www.samajalive.in
Sunday, December 14, 2025
16.1 C
Bhubaneswar

ବାଙ୍କୀ ବିଜେପିର ମିଶ୍ରଣପର୍ବ ଓ କାର୍ଯ୍ୟକର୍ତ୍ତା ଚୟନ

ବାଙ୍କୀ: ବାଙ୍କୀ ଭାରତୀୟ ଜନତା ପାର୍ଟିର ମୁଖ୍ୟ କାର୍ଯ୍ୟାଳୟ ଠାରେ ଭଗିପୁର ପଞ୍ଚାୟତର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଏହି ମିଶ୍ରଣ ପର୍ବରେ ଭଗିପୁର ପଞ୍ଚାୟତର ବହୁ ଅନ୍ୟ ଦଳର କର୍ମୀ ସ୍ୱଇଚ୍ଛାରେ ଭାରତୀୟ ଜନତା ପାର୍ଟିରେ ଯୋଗଦାନ କରିଥିବା ସମ୍ପର୍କରେ ବାଙ୍କୀ ବିଜେପି ନେତା ତଥା ପୂର୍ବତନ ବିଧାୟକ ପାର୍ଥୀ ଶୁଭ୍ରାସୁଂ ମୋହନ ପାଢୀ ସୂଚନା ଦେଇଛନ୍ତି। ସ୍ଥାନୀୟ କଚେରୀ ଛକ ଠାରୁ ବିଜେପି କର୍ମୀ ମାନେ ବାଇକ ଶୋଭାଯାତ୍ରାରେ ଯାଇ ବିଜେପି କାର୍ଯ୍ୟାଳୟ ଠାରେ ପହଁଚିଲା ପରେ ମିଶ୍ରଣ ପର୍ବ ଶୁଭ୍ରାସୁଂ ମୋହନ ପାଢୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା।

ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସାଧାରଣ ସମ୍ପାଦକ ତଥା ବାଙ୍କୀ ନିର୍ବାଚନ ମଣ୍ଡଳୀ ପ୍ରଭାରୀ ଆଲୋକ ମହାନ୍ତି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରାମ ନାରାୟଣ ମହାନ୍ତି ଯୋଗଦେଇ ନବାଗତ ମାନଙ୍କୁ ଦଳୀୟ ଉତ୍ତରୀୟ ଓ ଟୋପି ପିନ୍ଧାଯାଇ ଦଳକୁ ସ୍ୱାଗତ କରାଯାଇଥିଲା। ମିଶ୍ରଣ ପର୍ବରେ ଭଗିପୁର ପଞ୍ଚାୟତର ଅନିଲ କୁମାର ଜେନାଙ୍କୁ ସଭାପତି ଶ୍ରୀ ପାଢୀ ପଞ୍ଚାୟତର ବିଜେପି ଦଳ ସଭାପତି ଭାବରେ ଘୋଷଣା କରାଯାଇଥିଲା ଏବଂ ରିଙ୍କି ସାହୁଙ୍କୁ ଦଳର ସଭାନେତ୍ରୀ ଭାବରେ ଘୋଷଣା କରାଯାଇ ଉଭୟଙ୍କୁ ସମ୍ମାନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଆଇନଜିବୀ ଯଜାତିକେଶରୀ ପଟ୍ଟନାୟକ, ଉତ୍କଳ ମନ୍ତ୍ରୀ, କଟକ ଜିଲ୍ଲା ଉପସଭାପତି ସୀତାକାନ୍ତ ମିଶ୍ର, ସଂଗ୍ରାମ ବିଭୂତିରାୟ, ବିଜେପିର ମଣ୍ଡଳ ସଭାପତି ସଂଜୟ ରଣା, ସୁଶାନ୍ତ ଭଟ୍ଟ, ରବିନ୍ଦ୍ର ସାହୁ, ବିପ୍ରବର ଲେଙ୍କା, ପ୍ରସନ୍ନ ସ୍ୱାଇଁ, ବିନୋଦ ଦାସ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଲକ୍ଷ୍ମୀଧର ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ଅନିଲ କୁମାର ସାହୁଙ୍କ ନେତୃତ୍ୱରେ ଅନ୍ୟ ଦଳର କର୍ମୀମାନେ ବିଜେପିରେ ଯୋଗଦାନ କରିଥିବା ସୂଚନା ମିଳିଛି। ଅଜିତ୍‍ କୁମାର ସୁବୁଧି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories