www.samajalive.in
Friday, December 12, 2025
19.1 C
Bhubaneswar

ପେସା ସୁରକ୍ଷାକର୍ମୀ, ନିଶା ବାସ୍କେଟବଲ

ଦୃଷ୍ଟି ଆଢୁଆଳରେ ସୁରେଶ

ପେସାରେ ସେ ଜଣେ ସୁରକ୍ଷାକର୍ମୀ, ହେଲେ ନିଶା ତାଙ୍କର ବାସ୍କେଟବଲ। ରାଜ୍ୟ ଓ ଜାତୀୟ ବାସ୍କେଟବଲ ପ୍ରତିଯୋଗିତାରେ ଖେଳି ମଧ୍ୟ କୌଣସି ସ୍ଥାନରେ ନିଯୁକ୍ତି ପାଇ ନପାରି ଶେଷରେ ସୁରକ୍ଷାକର୍ମୀ ଭାବେ କାର୍ଯ୍ୟ କରି ପରିବାର ପୋଷଣ କରୁଛନ୍ତି ଯୁବ ବାସ୍କେଟବଲ ଖେଳାଳି ସୁରେଶ ସୋରେନ। ବ୍ରହ୍ମପୁର କ୍ରୀଡ଼ା​‌ ଛାତ୍ରାବାସର ପୂର୍ବତନ ଅନ୍ତେବାସୀ ସୁରେଶ ତଥାପି ବାସ୍କେଟବଲ୍‌ର ମୋହ ଛାଡିପାରି ନାହାନ୍ତି।

କେନ୍ଦୁଝର ଜିଲା ସିରିସିପାଳ ଗ୍ରାମର ଶ୍ୟାମ ସୋରେନ ଓ ଫୁଲ ସୋରେନଙ୍କ ପୁଅ ସୁରେଶ ୨୦୧୩ରେ ବାସ୍କେଟବଲ ଖେଳାଳି ଭାବେ ବ୍ରହ୍ମପୁର କ୍ରୀଡ଼ା ଛାତ୍ରାବାସରେ ଯୋଗ ଦେଇଥିଲେ। ଏଠାରେ ଅଭ୍ୟାସ ଓ ପ୍ରଶିକ୍ଷଣ ପରେ ଆଗକୁ ବଢିଥିଲେ ସୁରେଶ। ସେ ଓଡ଼ିଶା ଯୁବ ଦଳ ପକ୍ଷରୁ ୨୦୧୫ରେ ଜାତୀୟ ପ୍ରତିଯୋଗିତା ଖେଳିଥିଲେ। ତେବେ କ୍ରୀଡ଼ା ଛାତ୍ରାବାସରୁ ବାହାରିବା ପରେ ଖେଳ ପ୍ରତି ଆବଶ୍ୟକ ପ୍ରୋତ୍ସାହନ ତାଙ୍କୁ ମିଳିନଥିଲା। ତେଣୁ ଖେଳ ବଜାୟ ରଖିବା ଲାଗି ରୋଜଗାର ପନ୍ଥା ଖୋଜିଥିଲେ ସେ। ଏବେ ପାରାଦୀପରେ ପିପିଏଲ୍‌ରେ ସୁରକ୍ଷାକର୍ମୀ ଭ​‌ାବେ କାର୍ଯ୍ୟ କରିବା ସହିତ କେନ୍ଦୁଝର ଜିଲା ପକ୍ଷରୁ ମଧ୍ୟ ବାସ୍କେଟବଲ ଖେଳୁଛନ୍ତି। ୨୨ ବର୍ଷୀୟ ସୁରେଶ କୁହନ୍ତି, ବାସ୍କେଟବଲ ପ୍ରତି ଆଗ୍ରହ ରହିଛି। ଏହାକୁ କ୍ୟାରିୟର ଭାବେ ଗ୍ରହଣ କରିବା ସମୟରେ ଜାତୀୟ ଦଳ ପକ୍ଷରୁ ଖେଳିବାର ଲକ୍ଷ୍ୟ ରହିଥିଲା। ତେବେ କ୍ରୀଡ଼ା ଛାତ୍ରାବାସ ଛାଡ଼ିବା ପରେ ଖେଳ ପ୍ରତି ଆବଶ୍ୟକ ପ୍ରୋତ୍ସାହନ ମିଳିଲା ନାହିଁ। ଏହା ସହିତ ପରିବାରର ଆର୍ଥିକ ସ୍ଥିତି ଭଲ ନଥିବାରୁ ଖେଳ ଜାରି ରଖିବା ସମ୍ଭବପର ହୋଇନଥିଲା। ସରକାରୀ ଚାକିରି ପାଇଁ ଏକାଧିକ ପରୀକ୍ଷା ଦେଇ ମଧ୍ୟ ବିଫଳ ହୋଇଥିଲି। କ୍ରୀଡ଼ା ସଂରକ୍ଷଣରେ କୌଣସି ଗ୍ରୁପ-ଡି ନିଯୁକ୍ତିଟିଏ ସୁଦ୍ଧା ମିଳିନଥିଲା। ଏଥିପାଇଁ ବାଧ୍ୟହୋଇ ଘରୋଇ ସଂସ୍ଥାରେ କାମ କରିବାକୁ ନିଷ୍ପତ୍ତି ନେଲି। ପ୍ରୋତ୍ସାହନ ଅଭାବରୁ ଆଗକୁ ବଢିପାରୁନାହିଁ। କୌଣସି ସରକାରୀ ନିଯୁକ୍ତି ନମିଳିବାରୁ ପିପିଏଲ୍‌ରେ ସୁରକ୍ଷାକର୍ମୀ ଭାବେ କାର୍ଯ୍ୟ କରୁଛି। ସମୟ ମିଳିଲେ ବାସ୍କେଟବଲ ପ୍ରତିଯୋଗିତା ମଧ୍ୟ ଖେଳିବାକୁ ଯାଉଛି ବୋଲି ସୁରେଶ କହିଛନ୍ତି।

- Advertisement -

ରାଜ୍ୟ ସରକାର କ୍ରୀଡ଼ା ଓ କ୍ରୀଡ଼ାବିତ୍‌ମାନଙ୍କୁ ପ୍ରୋତ୍ସାହନ ସହ ଦକ୍ଷ କ୍ରୀଡ଼ାବିତ୍‌ଙ୍କୁ ସରକାରୀ ନିଯୁକ୍ତି ଯୋଗାଇ ଦେଉଥିବାବେଳେ ଜଣେ ଯୁବ ବାସ୍କେଟବଲ ଖେଳାଳି ଦୃଷ୍ଟି ଅାଢୁଆଳରେ ରହି ଯାଇଛନ୍ତି। ରାଜ୍ୟ କ୍ରୀଡ଼ା ଓ ଯୁବ ସେବା ବିଭାଗ ସୁରେଶଙ୍କ ପ୍ରତି ଦୃଷ୍ଟି ଦେଲେ କିମ୍ବା ସରକାରୀ ନିଯୁକ୍ତିଟିଏ ଯୋଗାଇଦେଲେ ସୁରେଶ ଆଗାମୀ ଦିନରେ ନିଶ୍ଚିତ ଆଗକୁ ବଢିପାରନ୍ତେ ।

Hot this week

ଗାଈ କଟାକୁ ନେଇ ଉତ୍ତେଜନା- ମାମଲା ରୁଜୁ

ଗୋପାଳପୁର - ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟସ୍ଥ ସୋରାବାଡି ଜଙ୍ଗଲରେ...

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

Related Articles

Popular Categories