www.samajalive.in
Saturday, December 6, 2025
16.1 C
Bhubaneswar

କର୍ପୂର ଦ୍ବାରା ଭାଗ୍ୟଦୋଷ ଦୂର କରନ୍ତୁ

ନିଜର ଭାଗ୍ୟ ଯଦି ଆପଣଙ୍କ ସହ ରହି ନଥାଏ ତେବେ ଅନେକ ବ୍ୟକ୍ତି ନିରାଶ ହୋଇଥାନ୍ତି। ପୂଜା ସମୟରେ ବ୍ୟବହାର କରୁଥିବା କର୍ପୂର ଆପଣଙ୍କର ଏହି ସମସ୍ୟାକୁ ଦୂର କରିଥାଏ। କର୍ପୂର ଦ୍ବାରା ଧନ ସମସ୍ୟା, ବାସ୍ତୁଦୋଷ, ଅନେକ ରୋଗ ଠାରୁ ମୁକ୍ତି ମିଳିପାରିବ।
ବାସ୍ତୁଦୋଷ ଦୂର କରିବା ପାଇଁ:
ବାସ୍ତୁଦୋଷ ଦୂର କରିବା ନିମନ୍ତେ ଘରେ ଦୁଇଟି କର୍ପୂର ରଖନ୍ତୁ। କର୍ପୂର ମିଳେଇ ଯିବା ପରେ ପୁନଶ୍ଚ ଆଉ ଦୁଇଟି ରଖନ୍ତୁ। ଏପରି କରିବା ଦ୍ବାରା ଘରୁ ବାସ୍ତୁଦୋଷ ଦୂର ହୋଇଥାଏ।ଧନର ଅଭାବ ରହିଥିଲେ କିଛି ଦିନ ପର୍ଯ୍ୟନ୍ତ ଘରେ ରାତି ସମୟରେ ଚାନ୍ଦିର ପାତ୍ରରେ କର୍ପୂର ଓ ଲବଙ୍ଗ ଜଳାନ୍ତୁ।
ଘରର ସମସ୍ୟା ଦୂର କରିବାକୁ ଚାହୁଁଥିଲେ କର୍ପୂରକୁ ଘିଅରେ ବୁଡାଇ ରଖନ୍ତୁ। ଏହାକୁ ସକାଳେ ଓ ସନ୍ଧ୍ୟା ସମୟରେ ଜଳାନ୍ତୁ। ଏହାଦ୍ବାରା ଘରେ ନକରାତ୍ମକ ଶକ୍ତି ଦୂର ହୋଇଥାଏ। ଘରର ପରିବେଶ ଭଲ ରହିଥାଏ।
ରୋଗ ଠାରୁ ମୁକ୍ତ ରହିବା ପାଇଁ ଶନିବାର ଦିନ ଘରେ ସକାଳେ ଓ ସନ୍ଧ୍ୟା ସମୟରେ କର୍ପୂର ଜଳାଇବା ଉଚିତ। ଏପରି କରିବା ଦ୍ବାରା ଶନିଙ୍କ କୋପରୁ ମଧ୍ୟ ରକ୍ଷା ପାଇ ପାରିବେ।

Hot this week

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories