www.samajalive.in
Sunday, December 7, 2025
14.1 C
Bhubaneswar

ଟି-୨୦ ଏବଂ ଏକଦିବସୀୟରୁ ଅଧିନାୟକ ପଦ ଛାଡିବାର ରହସ୍ୟ ଖୋଲିଲେ ଧୋନି

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ ଇତିହାସରେ ସବୁଠାରୁ ସଫଳ ଅଧିନାୟକ ଭାବେ ସୁପରିଚିତ ମହେନ୍ଦ୍ର ସିଂହ ଧୋନି ହଠାତ୍‍ ଟି-୨୦ଏବଂ ଏକଦିବସୀୟ ଦଳରୁୁ ଅଧିନାୟକ ପଦ ଛାଡିଥିଲେ। ଯାହା ତାଙ୍କ ପ୍ରଶଂସକମାନଙ୍କୁ ଚକିତ କରିବା ସହ ନିରାଶ ମଧ୍ୟ କରିଥିିଲା। କିଛିଦିନ ତଳେ ଧୋନି ରାଞ୍ଚିର ବିର୍ଶା ମୁଣ୍ଡା ଷ୍ଟାଡିୟମରେ ସିଆଇଏସ୍‍ଏଫ୍‍ ସହିତ ଏକ ପ୍ରେରଣାଦାୟୀ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ସେଠାରେ ସେ ଏକଦିବସୀୟ ଏବଂ ଟି-୨୦ରୁ ଅଧିନାୟକ ପଦ ଛାଡିବାର କାରଣ କହିଥିଲେ। ସେ କହିଥିଲେ ମୁଁ ଅଧିନାୟକ ପଦରୁ ଇସ୍ତଫା ଦେବାର କାରଣ ହେଉଛି ମୁଁ ଚାହୁଥିଲି ବିରାଟ କୋହଲିଙ୍କୁ ୨୦୧୯ ବିଶ୍ୱକପ ପାଇଁ ଏକ ମଜଭୁତ୍‍ ଦଳ ପ୍ରସ୍ତୁତ କରିବାପାଇ ପର୍ଯ୍ୟପ୍ତ ସମୟ ମିଳୁ। ଯାହାଦ୍ୱାରା ସେ ୨୦୧୯ ବିଶ୍ୱକପ ପାଇଁ ଏକ ମଜଭୁତ୍‍ ଦଳ ପ୍ରସ୍ତୁତ କରିପାରିବେ। ୨୦୧୭ ମସିହାରେ ଧୋନି ହଠାତ ଟି-୨୦ କ୍ରିକେଟରୁ ଅଧିନାୟକ ପଦ ଛାଡିଥିଲେ। ଏହାପୂର୍ବରୁ ସେ ୨୦୧୪ ମସିହାରେ ଟେଷ୍ଟ କ୍ରିକେଟରୁ ମଧ୍ୟ ଅବସର ନେଇଥିଲେ।

Hot this week

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

‘ବାବୁଜୀ ଥିଲେ ଉତ୍କଳମଣିଙ୍କ ଐତିହ୍ୟର ଅନିର୍ବାଣ ଶିଖା’

କଟକ:‘ସମାଜ’ ହେଉଛି ଖବରକାଗଜର ପ୍ରତିନାମ। ‘ସମାଜ’ର ଏପରି ସୁନାମ ପଛରେ ପଣ୍ଡିତ...

Related Articles

Popular Categories