www.samajalive.in
Friday, December 12, 2025
17.1 C
Bhubaneswar

ବିଶ୍ବ ବ୍ୟାଡ୍‌ମିଣ୍ଟନ ଚମ୍ପିଆନ୍‌ସିପ୍‌ରେ ଇତିହାସ ରଚିଲେ ଶ୍ରୀକାନ୍ତ

ହ୍ୟୁଲ୍‌ଭା (ସ୍ପେନ୍‌): ଭାରତୀୟ କ୍ରୀଡ଼ା ଇତିହାସରେ ନୂତନ ଇତିହାସ ସୃଷ୍ଟି କରିଛନ୍ତି କିଦାମ୍ବି ଶ୍ରୀକାନ୍ତ। ପ୍ରଥମ ଭାରତୀୟ ଭାବେ ବିଶ୍ବ ବ୍ୟାଡ୍‌ମିଣ୍ଟନ ଚମ୍ପିଆନ୍‌ସିପ୍‌ର ପୁରୁଷ ଏକକ ବା ସିଙ୍ଗଲ୍‌ସ ଫାଇନାଲରେ ଶ୍ରୀକାନ୍ତ ପ୍ରବେଶ କରିଛନ୍ତି। ଶନିବାର ସେମିଫାଇନାଲରେ ଶ୍ରୀକାନ୍ତ ସାଥୀ ଭାରତୀୟ ଖେଳାଳି ଲକ୍ଷ୍ୟ ସେନ୍‌ଙ୍କୁ କଡ଼ା ସଂଘର୍ଷ ପରେ ୧୭-୨୧, ୨୧-୧୪, ୨୧-୧୭ ଗେମ୍‌ରେ ପରାସ୍ତ କରିଛନ୍ତି। ଏହି ମୁକାବିଲା ୧ ଘଣ୍ଟା ୯ ମିନିଟ ଧରି ଚାଲିଥିଲା। ବିଶ୍ବର ୧୯ନଂ ଖେଳାଳି ଲକ୍ଷ୍ୟ ସେନ୍ ପ୍ରଥମ ଗେମ୍‌କୁ ଜିତିବା ପରେ ପୂର୍ବତନ ବିଶ୍ବର ୧ନଂ ପୁରୁଷ ଖେଳାଳି ତଥା ୧୨ଶ ସିଡ୍‌ ଶ୍ରୀକାନ୍ତ ପରବର୍ତ୍ତୀ ୨ଟି ଗେମ୍‌ରେ ପଛୁଆ ଥିବା ସତ୍ତ୍ବେ ଏହାକୁ ଜିତି ନେଇଥିଲେ। ୩ୟ ସିଡ୍‌ ଡେନ୍‌ମାର୍କର ଆଣ୍ଡର୍ସ ଆଣ୍ଟୋନ୍‌ସେନ୍ ଓ ସିଙ୍ଗାପୁରର ଲୋହ୍ କିନ୍ ୟୁଙ୍କ ମଧ୍ୟରେ ୨ୟ ସେମିଫାଇନାଲର ବିଜେତାଙ୍କ ବିପକ୍ଷରେ ରବିବାର ଶ୍ରୀକାନ୍ତ ଫାଇନାଲ ଖେଳିବେ। ଲକ୍ଷ୍ୟ ସେନ୍ କାଂସ୍ୟ ପଦକରେ ସନ୍ତୁଷ୍ଟ ରହିଛନ୍ତି।

ପ୍ରଥମ ଗେମ୍‌ରେ ଶ୍ରୀକାନ୍ତ ଓ ଲକ୍ଷ୍ୟ ଲଢ଼ୁଆ ପ୍ରଦର୍ଶନ କରିଥିଲେ। ସ୍କୋର୍‌ ୧୭-୧୭ ଥିବା ବେଳେ ୨୦ ବର୍ଷ ବୟସ୍କ ଉତ୍ତରାଖଣ୍ଡର ଆଲ୍‌ମୋଡ଼ାର ଲକ୍ଷ୍ୟ କ୍ରମାଗତ ୪ ପଏଣ୍ଟ ଜିତି ପ୍ରଥମ ଗେମ୍‌ ୧୭ ମିନିଟରେ ଜିତି ନେଇଥିଲେ। ୨ୟ ଗେମ୍‌ରେ ଶ୍ରୀକାନ୍ତ ଅଳ୍ପ ବ୍ୟବଧାନରେ ଆଗୁଆ ରହିଥିଲେ। ତେବେ ୧୬-୧୪ରେ ଆଗୁଆ ଥିବା ବେଳେ ଶ୍ରୀକାନ୍ତ କ୍ରମାଗତ ୫ ପଏଣ୍ଟ ଜିତି ଏହି ଗେମ୍‌କୁ ଜିତି ମ୍ୟାଚ୍‌କୁ ୧-୧ ସ୍ଥିତିକୁ ଆଣିଥିଲେ। ନିର୍ଣ୍ଣାୟକ ୩ୟ ଗେମ୍‌ରେ ଆରମ୍ଭରୁ ଶ୍ରୀକାନ୍ତ ଆଗୁଆ ଥିଲେ ହେଁ ଲକ୍ଷ୍ୟ ମଧ୍ୟାନ୍ତର ସୁଦ୍ଧା ୧୧-୮ରେ ଆଗୁଆ ଥିଲେ। ପରେ ଶୀକାନ୍ତ ସ୍କୋର୍‌କୁ ସମାନ କରିବା ପରେ ଆଗୁଆ ହୋଇଯାଇ ଗେମ୍‌ ସହ ମ୍ୟାଚ୍‌କୁ ଜିତି ନେଇଥିଲେ। ପୂର୍ବରୁ ୨ୟ ଜଣ ଭାରତୀୟ ଖେଳାଳି ବିଶ୍ବ ବ୍ୟାଡ୍‌ମିଣ୍ଟନ ଚମ୍ପିଆନ୍‌ସିପ୍‌ର ପୁରୁଷ ସିଙ୍ଗଲ୍‌ସ ସେମିଫାଇନାଲରେ ପ୍ରବେଶ କରିଥିଲେ ହେଁ କେହି ଫାଇନାଲ ଖେଳିନଥିଲେ। ପ୍ରକାଶ ପାଦ୍ୟୁକୋନ୍ ୧୯୮୩ରେ ଓ ବି. ସାଇ ପ୍ରଣିତ ୨୦୧୯ରେ ସେମିଫାଇନାଲରେ ପରାସ୍ତହୋଇ କାଂସ୍ୟ ପଦକ ଜିତିଥିଲେ। ତେବେ ଭାରତୀୟ ମହିଳା ଭାବେ ପି.ଭି. ସିନ୍ଧୁ ଓ ସାଇନା ନେହୱାଲ ବିଶ୍ବ ବ୍ୟାଡ୍‌ମିଣ୍ଟନ ଚମ୍ପିଆନ୍‌ସିପର ସିଙ୍ଗଲ୍‌ସ ଫାଇନାଲ ଖେଳି ସାରିଛନ୍ତି। ୩ ଥର ଫାଇନାଲ ଖେଳିଥିବା ସିନ୍ଧୁ ୨୦୧୯ରେ ଚମ୍ପିଆନ୍ ହୋଇଥିବା ବେଳେ ୨୦୧୭ ଓ ୨୦୧୮ରେ ରନର୍ସଅପ୍ ହୋଇଥିଲେ। ସାଇନା ୨୦୧୫ରେ ରନର୍ସଅପ୍ ହୋଇଥିଲେ।

Hot this week

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

ବାଇକ ସ୍କୁଟି ମୁହାଁମୁହିଁ ଧକ୍କା- ୩ ମୃତ ୨ ଗୁରୁତର

ପାଟଣା - ଶୁକ୍ରବାର ସନ୍ଧ୍ୟା ସାଢ଼େ ୬ଟା ସମୟରେ ଘଟଗାଁ ଥାନା...

Related Articles

Popular Categories