www.samajalive.in
Tuesday, December 9, 2025
15.1 C
Bhubaneswar

ଆଉ ମିଳିବନି ସାରିଡନ୍‍

ନୂଆଦିଲ୍ଲୀ: ଯନ୍ତ୍ରଣା ଉପଶମକାରୀ ଟାବ୍‍ଲେଟ୍‍ ସାରିଡନ୍‍ ଆଉ ବଜାରରେ ମିଳିବନି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏହି ଔଷଧକୁ ସମ୍ପୂର୍ଣ୍ଣ ନିଷେଧ ଘୋଷଣା କରିଛନ୍ତି। ଏଥିସହିତ ଆହୁରି ୬ଟି ଔଷଧ ସମେତ ୩୨୮ଟି ଔଷଧର ମିଶ୍ରଣ ଉପାଦାନର ଉତ୍ପାଦନ, ବିତରଣ ଓ ବିକ୍ରି ଉପରେ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ନିଷେଧାଦେଶ ଜାରି କରାଯାଇଛି। ୧.୩ ଲକ୍ଷ କୋଟି ଟଙ୍କାର ଭାରତୀୟ ଔଷଧ ବଜାରରେ ସେହି ସବୁ ଔଷଧର ଅବଦାନ ଏକ ଚତୁର୍ଥାଂଶ ଥିବାରୁ କେତେକ ବ୍ରାଣ୍ଡେଡ୍‍ ଔଷଧ କମ୍ପାନୀ କ୍ଷତିଗ୍ରସ୍ତ ହେବେ ବୋଲି କୁହାଯାଉଛି। ବେଆଇନ୍‍ ଘୋଷିତ ଅନ୍ୟ ଔଷଧଗୁଡ଼ିକ ହେଲା ସ୍କିନ୍‍ କ୍ରିମ୍‍ ପାନ୍‍ଡର୍ମ, ମଧୁମେହ ଉପଶମକାରୀ ଔଷଧ ଗ୍ଲୁକୋନର୍ମ ପିଜି, ଆଣ୍ଟିବାଓଟିକ୍ସ ଲୁପିଡିକ୍ଲୋକ୍ସ, ଆଣ୍ଟିବ୍ୟାକ୍ଟ୍ରେରିଆଲ୍‍ ଟାକ୍ସିମ୍‍ ଏ ଜେଡ୍‍।
୨୦୧୬ ମାର୍ଚ୍ଚ ୧୦ ତାରିଖରେ ଏହି ସବୁ ଔଷଧକୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ନିଷେଧା ଘୋଷଣା କରିଥିଲେ। ଏହାପରେ ବିଭିନ୍ନ ଔଷଧ ନିର୍ମାତା ବିଭିନ୍ନ ରାଜ୍ୟର ହାଇକୋର୍ଟ ଓ ସୁପ୍ରିମକୋର୍ଟରେ ଫେରାଦ ହୋଇଥିଲେ। ପ୍ରସଙ୍ଗର ଗୁରୁତ୍ୱ ଦୃଷ୍ଟିରୁ ସୁପ୍ରିମକୋର୍ଟ ଡ୍ରଗ୍ସ ଟେକ୍‍ନିକାଲ୍‍ ଆଡ୍‍ଭାଇଜରି ବୋର୍ଡ ଘଠନ ପାଇଁ ନିର୍ଦେଶ ଦେବା ସହିତ ବୋର୍ଡର ନିଷ୍ପତ୍ତି ଚୂଡ଼ାନ୍ତ ବୋଲି କହିଥିଲେ। ପୁଙ୍ଖାନୁପୁଙ୍ଖ ପରୀକ୍ଷା ପରେ ବୋର୍ଡ ଉପରୋକ୍ତ ଔଷଧ ରୋଗୀଙ୍କ ପାଇଁ ଉପଯୁକ୍ତ ନୁହେଁ ବୋଲି ସୁପାରିସ କରିଥିଲେ। ଅପରପକ୍ଷରେ ନିଷେଧ ତାଲିକାରେ ଥିବା ୧୫ଟି ଥଣ୍ଡା, କାଶ ଓ ଯନ୍ତ୍ରଣା ଉପଶମକାରୀ ଔଷଧକୁ ସୁପ୍ରିମକୋର୍ଟ ବାଦ୍‍ ଦେବାକୁ କହିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories