www.samajalive.in
Friday, December 12, 2025
15.1 C
Bhubaneswar

ଓଡିଶାକୁ ସମ୍ପୂର୍ଣ୍ଣ ମଦମୁକ୍ତ କରିବା ପାଇଁ ଦାବି

ଭୁବନେଶ୍ୱର . –  ଓଡିଶାକୁ ସମ୍ପୂର୍ଣ୍ଣ ମଦମୁକ୍ତ କରିବା ପାଇଁ  ମାଆ ଘର ଫାଉଣ୍ଡେସନ୍‌ ପକ୍ଷରୁ ଦାବି କରାଯାଇଛି ।  ରାଜ୍ୟର ଯୁବ ବର୍ଗ ଏଥିପାଇଁ ପଥ ଭ୍ରଷ୍ଟ ହେବା ସହ ସେମାନଙ୍କର ଭବିଷ୍ୟତ ନଷ୍ଟ ହେଉଥିବା କଥା ମାଆ ଘର ଫାଉଣ୍ଡେସନର ମୁଖ୍ୟ ତଥା ସମାଜସେବୀ ଋତୁପର୍ଣ୍ଣା ମହାନ୍ତି କହିଛନ୍ତି ।  ରାଜ୍ୟରେ ସମସ୍ତ ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ସମ୍ଭବ ହୋଇ ନଥିବା ବେଳେ ଗାଁ ଗଣ୍ଡା ସହର ସବୁସ୍ଥାନରେ ମଦ ଦୋକାନ ଖୋଲିବାରେ ଲାଗିଛି । ଏହା ରାଜ୍ୟ ସରକାରଙ୍କୁ ଟିକସ ଆୟର ମାଧ୍ୟମ ହୋଇଥାଇ ପାରେ , ମାତ୍ର ଏଥିଯୋଗୁଁ  ରାଜ୍ୟବାସୀଙ୍କର କ୍ଷତି ହେଉଛି  ବୋଲି ଅନେକ ବିଶେଷଜ୍ଞ ମତ ପ୍ରକାଶ କରିଛନ୍ତି ।

୧୯୫୬ ମସିହାରେ ଓଡିଶା ନିଶା ନିବାରଣ ଆଇନ ପାରିତ ହୋଇଥିଲେ ମଧ୍ୟ ତାହା ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇ ପାରୁନାହିଁ । ଦେଶ, ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜୟନ୍ତୀ ପାଳନ କରିବାକୁ ଯାଉଛି । ମାତ୍ର ତାଙ୍କର ନିଶା ନିବାରଣ ମନ୍ତ୍ର ଆଜି ଯାଏଁ କାର୍ଯ୍ୟକାରୀ ହୋଇ ପାରୁନାହିଁ । ଏହି ପବିତ୍ର ଅବସରରେ ଓଡିଶାକୁ ସମ୍ପୂର୍ଣ୍ଣ ମଦମୁକ୍ତ କରିବ ପାଇଁ  ମାଆ ଘର ଫାଉଣ୍ଡେସନ ର ମୁଖ୍ୟ ଓ ସମାଜସେବୀ ଋତୁପର୍ଣ୍ଣା ମହାନ୍ତି ଦାବି କରିଛନ୍ତି ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories