କାଲିଫର୍ଣ୍ଣିଆ: ଦକ୍ଷିଣ କାଲିଫର୍ଣ୍ଣିଆରେ ୫ ଜଣଙ୍କୁ ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିଛି ଜଣେ ଆତତାୟୀ। ହତ୍ୟାର କାରଣ ଜଣାପଡ଼ିନାହିଁ। ପୁଲିସ ସୂଚନା ଅନୁଯାୟୀ, ବ୍ୟାକରସଫିଲ୍ଡ୍ ସ୍ଥିତ ଏକ କମ୍ପାନୀ ନିକଟରେ ଆତାତୀୟ ଜଣକ ପ୍ରଥମେ ତାର ପତ୍ନୀ ଓ ଅନ୍ୟ ଜଣେ ବ୍ୟକ୍ତିକୁ ହତ୍ୟା କରିଥିଲା। ସେଠାରୁ କିଛି ଦୂରରେ ଆଉ ଜଣେ ବ୍ୟକ୍ତିକୁ ହତ୍ୟା କରିବା ପରେ ଏକ ଘର ଭିତରେ ପଶି ଦୁଇ ଜଣଙ୍କୁ ହତ୍ୟା କରିଥିଲା। ଏହାର କିଛି ସମୟ ପରେ ନିଜ ବନ୍ଧୁକରୁ ଗୁଳି କରି ଆତ୍ମହତ୍ୟା କରିଥିଲା।



