ସଞ୍ଜୀବ ମେମୋରିଆଲ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

କଲମପୁର: କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ସଦର ମହକୁମାର ଖଣ୍ଡୁଆଳ ଖେଳ ପଡିଆ ଠାରେ ଆରମ୍ଭ ହୋଇଛି ସଞ୍ଜୀବ ମେମୋରିଆଲ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ। କ୍ରୀଡାପ୍ରେମୀ ସ୍ବର୍ଗତ ସଞ୍ଜୀବ କୁମାର ନାଏକଙ୍କ ସ୍ମୃତି ଉଦ୍ଦେଶ୍ୟରେ ସ୍ଥାନୀୟ ଯୁବ ସଂଗଠନ ନବଜୀବନ ଯୁବ ଅନୁଷ୍ଠାନ ପକ୍ଷରୁ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଛି। ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୨୦ଟି ଦଳ ଅଂଶଗ୍ରହଣ କରିଛନ୍ତି। ମଙ୍ଗଳବାର ଅନୁଷ୍ଠିତ ଉଦଘାଟନୀ ଦିବସରେ ଥୁଆମୂଳ ରାମପୁର ନବଜୀବନ ଯୁବ ଅନୁଷ୍ଠାନ ଓ ଦେରଗୁଡା ଦଳ ମଧ୍ୟରେ ଖେଳାଯାଇଥିଲା।

ଟୁର୍ଣ୍ଣାମେଣ୍ଟର ଶୁଭାରମ୍ଭ ପୂର୍ବରୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ନବଜୀବନ ଯୁବ ଅନୁଷ୍ଠାନର ପ୍ରତିଷ୍ଠାତା ତଥା ପୂର୍ବତନ ସଭାପତି ସୁବାଷ ଚନ୍ଦ୍ର ନାଏକ ଓ ସମ୍ମାନିତ ଅତିଥି ଭାବରେ ଅନୁଷ୍ଠାନର ପ୍ରଥମ ଉପସଭାପତି ଅନିରୁଦ୍ଧ ନାଏକ, ପୁର୍ବତନ ସାଧାରଣ ସମ୍ପାଦକ ନରେନ୍ଦ୍ର ନାଏକ, ପୂର୍ବତନ ସହ ସମ୍ପାଦକ ପ୍ରଦିପ କୁମାର ନାଏକ ପ୍ରମୁଖଙ୍କ ସମେତ ବିକ୍ରାନ୍ତ କୁମାର, ସବୀର ଧଙ୍ଗଡାମାଝୀ, ଅଜୟ ସୁନାନୀ, ଜ୍ୟୋତିଷ କୁମାର ବେଣୁପାଣି ଏବଂ ଉଭୟ ଦୁଇ ଦଳର ଖେଳାଳୀ ଓ ଅନୁଷ୍ଠାନ ତଥା ଆୟୋଜକ କମିଟିର ସଦସ୍ୟ ସମସ୍ତଙ୍କ ଉପସ୍ଥିତିରେ ସ୍ବର୍ଗତ ସଞ୍ଜୀବ ନାଏକଙ୍କ ସ୍ମୃତି ଚାରଣ କରିଥିଲେ। ପରେ ଉଭୟ ଦଳ ମଧ୍ୟରେ ଖେଳ ଆରମ୍ଭ ହୋଇଥିଲା।

ପ୍ରଥମେ ବ୍ୟାଟିଂ କରି ନବଜୀବନ ଯୁବ ଅନୁଷ୍ଠାନ ଦଳ ନିର୍ଦ୍ଧାରିତ ୧୦ ଓଭର ରେ ୬ ଓ୍ବିକେଟ ହରାଇ ୮୧ ରନ୍ ସଂଗ୍ରହ କରିପାରିଥିଲା।ଏହାର ଜବାବରେ ଦେରଗୁଡା ଦଳ ୫ ଓ୍ବିକେଟ ହରାଇ ମାତ୍ର ୭୯ ରନ୍ ସଂଗ୍ରହ କରିବାରେ ସକ୍ଷମ ହୋଇଥିଲା।ଫଳରେ ୨ ରନରେ ବିଜୟ ଲାଭ କରି ନବଜୀବନ ଯୁବ ଅନୁଷ୍ଠାନ ଦଳ ଟୁର୍ଣ୍ଣାମେଣ୍ଟରେ ପରବର୍ତ୍ତୀ ମ୍ୟାଚ ପାଇଁ ଉନ୍ନୀତ ହୋଇପାରିଛି। ବରୁଣ ବାଗ ଓ ବୀରେନ୍ଦ୍ର ବିଶି ଅମ୍ପାୟର ଦାୟିତ୍ୱ ନେଇ ଖେଳ ପରିଚାଳନା କରିଥିବା ବେଳେ ସ୍କୋର ଭାବରେ ବାପୁ ଓ ଦୀପକ ଏବଂ କେଶବ ନାଏକ ଖେଳର ଧାରା ବିବରଣୀ ପ୍ରଦାନ କରିଥିଲେ। ନବଜୀବନ ଯୁବ ଅନୁଷ୍ଠାନର ବର୍ତ୍ତମାନ ସଭାପତି ବବଲୁ ଧଙ୍ଗଡାମାଝୀ, ସନ୍ତୋଷ କୁମାର ନାଏକ, ସିଦ୍ଧାର୍ଥ ନାଏକ ପ୍ରମୁଖ ସହଯୋଗ କରିଥିଲେ।

Comments are closed.