ଟଙ୍କା କାଢିବା (Mumbai, New Delhi, Chennai, Kolkata, Bengaluru and Hyderabad) ମଧ୍ୟ ମହାଙ୍ଗା ହୋଇଛି । ପ୍ରଥମ ତିନୋଟି ଏଟିଏମ୍‌ରେ ଟଙ୍କା ଉଠାଣ ମାଗଣ ବା ଦେୟମୁକ୍ତ ରହିଛି । ଏହା ପରବର୍ତ୍ତୀ ଟଙ୍କା ଉଠାଣ ପାଇଁ ବର୍ଦ୍ଧିତ ମୂଲ୍ୟ ଦେବା ପାଇଁ ପଡିବ ।

ନନ୍‌ ମେଟ୍ରୋ ସହରମାନଙ୍କର ଦେୟମୁକ୍ତ ଏଟିଏମ୍‌ ଟଙ୍କା ଉଠାଣ ସଂଖ୍ୟା ୫ଟି ରହିଛି ।

ଜାନୁଆରୀ ଏକ ତାରିଖରୁ ନୂଆଦର ଲାଗୁ ହେବ । ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଏହି ନୂଆ ନିୟମ ପାଇଁ ବ୍ୟାଙ୍କମାନଙ୍କୁ ଅନୁମତି ଦେଇଛନ୍ତି ।

Hot this week

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

Related Articles

Popular Categories