ରୋହିଙ୍ଗ୍ୟା ଶରଣାର୍ଥୀ ପ୍ରସଙ୍ଗ : ବିସ୍ତୃତ ରିପୋର୍ଟ ଦାଖଲ ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

0

ନୂଆଦିଲ୍ଲୀ : ଭାରତରେ ବିଭିନ୍ନ ରାଜ୍ୟର ଶିବିରଗୁଡ଼ିକରେ ଆଶ୍ରୟ ନେଇଥିବା ରୋହିଙ୍ଗ୍ୟା ଶରଣାର୍ଥୀଙ୍କ ସମ୍ପର୍କରେ ବିସ୍ତୃତ ରିପୋର୍ଟ ଦାଖଲ କରିବାକୁ କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଅତ୍ୟନ୍ତ ଅସ୍ୱାସ୍ଥ୍ୟକର ଅବସ୍ଥାରେ ରୋହିଙ୍ଗ୍ୟା ଶରଣାର୍ଥୀମାନେ ରହୁଥିବା ସଂକ୍ରାନ୍ତୀୟ ଏକ ଆବେଦନର ଶୁଣାଣି କରି ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ କେନ୍ଦ୍ର ସରକାରଙ୍କୁ ଏହି ନିର୍ଦ୍ଦେଶ ଦେଇଛନ୍ତି । ରୋହିଙ୍ଗ୍ୟା ଶରଣାର୍ଥୀଙ୍କୁ ଉପଯୁକ୍ତ ସୁବିଧା ଯୋଗାଇଦେବା ସକାଶେ କେନ୍ଦ୍ର ସରକାରଙ୍କ ସମେତ ହରିୟାଣା, ରାଜସ୍ଥାନ, ଜମ୍ମୁ-କାଶ୍ମୀର ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ ସୁପ୍ରିମକୋର୍ଟରେ ଦାଖଲ ଏକ ଆବେଦନରେ ଅନୁରୋଧ କରାଯାଇଥିଲା । ନିକଟ ଅତୀତରେ ଅସ୍ୱାସ୍ଥ୍ୟକର ପରିସ୍ଥିତି ଯୋଗୁଁ କେତେଜଣ ଶରଣାର୍ଥୀଙ୍କ ମୃତ୍ୟୁ ହୋଇଥିବା ନେଇ ଆବେଦନରେ ଦର୍ଶାଯାଇଥିଲା । ମ୍ୟାଁମାରର ରାଖିନେ ରାଜ୍ୟରେ ସଙ୍ଘଟିତ ହିଂସାକାଣ୍ଡ ଯୋଗୁଁ ସେଠାରୁ ଅନେକ ରୋହିଙ୍ଗ୍ୟା ଶରଣାର୍ଥୀ ଭାରତ ପଳାଇ ଆସି ଜାମ୍ମୁ, ହାଇଦ୍ରାବାଦ, ହରିୟାଣା, ଉତ୍ତରପ୍ରଦେଶ, ଦିଲ୍ଲୀ ଏନ୍‍ସଆର୍‍ ଏବଂ ରାଜସ୍ଥାନରେ ଆଶ୍ରୟ ନେଇଛନ୍ତି ।

Leave A Reply