www.samajalive.in
Sunday, December 7, 2025
23.1 C
Bhubaneswar

ଜଷ୍ଟିସ ରଞ୍ଜନ ଗୋଗେଇ ସୁପ୍ରିମକୋର୍ଟର ପରବର୍ତ୍ତୀ ପ୍ରଧାନ ବିଚାରପତି

ନୂଆଦିଲୀ : ଜଷ୍ଟିସ ରଞ୍ଜନ ଗୋଗେଇଙ୍କୁ ସୁପ୍ରିମକୋର୍ଟର ପରବର୍ତ୍ତୀ ପ୍ରଧାନ ବିଚାରପତି ଭାବେ ରାଷ୍ଟ୍ରପତି ନିଯୁକ୍ତି ଦେଇଛନ୍ତି। ଅକ୍ଟୋବର ମାସ ୩ ତାରିଖରେ ସେ କାର୍ଯ୍ୟଭାର ଗ୍ରହଣ କରିବେ। ବର୍ତ୍ତମାନର ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ର ଆସନ୍ତା ଅକ୍ଟୋବର ମାସ ୨ ତାରିଖରେ ଅବସର ନେବେ।

ପୂର୍ବରୁ ଜଷ୍ଟିସ ଦୀପକ ମିଶ୍ର ଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତି ଭାବେ ଜଷ୍ଟିସ ରଞ୍ଜନ ଗୋଗେଇଙ୍କ ନାମକୁ ପତ୍ର ମାଧ୍ୟମରେ ସୁପାରିଶ କରିଥିଲେ । ତେବେ ଗୁରୁବାର ଜଷ୍ଟିସ ଗୋଗେଇଙ୍କ ନିଯୁକ୍ତି ସଂକ୍ରାନ୍ତ ବିଜ୍ଞପ୍ତି ରାଷ୍ଟ୍ରପତି ଭବନରୁ  ପ୍ରକାଶ ପାଇଛି।

- Advertisement -

୧୯୫୪ ମସିହା ୧୮ ନଭେମ୍ବରରେ ଜନ୍ମ ଗ୍ରହଣ କରିଥିବା ଜଷ୍ଟିସ ଗୋଗେଇ ୧୯୭୮ରେ ଆଇନଜୀବୀ ଭାବେ ପଞ୍ଜିକୃତ ହୋଇଥିଲେ। ସମ୍ବିଧାନ, ଟିକସ ଏବଂ  କମ୍ପାନୀ ସଂପର୍କୀୟ ମାମଲାକୁ ନେଇ ଗୌହ୍ବାଟୀ ହାଇକୋର୍ଟରୁ ସେ ଓକିଲାତି ଆରମ୍ଭ କରିଥିଲେ। ୨୦୦୧ ମସିହା ଫେବୃଆରୀ ୨୮ ତାରିଖରେ ସେ  ଗୌହ୍ବାଟୀ ହାଇକୋର୍ଟର ସ୍ଥାୟୀ ବିଚାରପତି ଭାବେ ନିଯୁକ୍ତି ପାଇଥିଲେ।  ୨୦୧୦ ମସିହା  ୦୯  ସେପ୍ଟେମ୍ବରରେ ସେ ପଞ୍ଜାବ ଓ ହରିୟାଣା ହାଇକୋର୍ଟକୁ ସ୍ଥାନାନ୍ତରିତ ହୋଇଥିଲେ। ପରେ ୨୦୧୧ ମସିହା ୧୨ ଫେବୃଆରୀରେ ସେ ପଞ୍ଜାବ ଓ ହରିୟାଣା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ପାଇଥିଲେ। ସେହିପରି ୨୦୧୨ ମସିହା  ଅପ୍ରେଲ ୨୩ରେ ସେ ସୁପ୍ରିମକୋର୍ଟର ବିଚାରପତି  ଭାବେ ନିଯୁକ୍ତ ହୋଇଥିଲେ।

 

Hot this week

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories