www.samajalive.in
Sunday, December 7, 2025
26.1 C
Bhubaneswar

ଭତ୍ତା ଟଙ୍କା ନ ଦେବାରୁ ମାଆକୁ ଟାଙ୍ଗିଆରେ ହାଣିଲେ ଦୁଇ ପୁଅ

ସୁନ୍ଦରଗଡ଼ : ସଦର ଥାନା ଅନ୍ତର୍ଗତ ବାରଗାଡ଼ରେ ଦୁଇ ମଦ୍ୟପ ପୁଅ ନିଜ ମାଆଙ୍କୁ ଟାଙ୍ଗିଆ ଚୋଟରେ ହତ୍ୟା କରି ପୁଲିସ ଦ୍ୱାରା ଗିରଫ ହୋଇଛନ୍ତି। ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ଘଟାଇ ଶୁକ୍ରବାର ସକାଳେ ଶବକୁ ପୋଡ଼ିବାକୁ ଉଦ୍ୟମ କରୁଥିବା ବେଳେ ଗ୍ରାମବାସୀଙ୍କ କାନକୁ ଏହି କଥା ଯାଇଥିଲା। ଗ୍ରାମବାସୀଙ୍କୁ ଉକ୍ତ ମହିଳାଙ୍କ ମୃତ୍ୟୁ ଅସ୍ୱଭାବିକ ଲାଗିବାରୁ ଲୋକେ ପୁଲିସକୁ ସୂଚନା ଦେଇଥିଲେ। ସଦର ପୁଲିସ ଘଟଣାସ୍ଥଳରେ ପହଞ୍ଚି ପ୍ରଥମେ ଅଭିଯୁକ୍ତ ଦ୍ୱୟଙ୍କୁ ଥାନାକୁ ନେଇ ତଦନ୍ତ ଆରମ୍ଭ କରିଛି। ଏହି ପରିବାରର ପ୍ରତ୍ୟେକ ସଦସ୍ୟ ମଦ୍ୟପାନ କରି ଅହରହ ଝଗଡ଼ା କରିବା ତାଙ୍କ ନୀତିଦିନିଆ ଘଟଣା ବୋଲି ଗ୍ରାମବାସୀ କହିଛନ୍ତି। ହେଲେ ଗତକାଲି ରାତିର ଘଟଣା ଜଣାପଡ଼ିବା ପରେ ସମସ୍ତଙ୍କୁ ଏହା ମର୍ମାହତ କରିଛି। ପରିବାର ମଧ୍ୟରେ ନୂଆଁଖାଇକୁ ଧୁମଧାମରେ ପାଳନ କରିବା ପାଇଁ ଟିକେଶ୍ୱରୀ କିଶାନ ଓରଫ ପୁଲମତୀ କିଶାନ ସମସ୍ତ ବ୍ୟବସ୍ଥା କରି ଚାଲିଥିବା ବେଳେ ଦୁଇ ମଦ୍ୟପ ପୁଅ ନବୀନ କିଶାନ(୩୫) ଓ ବିପିନ କିଶାନ(୩୦) ମିଳିତ ଭାବେ ତାକୁ ହତ୍ୟା କରି ଥିବା କଥା ପୁଲମତୀର ବିବାହିତ ଝିଅ ବୀଣା କିଶାନ ପୁଲିସକୁ ସୂଚନା ଦେଇଛି। ନିଜ ମାଆଙ୍କୁ ହତ୍ୟା କରିବା ପରେ ଦୁଇ ଭାଇଙ୍କ ମଧ୍ୟରୁ ସାନ ଭାଇ ବିପିନ ବୀଣାଙ୍କୁ ଫୋନ ଯୋଗେ ଖବର ଦେଇଥିଲା। ତେବେ ସେ ଖବର ପାଇ ତାଙ୍କ ଶାଶୁ ଘରୁ ଆସି ଶୁକ୍ରବାର ପହଞ୍ଚିଲା ପରେ ମଧ୍ୟ ଦୁଇ ଭାଇ ଉଭୟେ ଉଭୟଙ୍କୁ ଦୋଷାରୋପ କରି ଝଗଡ଼ା ହେଉଥିବା କଥା ସେ କହିଥିଲେ। ଗୋଟିଏ ପଟେ ବୀଣାର ସୂଚନା ଓ ଅନ୍ୟପଟେ ଗ୍ରାମବାସୀଙ୍କ ସନ୍ଦେହ ଉଭୟଙ୍କ ଉପରେ କେନ୍ଦ୍ରୀଭୂତ ହୋଇଛି। ଗ୍ରାମବାସୀ ଏହି ଘଟଣା ସମ୍ପର୍କରେ ପୁଲିସକୁ ସୂଚନା ଦେଇ ନ୍ୟାୟ ଦାବି କରିଛନ୍ତି। ବାରଗାଡ଼ର ଏହି ନିର୍ଦ୍ଧିଷ୍ଟ ସ୍ଥାନ ସଦର ପୁଲିସ ଓ ଭଷ୍ମା ପୁଲିସର ପରିସରରେ ଆସିଥିବାରୁ ଉଭୟ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଘଟଣାର ପ୍ରାଥମିକ ସୂଚନା ଅନୁସାରେ ସଦର ଥାନାରେ ଏକ ହତ୍ୟାଘଟଣା ପଞ୍ଜିକୃତ କରାଯାଇଥିବା କଥା ତଦନ୍ତକାରୀ ଅଧିକାରୀ କହିଛନ୍ତି। ଘଟଣାସ୍ଥଳରେ ପୁଲିସ ଟିମ ପହଞ୍ଚି ଶବକୁ ଜବତ କରିବା ସହ ହତ୍ୟାକାଣ୍ଡରେ ବ୍ୟବହୃତ ହୋଇଥିବା ଟାଙ୍ଗିଆକୁ ଜବତ କରିଛି। ତେବେ ସଂପୂର୍ଣ୍ଣ ତଦନ୍ତ ପରେ ଘଟଣାର ସତ୍ୟତା ଜଣାପଡ଼ିବ ଓ ସେହି ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ତଦନ୍ତକାରୀ ଅଧିକାରୀ କହିଛନ୍ତି। ଗ୍ରାମବାସୀ ହୁଅନ୍ତୁ ଅବା ମୃତ ମହିଳାଙ୍କ ଝିଅ ହୁଅନ୍ତୁ ଏହି ବର୍ବର ହତ୍ୟାକାଣ୍ଡ ମଦ୍ୟପାନର କୁପରିଣତି ବୋଲି ସ୍ପଷ୍ଟ ହୋଇଛି।

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories