www.samajalive.in
Sunday, December 14, 2025
26.1 C
Bhubaneswar

ବିଦ୍ୟାଳୟକୁ ଦେବାଳୟରେ ପରିଣତ କଲେଣି ଭାରପ୍ରାପ୍ତ ପ୍ରଧାନଶିକ୍ଷକ

ପାଟଣା; ସରକାର ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ଉନ୍ନତିକରଣ କରନ୍ତି ସତ କିନ୍ତୁ ଉପଯୁକ୍ତ ରକ୍ଷଣାବେକ୍ଷଣ ନ ହେଲେ ଏହା କିଛି ଦିନ ଅଥବା ବର୍ଷରେ ଉଜୁଡିଯାଏ। ଏଠାରେ ୫-ଟିରେ ବିଦ୍ୟାଳୟର ରୂପାନ୍ତରିକରଣ କରାଯାଇଛି ସତ କିନ୍ତୁ ଏହା ପୂର୍ବରୁ ଏହି ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ସୁଧାକର ପଣ୍ଡାଙ୍କ ନିଷ୍ଠା ବିଦ୍ୟାଳୟକୁ ଏକ ଦେବାଳୟରେ ପରିଣତ କରିଦେଇଛି। ଆମେ କହୁଛୁ ପାଟଣା ବ୍ଲକ ଅନ୍ତର୍ଗତ ଡୁମୁରିଆ ପଞ୍ଚାୟତ ମୁଖ୍ୟାଳୟ ଡୁମୁରିଆ ବଢେଇଶୁଣି ଉଚ୍ଚ ବିଦ୍ୟାଳୟର କଥା। ଏଠାରେ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଭାବେ ଦାୟିତ୍ୱ ନେବା ପରେ ସୁଧାକର ପଣ୍ଡାଙ୍କ ବିଦ୍ୟାଳୟ ପ୍ରତି ମମତା କାରଣରୁ ଏହା ସମ୍ଭବ ହୋଇଛି। ବିଦ୍ୟାଳୟ ରୂପାନ୍ତରିକରଣ ପୂର୍ବରୁ ବିଦ୍ୟାଳୟ ପରିସରରେ ନାନାଦି ଫୁଲ ଓ ଶୋଭା ବର୍ଦ୍ଧନ କାରୀ ଗଛ ଲଗାଯାଇ ପରିବେଶକୁ ସବୁଜ ସୁନ୍ଦର କରି ଦିଆଯାଇଛି।

ବିଦ୍ୟାଳୟର ମୁଖ୍ୟ ଫାଟକରୁ ସିଧା ଭିତରକୁ ଗଲେ ଡାହାଣ ପାଶ୍ୱର୍କୁ ନଜର ପଡନ୍ତି ପ୍ରସ୍ତର ନିର୍ମିତ ମା ସରସ୍ୱତୀ ଓ ଶ୍ରୀ ଗଣେଶଙ୍କ ସଦୃଶ୍ୟ ପ୍ରତିମୂର୍ତି। ଏହା କେବଳ ଶୋଭାବର୍ଦ୍ଧନ ନୁହେଁ ଛାତ୍ରଛାତ୍ରୀଙ୍କୁ ଓ ଦେଖଣାହାରୀଙ୍କୁ ମଧ୍ୟ ଅନୁପ୍ରାଣୀତ କରିଥାଏ। ସବୁଜିମା ପରିବେଶରେ ସୁହସ୍ୟ ଆଧୁନିକ ପୁଟ ଦିଆଯାଇଥିବା ଶ୍ରେଣୀଗୃହର କାନ୍ଥରେ ପ୍ରାକୃତିକ ପରିବେଶର ଚିତ୍ର ସାଙ୍ଗକୁ ସାଧୁସନ୍ଥ ଓ ମହାପୁରୁଷଙ୍କ ଚିତ୍ର, ଜଗନ୍ନାଥଙ୍କ ଚିତ୍ର, ଲୋକକଳା ଚିତ୍ର ଏଠାରେ ବିଦ୍ୟାଳୟ ପ୍ରତି ସ୍ୱତନ୍ତ୍ର ଆକର୍ଷଣ ଆଣି ଦେଉଛି। ୧୯୭୭ ମସିହାରେ ସ୍ଥାପିତ ଏହି ବିଦ୍ୟାଳୟ ଅଞ୍ଚଳର ଆଦିବାସୀ ଛାତ୍ରଛାତ୍ରୀଙ୍କ ପାଇଁ ଆଲୋକବର୍ତିକା ହୋଇଛି।

- Advertisement -

ବିଦ୍ୟାଳୟରେ ଏବେ ନବମ ଶ୍ରେଣୀରେ ୫୭ ଓ ଦଶମ ଶ୍ରେଣୀରେ ୫୯ ଜଣ ଛାତ୍ରଛାତ୍ରୀ ପାଠପଢୁଛନ୍ତି। ଛାତ୍ରୀନିବାସ ଥିବାରୁ ଏଠାରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିର ମୋଟ ୭୮ ଜଣ ଛାତ୍ରୀ ରହି ପାଠ ପଢୁଛନ୍ତି। ତେବେ ବିଦ୍ୟାଳୟର ଗଣିତ ଶିକ୍ଷକ ପଦବୀ ସହ ଗୋଟିଏ କିରାଣୀ ପଦ, ୨ ଟି ପିଅନ ପଦବୀ ଓ ଗୋଟିଏ ରାତ୍ର ଜଗୁଆଳ ପଦବୀ ଖାଲିଥିବା ଜଣାଯାଇଛି। ପାଠ୍ୟ ଖସଡା ସହ ଏଠାରେ କମ୍ପୁ୍ୟଟର ଶିକ୍ଷାର ମଧ୍ୟ ସୁବିଧା ଥିବାରୁ ବିଦ୍ୟାଳୟଟି ଏବେ ଚର୍ଚ୍ଚାରେ ରହିଛି। ବିଦ୍ୟାଳୟ ଯେ ଦେବାଳୟର ଆକର୍ଷଣ ସାଜି ପାରେ ସେ କ୍ଷେତ୍ରରେ ଡୁମୁ୍ରିଆର ବଢେଇଶୁଣି ସରକାରୀ ଉଚ୍ଚ ବିଦ୍ୟାଳୟ ଉଦାହରଣ ସୃଷ୍ଟି କରିଛି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories