www.samajalive.in
Saturday, December 13, 2025
26.1 C
Bhubaneswar

ହରିରାଜପୁର ପଞ୍ଚାୟତରେ ବିଜେପିର ମିଶ୍ରଣ ପର୍ବ

ବାଙ୍କୀ: ଡମପଡା ବ୍ଲକ ଅଧିନ ହରିରାଜପୁର ପଞ୍ଚାୟତରେ ବିଜେପିର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଏହି ପଞ୍ଚାୟତର ଅନ୍ୟଦଳ ଛାଡି ଶତାଧିକ ବ୍ୟକ୍ତି ବିଜେପିରେ ଯୋଗଦାନ କରିଥିବା ସମ୍ପର୍କରେ ସୂଚନା ମିଳିଛି। ହରିରାଜପୁର ସ୍ଥିତ ନିମାବାବା ମଠ ପରିସରରେ ଆୟୋଜିତ ମିଶ୍ରଣ କାର୍ଯ୍ୟକ୍ରମରେ ବିଜେପି ନେତା ତଥା ପୂର୍ବତନ ବିଧାୟକ ପ୍ରାର୍ଥି ସୁଭ୍ରାଂଶୁ ମୋହନ ପାଢୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ନବାଗତ ମାନଙ୍କୁ ଦଳୀୟ ପତାକା ଓ ଟୋପି ପିନ୍ଧାଇ ସ୍ୱାଗତ ଜଣାଇଛନ୍ତି। ବାଙ୍କୀ ନିର୍ବାଚନ ମଣ୍ଡଳୀ ବିଜେପି ପ୍ରହରୀ ଆଲୋକ ମହାନ୍ତି, ସମ୍ପାଦକ ରାମନାରାୟଣ ମହାନ୍ତି, ଉତ୍କଳ ମନ୍ତ୍ରୀ, ଶୀତାକାନ୍ତ ମିଶ୍ର, ବିପ୍ରବର ଲେଙ୍କା ପ୍ରଭାକର ଜେନା ପ୍ରମୁଖ ଉପସ୍ଥିତ ଥିଲେ। ମିଶ୍ରଣ ପର୍ବରେ ପ୍ରମୁଖ ଦାୟିତ୍ୱ ତୁଲାଇଥିବା ନାରାୟଣ ପିରୋଇ, କ୍ଷୀରୋଦ ଗୋଚ୍ଛାୟତ, ରତିକାନ୍ତ ପିରୋଇ, କେଦାର ଗୋଚ୍ଛାୟତ, ସନାତନ ପିରୋଇ, ରାଉଳ ପିରୋଇ ପ୍ରମୁଖ ସହଯୋଗ କରିଥିଲେ। ବାନାମ୍ବର ବେଉରାଙ୍କ ସଭାପତିତ୍ୱରେ ହରିରାଜପୁର ପଞ୍ଚାୟତରେ ଏହି ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories