ଶାଳ ଗଛରେ ଫାଶୀ ଲଗାଇ ଆତ୍ମହତ୍ୟା
ପାଟଣା: ପାଟଣା ବ୍ଲକ ଅନ୍ତର୍ଗତ ମୁଷାଖୋରି ପଞ୍ଚାୟତ ବଡ଼ ଧନୁର୍ଜୟପୁର ଗ୍ରାମର ସୁନିଲ୍ କୁମାର୍ ମହାନ୍ତ (୩୩) ଧାରକରଜ ସହ ପାରିବାରିକ ସମସ୍ୟା କାରଣରୁ ପାଖ ଜଙ୍ଗଲର ଏକ ଶାଳ ଗଛରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ଗତ ସନ୍ଧ୍ୟାରୁ ନିଖୋଜ ଥିବା ସୁନୀଲର ଶବ ୨୨୦ ନମ୍ବର ଜାତୀୟ ରାଜପଥ ପାର୍ଶ୍ବ ଶାଳ ଜଙ୍ଗଲରେ ଝୁଲୁଥିବା ଆଜି ମଧ୍ୟାହ୍ନରେ ଜଣାପଡିଥିଲା। ପାଟଣା ଥାନା ଏସ୍ଆଇ ଶିବ ଶଙ୍କର ଆଲଦା ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହ ଉଦ୍ଧାର କରି ପାଟଣାରେ ବ୍ୟବଚ୍ଛେଦ କରାଇଛନ୍ତି। ଏନେଇ ପାଟଣା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।
Comments are closed.