www.samajalive.in
Sunday, December 14, 2025
23.1 C
Bhubaneswar

ଓଡ଼ିଶା ରାଜ୍ୟ ଜନଜାତି ସଂଗ୍ରହାଳୟକୁ ଭର୍ଚୁଆଲ୍‌ ଟୁର, ମାଲକାନଗିରିର ଦିଦାୟୀ ଜନଜାତିଙ୍କ ଜୀବନଶୈଳୀ ଓ ସଂସ୍କୃତି

ଓଡ଼ିଶା ରାଜ୍ୟ ଜନଜାତି ସଂଗ୍ରହାଳୟକୁ ଭର୍ଚୁଆଲ୍‌ ଟୁର, ମାଲକାନଗିରିର ଦିଦାୟୀ ଜନଜାତିଙ୍କ ଜୀବନଶୈଳୀ ଓ ସଂସ୍କୃତି
ଭୁବନେଶ୍ୱର: ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ବିଭାଗ ପକ୍ଷରୁ ପ୍ରତ୍ୟେକ ରବିବାର ଦିନ ଦର୍ଶକମାନଙ୍କ ନିମନ୍ତେ ରାଜ୍ୟ ଜନଜାତି ସଂଗ୍ରହାଳୟକୁ ଭର୍ଚୁଆଲ୍‌ ଟୁର୍‌ର ବ୍ୟବସ୍ଥା କରାଯାଇଛି। ଡିସେମ୍ବର ୧୯ ତାରିଖ ଦିନ ଦର୍ଶକମାନେ ଫେସ୍‌ବୁକ୍‌ ଓ ଟୁଇଟର ପେଜ୍‌@stscdev, @scstrti ଖୋଲି ମାଲକାନଗିରିର ଦିଦାୟୀ ଜନଜାତିଙ୍କ ଜୀବନଶୈଳୀ ଓ ସଂସ୍କୃତି ସଂପର୍କରେ ଜାଣିପାରିବେ ବୋଲି ଏସ୍‌ସିଏସ୍‌ଟିଆର୍‌ଟିଆଇର ନିର୍ଦ୍ଦେଶକ ପ୍ରଫେସର ଅଖିଳ ବିହାରୀ ଓତା ପ୍ରକାଶ କରିଛନ୍ତି ।

ଦିଦାୟୀ ଜନଜାତି ସଂପ୍ରଦାୟ କେବଳ ଓଡ଼ିଶାରେ ବସବାସ କରୁଥିବାର ଦେଖାଯାଏ। ଅତୀତରେ ଦିଦାୟୀମାନେ ନିଜକୁ ଗଁତ୍ରେ ଭାବେ ମାନୁଥିଲେ। ଓଡ଼ିଶାର ମାଲକାନଗିରି ଜିଲ୍ଲାର କୋଣ୍ଡାକାମ୍‌ବେରୁ ପାର୍ବତ୍ୟାଞ୍ଚଳରେ ଥିବା ପୂର୍ବାଞ୍ଚଳ ଘାଟରେ ଦିଦାୟୀମାନେ ବସବାସ କରିଥାନ୍ତି। ସେମାନଙ୍କର ସଂଖ୍ୟା ଖୁବ୍‌ କମ୍‌। ସେମାନେ ମୁଖ୍ୟତଃ ପୋଡ଼ୁଚାଷ ଓ ଆଦ୍ରଭୂମିରେ ଚାଷ ମଧ୍ୟ କରିଥାନ୍ତି। ଜଙ୍ଗଲଜାତ ଦ୍ରବ୍ୟସଂଗ୍ରହ ଓ ଉଦ୍ୟାନ କୃଷିରୁ ସେମାନେ ଗୁଜୁରାଣ ମେଣ୍ଟାଇଥାନ୍ତି। ସେମାନଙ୍କର କାଳ୍ପନିକ ମତବାଦ ଓ କିମ୍ବଦନ୍ତୀ ତଥ୍ୟଗୁଡ଼ିକ ପ୍ରାୟତଃ ବଣ୍ଡା ଜନଜାତିଙ୍କର ସଂପର୍କକୁ ଦର୍ଶାଇଥାଏ। ଦିଦାୟୀ ଜନଜାତିମାନେ ଏକାଧିକ ଦେବଦେବୀଙ୍କୁ ପୂଜା କରିଥାନ୍ତି। ସେମାନେ ଧରିତ୍ରୀ ମାତାଙ୍କୁ ବିଶ୍ୱାସ କରିବା ସହିତ ବର୍ଷସାରା ବିଭିନ୍ନ ପର୍ବପର୍ବାଣି ପାଳନ କରିଥାନ୍ତି।

Hot this week

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

Related Articles

Popular Categories