www.samajalive.in
Wednesday, December 10, 2025
14.1 C
Bhubaneswar

ଡିଜିପିଙ୍କ ଗାଡ଼ିକୁ ଚିହ୍ନି ପାରିଲେନି: ଦୁଇ ନିଲମ୍ବିତ

ନୋଇଡ଼ା: ଉତ୍ତରପ୍ରଦେଶ ପୁଲିସ ମହାନିର୍ଦେଶକଙ୍କ ଗାଡ଼ିକୁ ଚିହ୍ନି ପାରି ନ ଥିବାରୁ ନୋଇଡ଼ାର ଦୁଇ ପୁଲିସ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଛି। ନୂଆଦିଲ୍ଳୀରେ ଏକ ବୈଠକରେ ଯୋଗ ଦେବା ପାଇଁ ଉତ୍ତରପ୍ରଦେଶ ଡିଜିପି ଓ ପି ସିଂହ ନୋଇଡ଼ା ଦେଇ ଯାଉଥିଲେ। ଅପରାହ୍ଣ ପ୍ରାୟ ୩ଟା ବେଳେ ତାଙ୍କ ଗାଡ଼ିକୁ ଆମ୍ରପାଲି ପୁଲିସ ଚେକ୍‍ପୋଷ୍ଟଠାରେ ଅଟକାଯାଇଥିଲା। ସେଠାରେ ମୁତୟନ ସେକ୍ଟର ୩୯ ଥାନାର ଜଣେ ସବ୍‍ଇନସ୍ପେକ୍ଟର ଓ ଜଣେ କନେଷ୍ଟବଳ ଡିଜିପି କିମ୍ବା ତାଙ୍କ ଗାଡ଼ିକୁ ଚିହ୍ନି ନ ପାରି ଗାଡ଼ିର ତନଖି କରିଥିଲେ। ଏହି ଘଟଣା ପରେ ସେହି ଦୁଇ ଜଣଙ୍କୁ ନିଲମ୍ବନ କରାଯାଇଥିବା ଅଭିଯୋଗ ହୋଇଛି। ଅପରପକ୍ଷରେ ଏଭଳି ଅଭିଯୋଗକୁ ସ୍ଥାନୀୟ ପୁଲିସ ଅଧିକାରୀ ଖଣ୍ଡନ କରିଛନ୍ତି। କାର୍ଯ୍ୟରେ ଥିବା ବେଳେ ଦୁଇ ଜଣ କ୍ୟାପ୍‍ ନ ପିନ୍ଧି ପାଟ୍ରୋଲିଂ ଜିପ୍‍ରେ ରଖିଥିଲେ। ତେଣୁ ବିଶୃଙ୍ଖଳା କାରଣରୁ ସେମାନଙ୍କୁ ନିଲମ୍ବନ କରାଯାଇଥିବା ପୁଲିସ ଅଧିକାରୀ କହିଛନ୍ତି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories