www.samajalive.in
Saturday, December 13, 2025
18.1 C
Bhubaneswar

ଖାଲି ପଡ଼ିଛି ୬୦% ସିଟ୍, ସ୍ବତନ୍ତ୍ର ଓଜେଇଇ କରିବାକୁ ସଚିବଙ୍କୁ ଚିଠି

ଭୁବନେଶ୍ବର: ରାଜ୍ୟର ବେସରକାରୀ ଇଞ୍ଜିନିୟରିଂ ମହାବିଦ୍ୟାଳୟ ଗୁଡିକରେ ପ୍ରାୟ ୬୦ ପ୍ରତିଶତ ସ୍ଥାନ (ସିଟ)ଖାଲି ପଡିଛି। ବି.ଟେକ ପାଠ୍ୟକ୍ରମରେ ନାମଲେଖାଇବା ପାଇଁ ବହୁ ବିଦ୍ୟାର୍ଥୀ ଚାହିଁ ବସିଛନ୍ତି। ସିଟ ପୂରଣ ଏବଂ ଛାତ୍ରଛାତ୍ରୀଙ୍କୁ ବି.ଟେକ ପାଠ୍ୟକ୍ରମରେ ନାମଲେଖାଇବା ସୁଯୋଗ ଦେବା ନିମନ୍ତେ ପୁଣି ଥରେ ସ୍ବତନ୍ତ୍ର ଓଜେଇଇ କରିବା ପାଇଁ ଓଡ଼ିଶା ଘରୋଇ ଇଞ୍ଜିନିୟରିଂ ମହାବିଦ୍ୟାଳୟ ସଂଘ ଆଜି ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମାଙ୍କୁ ଚିଠି ଲେଖି ଅନୁରୋଧ କରିଛି।

ସଂଘର ସାଧାରଣ ସମ୍ପାଦକ ବିନୋଦ ଦାଶ କହିଛନ୍ତି, ବି.ଟେକ ନାମଲେଖା ପ୍ରକ୍ରିୟାକୁ ସର୍ବୋଚ୍ଚ ନ୍ୟାୟାଳୟ ଡିସେମ୍ବର ୩୧ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଏହାରି ଭିତରେ ବିଭାଗ ସ୍ବତନ୍ତ୍ର ଓଜେଇଇ କରି ୩୧ ତାରିଖ ସୁଦ୍ଧା ନାମଲେଖା ପ୍ରକ୍ରିୟା ସାରିବାକୁ ସଂଘ ଦାବି କରିଛି। ୩ ଥର କାଉନସେଲିଂ କରାଯିବା ପରେ ମଧ୍ୟ ୬୦ ପ୍ରତିଶତ ସିଟ ଖାଲି ପଡିଛି। ଚଳିତ ବର୍ଷ ସ୍ବତନ୍ତ୍ର ଓଜେଇଇ ଦେବାକୁ ହଜାର ହଜାର ଛାତ୍ରଛାତ୍ରୀ ପରୀକ୍ଷା କେନ୍ଦ୍ରକୁ ଆସି ପାରି ନ ଥିଲେ। ଦ୍ବିତୀୟ ଲହର ପ୍ରଭାବ, ବନ୍ୟା ଏବଂ ବାତ୍ୟା ଯୋଗୁଁ ବିଦ୍ୟାର୍ଥୀ ପରୀକ୍ଷା ଦେବାକୁ ଆସି ପାରିଲେ ନାହିଁ। ପରୀକ୍ଷାରୁ ବଞ୍ଚିତ ଛାତ୍ରଛାତ୍ରୀଙ୍କୁ ସୁଯୋଗ ଦେବା ପାଇଁ ଆଉ ଥରେ ସ୍ବତନ୍ତ୍ର ଓଜେଇଇ କରାଯାଉ। ସ୍ବତନ୍ତ୍ର ଓଜେଇଇ ପାଇଁ ଡିସେମ୍ବର ୨୧ରେ ବିଜ୍ଞାପନ ପ୍ରକାଶ କରି ୨୩ରୁ ୨୪ ତାରିଖ ପଞ୍ଜୀକରଣ କରିବାକୁ ଛାତ୍ରଛାତ୍ରୀଙ୍କୁ ସମୟ ଦିଆଯାଉ। ୨୫ରେ ଛାତ୍ରଛାତ୍ରୀ ପ୍ରବେଶ ପତ୍ର (ଆଡମିଟ କାର୍ଡ) ଡାଉନଲୋଡ କରିପାରିବେ। ୨୬ ଏବଂ ୨୭ ତାରିଖରେ ପରୀକ୍ଷା କରି ୨୯ ତାରିଖରେ ଫଳ ପ୍ରକାଶ କରାଯାଇ ପାରିବ। ୩୦ ଏବଂ ୩୧ ତାରିଖ ଦୁଇଦିନ ମହାବିଦ୍ୟାଳୟ ସ୍ତରରେ ନାମଲେଖାଇବାକୁ ଛାତ୍ରଛାତ୍ରୀଙ୍କୁ ଅନୁମତି ଦିଆଯାଇ ପାରିବ। ଯଦ୍ଦ୍ବାରା ଇଞ୍ଜିନିୟରିଂ ମହାବିଦ୍ୟାଳୟରେ ଖାଲି ପଡିଥିବା ସିଟ ପୂରଣ ହୋଇ ପାରିବ। ଛାତ୍ରଛାତ୍ରୀ ମଧ୍ୟ ବି.ଟେକ ପାଠ ପଢିପାରିବେ ବୋଲି ସଂଘ ବିଭାଗ ପାଖରେ ଦାବି ଉପସ୍ଥାପନ କରିଛି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories