ହ୍ୱାଟ୍ସଆପ ବ୍ୟବହାରକାରୀ ସତର୍କ ରୁହ : ସେନା

0

ନୂଆଦିଲ୍ଲୀ : ଭାରତୀୟ ସେନା ପକ୍ଷରୁ ଦେଶର ହ୍ୱାଟ୍ସଆପ ୟୁଜର୍ସ (ବ୍ୟବହାରକାରୀଙ୍କୁ) ସାବଧାନ କରାଯାଇଛି । ଚୀନର ହ୍ୟାକରମାନେ ଭାରତୀୟ ହ୍ୱାଟ୍ସଆପ ବ୍ୟବହାରକାରୀଙ୍କ ଆକାଉଣ୍ଟରୁ ତଥ୍ୟ ଚୋରାଇବାକୁ ଚେଷ୍ଟା କରୁଥିବାରୁ ସତର୍କ ରହିବାକୁ ସେନା ପକ୍ଷରୁ କୁହାଯାଇଛି। ଏନେଇ ସେନା ଅଫିସିଆଲ ଟ୍ୱିଟ୍‌ର ଆକାଉଣ୍ଟରେ ଏକ ଭିଡ଼ିଓ ଅପଲୋଡ଼ କରାଯାଇଛି । ଏହି ଭିଡ଼ିଓରେ ଦର୍ଶାଯାଇଛି ଯେ ଭାରତର ହ୍ୱାଟ୍ସଆପ ବ୍ୟବହାରକାରୀମାନେ ଚୀନ ହ୍ୟାକରଙ୍କ ଟାର୍ଗେଟରେ ଅଛନ୍ତି ।

ଏହା ପୂର୍ବରୁ ସେନା ପ୍ରକୃତ ନିୟନ୍ତ୍ରଣ ରେଖା (ଏଲ୍‌ଏସି)ରେ ମୁତୟନ ଯବାନଙ୍କୁ ସୋସିଆଲ ମିଡ଼ିଆ ବା ସାମାଜିକ ଗଣମାଧ୍ୟମ ସହ ହ୍ୱାଟ୍ସଆପ ବ୍ୟବହାରକୁ ନେଇ ସେନା ପକ୍ଷରୁ ସତର୍କ କରାଯାଇଥିଲା । ସେନା ପକ୍ଷରୁ ମାର୍ଚ୍ଚ ୧୭ରେ ଏହି ଭିଡ଼ିଓ ଜାରି କରାଯାଇଛି । ଏଥିରେ କୁହାଯାଇଛି ଯେ ହ୍ୱାଟ୍ସଆପ ହ୍ୟାକିଂର ନୂଆ ମାଧ୍ୟମ ହୋଇଛି । ଚୀନ ଭାରତୀୟଙ୍କ ଡିଜିଟାଲ ଦୁନିଆରେ ପ୍ରବେଶ କରିବାକୁ ସମସ୍ତ ପ୍ରକାଟ ମଞ୍ଚ ବା ପ୍ଲାଟଫର୍ମର ବ୍ୟବହାର କରୁଛି । ତମ ମୋବାଇଲ ଓ କମ୍ପ୍ୟୁଟର ମଧ୍ୟମରେ ପ୍ରବେଶ କରିବାକୁ ହ୍ୱାଟ୍ସଆପ ଗ୍ରୁପ ନୂଆ ମାଧ୍ୟମ ହୋଇଛି ।

ହ୍ୱାଟ୍ସଆପ ଗ୍ରୁପର ନିୟମିତ ଯାଞ୍ଚ କରିବା ସେହ ସମସ୍ତ ଜଣାଶୁଣା ବ୍ୟକ୍ତିଙ୍କୁ ସଦସ୍ୟ କରିବାକୁ କୁହାଯାଇଛି । ସେହପରି ଗ୍ରୁପ ସଦସ୍ୟ ଥିବା ସମସ୍ତଙ୍କ ଫୋନ୍‌ ନମ୍ବର ସେଭ କରି ରଖିବାକୁ କୁହାଯାଇଛି । ଫୋନ୍‌ ନମ୍ବର ବଦଳାଇଥିଲେ ସେ ନାମରେ ଥିବା ହ୍ୱାଟ୍ସଆପ ଗ୍ରୁପ୍‌କୁ ନଷ୍ଟ କରିଦେବାକୁ କୁହାଯାଇଛି । ଏଭଳି ଭାବେ ସତର୍କ ରହିବାକୁ ସେନା ପକ୍ଷରୁ ସୂଚନା ଦିଆଯାଇଛି।

Leave A Reply