www.samajalive.in
Friday, December 12, 2025
19.1 C
Bhubaneswar

ଭାରତରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୧୫୧

ନୂଆଦିଲ୍ଲୀ : କରୋନାର ନୂଆ ପ୍ରଜାତି ଭୂତାଣୁ ଓମିକ୍ରନକୁ ନେଇ ବିଶ୍ବବ୍ୟାପୀ ଭୟ ବଢିବାରେ ଲାଗିଛି। ଏହି ନୂଆ ପ୍ରଜାତି ଭୂତାଣୁ ଭାରତରେ ଜାନୁଆରୀ/ଫେବୃଆରୀରେ ତୃତୀୟ ଲହର ଆଣିବା ନେଇ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ପୂର୍ବାନୁମାନ କରୁଛନ୍ତି। ଏହି କ୍ରମରେ ଭାରତରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୧୫୧ରେ ପହଞ୍ଚିଛି। ଇତିମଧ୍ୟରେ ୧୧ଟି ରାଜ୍ୟରେ ଓମିକ୍ରନ ଭୂତାଣୁ ପାଦ ଥାପିଛି। ରବିବାର ମହାରାଷ୍ଟ୍ରରେ ଆଉ ୬ ନୂଆ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ମୁମ୍ବଇ ବିମାନ ବନ୍ଦରରୁ ୪ଜଣ ଓ ପ୍ରିମ୍ପ୍ରିଛିନ୍ଦୱାଡ଼ ପୌରାଞ୍ଚଳରୁ ଜଣେ ଓ ପୁଣେର ଗ୍ରାମାଞ୍ଚଳରୁ ଜଣେ ଚିହ୍ନଟ ହୋଇଛନ୍ତି। ଫଳରେ ମହାରାଷ୍ଟ୍ରରେ ମୋଟ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୫୪ ଛୁଇଁଛି। ସେହିଭଳି ଗୁଜୁରାଟର ରାଜକୋଟରେ ଜଣେ ୨୩ ବର୍ଷୀୟ ତାଞ୍ଜାନିଆ ଯୁବକ ଓମିକ୍ରନରେ ସଂକ୍ରମିତ ହେବା ପରେ ଏହି ସଂଖ୍ୟା ୯କୁ ଛୂୁଇଁଛି। ସବୁଠୁ ଚିନ୍ତା ବଢ଼ାଇଛି ତେଲଙ୍ଗାନା। ଏଠାରେ ଇତିମଧ୍ୟରେ ୨୦ଜଣ ଓମିକ୍ରନ୍ତ ଆକ୍ରାନ୍ତ ଚିହ୍ନଟ ହେଲେଣି। ସେହିଭଳି ରାଜସ୍ଥାନରେ ୧୭, କର୍ଣ୍ଣାଟକରେ ୧୪, କେରଳରେ ୧୧, ଆନ୍ଧ୍ରପ୍ରଦେଶ, ଚଣ୍ଡିଗଡ଼, ତାମିଲନାଡୁ ଓ ପଶ୍ଚିମବଙ୍ଗରେ ଜଣେ ଲେଖାଏଁ ଓମିକ୍ରନ ଚିହ୍ନଟ ହୋଇଛନ୍ତି।
ଓମିକ୍ରନ ପ୍ରଜାତି ଭୂତାଣୁ ଆସିବା ପରେ ଦେଶର ରାଜଧାନୀ ଦିଲ୍ଲୀରେ ଦୈନିକ କରୋନା ସଂକ୍ରମଣ ବଢିବାରେ ଲାଗିଛି। ଏଠାରେ ଇତିମଧ୍ୟରେ ୨୨ଜଣ ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇସାରିଲେଣି। ଗତ ୨୪ଘଣ୍ଟା ମଧ୍ୟରେ ଦୈନିକ ସଂକ୍ରମଣ ୧୦୭ ପହଞ୍ଚିଛି। ଯାହାକି ଗତ ଜୁନ୍ ୨୭ ତାରିଖ ପରଠାରୁ ସର୍ବାଧିକ ଦୈନିକ ସଂକ୍ରମଣ ରହିଛି। ସେହିପରି କେରଳରେ ଗତ ୨୪ ଘଣ୍ଟା ମଧ୍ୟରେ ୨୯୯୫ଜଣ ନୂତନ ସଂକ୍ରମିତ ହୋଇଥିବାବେଳେ ୧୧ଜଣଙ୍କ ମୃତ୍ୟୁ ଘଟିଛି। ରାଜ୍ୟରେ ୩୦,୬୩୯ ଜଣ ସକ୍ରିୟ ଥିବାବେଳେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪୪,୫୦୩ ଛୁଇଁଛି।
ଅନ୍ୟପକ୍ଷରେ ଓମିକ୍ରନ ସଂକ୍ରମଣ ନେଇ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ (ହୁ) ଚିନ୍ତାବ୍ୟକ୍ତ କରିବା ସହ ଏହାର ସଂକ୍ରମଣ ଗତି ଦେଢ଼ରୁ ୩ଦିନରେ ଦୁଇଗୁଣ ବୋଲି ସତର୍କ କରାଇଛି। ଇତିମଧ୍ୟରେ ବିଶ୍ବରେ ୮୯ଟି ରାଷ୍ଟ୍ର​‌େ​‌ର ଓମିକ୍ରନ ସଂକ୍ରମିତ ଚିହ୍ନଟ ହେଲେଣି। ପରିସ୍ଥିତିକୁ ଦୃଷ୍ଟିରେ ରଖି ବଡ଼ ଦିନ ପର୍ବ ଓ ନୂଆବର୍ଷ ପୂର୍ବରୁ ନେଦରଲାଣ୍ଡକୁ ଲକ୍‌ଡାଉନ୍‌ କରାଯାଇଛି। ଓମିକ୍ରନ ସଂକ୍ରମଣ ନ ବ୍ୟାପିବା ଲାଗି ଏଠାରେ କଡ଼ା କଟକଣା ଗ୍ରହଣ କରାଯାଇଛି।
ବ୍ରିଟେନରେ ଓମିକ୍ରନ ସଂକ୍ରମଣ ଗତ ସପ୍ତାହରେ ତିନିଗୁଣା ବୃଦ୍ଧି ପାଇଛି। ଏଠାରେ ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା ୧୦,୦୫୯ରେ ପହଞ୍ଚିଛି। ବ୍ରିଟେନରେ ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟା ୯୦ହଜାର ଉପରେ ରହିଥିବାବେଳେ କେବଳ ଲଣ୍ଡନରେ ସଂକ୍ରମିତଙ୍କ ମଧ୍ୟରୁ ୬୦ପ୍ରତିଶତ ଓମିକ୍ରନ ପ୍ରଜାତିର ଥିବା ଜଣାପଡ଼ିଛି। ଓମିକ୍ରନକୁ ନେଇ ୟୁରୋପ ଓ ଆମେରିକାରେ ଖ୍ରୀଷ୍ଟମାସ ଓ ନୂଆବର୍ଷ ପର୍ବ ଉପରେ ଚଡକ ପଡିଛି।
ଭାରତରେ

Hot this week

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

ବାଇକ ସ୍କୁଟି ମୁହାଁମୁହିଁ ଧକ୍କା- ୩ ମୃତ ୨ ଗୁରୁତର

ପାଟଣା - ଶୁକ୍ରବାର ସନ୍ଧ୍ୟା ସାଢ଼େ ୬ଟା ସମୟରେ ଘଟଗାଁ ଥାନା...

ଗାଈ କଟାକୁ ନେଇ ଉତ୍ତେଜନା- ମାମଲା ରୁଜୁ

ଗୋପାଳପୁର - ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟସ୍ଥ ସୋରାବାଡି ଜଙ୍ଗଲରେ...

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

Related Articles

Popular Categories