www.samajalive.in
Sunday, December 14, 2025
26.1 C
Bhubaneswar

୧୦ମ ରାଜ୍ୟସ୍ତରୀୟ ଟୁନୂ ପଣ୍ଡା ମେମୋରିଆଲ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ରେଙ୍ଗାଲିକ୍ୟାମ୍ପ: ଅତାବିରା ଏନ୍ ଏ ସି ସ୍ଥିତ ଦୁର୍ଗା ମନ୍ଦିର ନିକଟରେ ଦଶମ ତମ ରାଜ୍ୟସ୍ତରୀୟ ଟୁନୁ ପଣ୍ଡା ମେମୋରିଆଲ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇଯାଇଛି। ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଏହାକୁ ଉଦଘାଟନ କରିଥିଲେ। ବ୍ଲକ ଅଧ୍ୟକ୍ଷା ରିତା ସାହୁ, ଏନ୍ ଏ ସି ଅଧ୍ୟକ୍ଷା ଦୀପାଞ୍ଜଳୀ୍ ଭୋରାସାଗର୍, ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଶ୍ଵନାଥ ସାହୁ, ତହସିଲଦାର ସୌଭାଗ୍ୟ ବେହେରା, ଫକୀର କର୍ଣ୍ଣ, ଅତାବିରା କ୍ରୀଡା ଆସୋସିଏସନର ସଭାପତି ସିଦ୍ଧାର୍ଥ ଶଙ୍କର ପଣ୍ଡା, ସମ୍ପାଦକ ଜିତେନ୍ଦ୍ର କୁମାର ଦାଶ, ମୁଖ୍ୟ ଉପଦେଷ୍ଟା ପାର୍ଥ ସାରଥି ପଣ୍ଡା ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ଥିଲେ। ନିମନ୍ତ୍ରିତ ଅତିଥିମାନଙ୍କ ଦ୍ଵାରା ପ୍ରଥମେ ସ୍ବର୍ଗତ ଟୁନୁ ପଣ୍ଡାଙ୍କ ଫଟୋଚିତ୍ରରେ ଦୀପ ପ୍ରଜ୍ବଳନ ପୂର୍ବକ ଶ୍ରଦ୍ଧା ସୁମନ ଅର୍ପଣ କରାଯାଇଥିଲା। ଅତିଥିମାନଙ୍କୁ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥଲା। ଆର୍ ଏସ ବି କ୍ରିଷ୍ଣା ମଞ୍ଚ ପରିଚାଳନା କରିଥିଲେ।

ଦୀର୍ଘ ଦଶ ବର୍ଷ ଧରି ଏହି ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଆସୁଛି ।ଏହି ଟୁର୍ଣ୍ଣାମେଣ୍ଟରେ ଖେଳ ଆରମ୍ଭ କରି ଅତାବିରା ମାଟିର ଗୌରବ ପ୍ରମୋଦ ଭଗତ ପାରା ବ୍ୟାଡମିଣ୍ଟନ ଖେଳାଳି ଭାବରେ ସ୍ଵର୍ଣ୍ଣ ପଦକ ଜିତି ବିଶ୍ଵ ଦରବାରରେ ଅଞ୍ଚଳକୁ ପରିଚିତ କରିଛନ୍ତି। କିନ୍ତୁ ଆଜିଯାଏଁ ଅତାବିରାରେ ଇଣ୍ଡୋର ଷ୍ଟାଡିୟମଟିଏ ହୋଇପାରି ନଥିବା ନେଇ ସଭାପତି ଓ ସଂପାଦକ କ୍ଷୋଭ ପ୍ରକାଶ କରିଥିଲେ। ତେଣୁ ବିଧାୟିକା ଓ ତହସିଲଦାର ୧୫ ଦିନ ଭିତରେ ଷ୍ଟାଡିୟମ୍ ପାଇଁ ଚୟନ ହୋଇଥିବା ସ୍ଥାନର ସମସ୍ୟାକୁ ସମାଧାନ କରି ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୪୪ଟି ଦଳ ଏଥିରେ ଅଂଶଗ୍ରହଣ କରି ଖେଳ ପ୍ରଦର୍ଶନ କରିବେ ବୋଲି ଜଣାପଡିଛି। ବାରିପଦା ଓ ପାଟନlଗଡ ମଧ୍ୟରେ ପ୍ରଥମେ ମ୍ୟାଚ୍ ଆରମ୍ଭ ହୋଇ ୮-୨୧ରେ ବାରିପଦା ବିଜୟୀ ହୋଇଥିଲା। ଏହା ବ୍ୟତୀତ ଦର୍ଶକମାନଙ୍କ ପାଇଁ ଖେଳ ସହ ନୃତ୍ୟ ଗୀତର ଆସର ବି ରଖାଯାଇଛି।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories