ବେଗୁନିଆ: ଜୀବନବିନ୍ଦୁ ଆନୁକୂଲ୍ୟରେ ବିଜୁ ଯୁବ ଜନତା ଦଳ ତରଫରୁ ବେଗୁନିଆ ବ୍ଲକ ଅନ୍ତର୍ଗତ ରାଉତପଡା ଉଚ୍ଚ ବିଦ୍ୟାଳୟ ଏବଂ ସିକୋ ଗ୍ରାମର କଲ୍ୟାଣିମଣ୍ଡପରେ ହେଉଥିବା ସ୍ବେଚ୍ଛାକୃତ ରକ୍ତଦାନ ଶିବିରକୁ ବିଧାୟକ ରାଜେନ୍ଦ୍ର କୁମାର ସାହୁ ଉଦଘାଟନ କରିଥିଲେ। ରାଉତପଡାରେ ୧୦୨ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ସିକୋରେ ୬୬ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା। ରାଉତପଡା ଉଚ୍ଚ ବିଦ୍ୟାଳୟ ପରିସର ଏବଂ ସିକୋ ଗ୍ରାମରେ ମା ତାରାଦେବୀଙ୍କ ମନ୍ଦିର ପରିସରରେ ମିଶନଶକ୍ତି ମହିଳାମାନଙ୍କ ଦ୍ୱାରା କୋଭିଡ-୧୯ (କରୋନା) ସଚେତନତା ଓ ମାସ୍କ ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ ବିଧାୟକ କରିଥିଲେ। ରାଉତପଡା ଉଚ୍ଚ ବିଦ୍ୟାଳୟ ପରିସରରେ ବିଧାୟକ ବୃକ୍ଷ ରୋପଣ କରିଥିଲେ।
Popular Categories



