www.samajalive.in
Sunday, December 14, 2025
16.1 C
Bhubaneswar

ସ୍ତ୍ରୀ ହତ୍ୟାକାରୀକୁ ଆଜୀବନ କାରାଦଣ୍ଡ

ନବରଙ୍ଗପୁର: ସ୍ତ୍ରୀ ହତ୍ୟାକାରୀକୁ ଆଜୀବନ କାରାଦଣ୍ଡ ଶୁଣାଇଲେ ବିଚାରପତି। ସାକ୍ଷ୍ୟ ପ୍ରମାଣକୁ ବିଚାର କରି ଆଜି ଉମରକୋଟ ଅତିରିକ୍ତ ଜିଲା ତଥା ଦୌରାଜଜ୍ ସୁନୀଲ କୁମାର ଦାସ ଅଭିଯୁକ୍ତ ଚୈତନ୍ୟନାଗ ହରିଜନକୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି। ସୂଚନା ଅନୁଯାୟୀ ନବରଙ୍ଗପୁର ଥାନା ତୋଟାସାହି ଅନ୍ତର୍ଗତ ଚୈତନ୍ୟ ନାଗ ଉମରକୋଟ ମୁନିସିପାଲିଟି ଅଧିନସ୍ଥ ଚଢେଇଗୁଡା ଗ୍ରାମର ସୁରେଶ ହରିଜନଙ୍କ ଝିଅ ପିଙ୍କି ହରିଜନଙ୍କୁ ୨୦୧୨ରେ ପ୍ରେମବିବାହ କରିଥିଲେ। ସେହିଦିନ ଠାରୁ ପିଙ୍କି ନିଜ ସ୍ୱାମୀ ଙ୍କ ସହ ନବରଙ୍ଗପୁର ତୋଟାସାହି ରେ ରହିଆସୁଥିଲେ। ଶାରରୀକ ଓ ମାନସିକ ଯନ୍ତ୍ରଣା ସହି ନପାରି ୨୦୧୫ ମସିହାରେ ନିଜ ମା’ ଘର ଚଢେଇଗୁଡା ଗ୍ରାମକୁ ଚାଲି ଆସିଥିଲା ପିଙ୍କି। ସେପଟେ ଅଭିଯୁକ୍ତ ସ୍ୱାମୀ ଚୈତନ୍ୟ କୋରାପୁଟକୁ କାମ ଖୋଜିବାକୁ ଯାଇଥିଲା।

 

- Advertisement -

୨୦୧୫ ମସିହା ଜୁନ ମାସ ୨୪ତାରିଖ ଦିନ ଚୈତନ୍ୟ ଚଢେଇଗୁଡା ଗ୍ରାମକୁ ଆସି ପିଙ୍କିକୁ ନିଜ ସାଥିରେ ନେଇଚାଲି ଯାଇଥିଲା। ୨୫ତାରିଖ ଅର୍ଥାତ ତା ପରଦିନ ପିଙ୍କିର କ୍ଷତାକ୍ତ ମୃତଦେହ ଉମରକୋଟ ମିକ୍ସଫାର୍ମ ନିକଟସ୍ଥ କେନାଲ ନିକଟରେ ମିଳିଥିଲା। ଡାକ୍ତରୀ ମାଇନାରେ ପିଙ୍କିକୁ ବେକ ଚିପି ଦେବାରୁ ମୃତ୍ୟୁ ଘଟିଛି ବୋଲି ରିପୋର୍ଟ ଆସିଥିଲା। ଏତଲା ଓ ୨୦ ଟି ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି ଆଜି ଅତିରିକ୍ତ ଜିଲା ଜଜ୍ ଶ୍ରୀ ଦାସ ଅଭିଯୁକ୍ତ ସ୍ବାମୀକୁ ଆଜୀବନ କାରାଦଣ୍ଡାଦେଶ ଶୁଣାଣି କରିଛନ୍ତି। ଏତଲାକାରୀ ପକ୍ଷରୁ ସରକାରୀ ଓକିଲ ଝଡ଼େଶ୍ୱରୀ ମହାନ୍ତି ଓ ଅଭିଯୁକ୍ତ ପକ୍ଷରୁ ଆଇନଜୀବୀ ବାଳକୃଷ୍ଣ ପାତ୍ର ମକଦ୍ଦମା ପରିଚାଳନା କରୁଥିଲେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories