www.samajalive.in
Sunday, December 14, 2025
14.1 C
Bhubaneswar

ବିଦେଶରେ ରହୁଛନ୍ତି ୧ କୋଟି ୩୫ ଲକ୍ଷ ଭାରତୀୟ

୧ କୋଟି ୩୫ ଲକ୍ଷ ଭାରତୀୟ ବିଭିନ୍ନ ଦେଶରେ ବସବାସ କରୁଥିବା କେନ୍ଦ୍ର ସରକାର କହିଛନ୍ତି। ସେମାନଙ୍କ ମଧ୍ୟରୁ ୮୮ଲକ୍ଷ କେବଳ ଉପସାଗରୀୟ ଦେଶ ଗୁଡ଼ିକରେ ବାସ କରୁଛନ୍ତି। ଲୋକସଭାରେ ଏକ ଲିଖିତ ଉତ୍ତରରେ ବୈଦେଶିକ ବିଭାଗ ରାଷ୍ଟ୍ରମନ୍ତ୍ରୀ ଭି. ମୁରଲୀଧରନ୍‍ କହିଛନ୍ତି, ସରକାର ପ୍ରବାସୀ ଭାରତୀମାନଙ୍କ ସୁରକ୍ଷା ଓ ନିରାପତ୍ତାକୁ ଅଗ୍ରାଧିକାର ଦେଉଛନ୍ତି। ସେ କହିଛନ୍ତି, ଇ-ମାଇଗ୍ରେଟ୍‍ ପୋର୍ଟାଲ୍‍ ମାଧ୍ୟମରେ ସରକାର ବିଦେଶରେ କାର୍ଯ୍ୟରତ ଭାରତୀୟ ଶ୍ରମିକମାନଙ୍କ ସମ୍ବନ୍ଧରେ ତଥ୍ୟ ରଖୁଛନ୍ତି।

ସେ କହିଛନ୍ତି, ବିଭିନ୍ନ ନକଲି ଏଜେନ୍ସି ସମେତ ଅଭିଯୋଗଗୁଡ଼ିକର ପଞ୍ଜିକରଣ କରାଯାଉଛି। ମନ୍ତ୍ରୀ କହିଛନ୍ତି, ଏ କ୍ଷେତ୍ରରେ ମନ୍ତ୍ରଣାଳୟ ଓ ବିଦେଶରେ ଥିବା ଦୂତାବାସଗୁଡ଼ିକ ଦ୍ୱାରା ଠିକ୍‍ ସମୟରେ ପଦକ୍ଷେପ ନିଆଯାଇ ଆପତ୍ତି ଅଭିଯୋଗଗୁଡ଼ିକର ସମାଧାନ କରାଯାଉଛି। ମନ୍ତ୍ରୀ ପୁଣି କହିଛନ୍ତି, ବହୁ ନକଲି ସଂସ୍ଥା ବିଷୟରେ ମନ୍ତ୍ରଣାଳୟର ଦୃଷ୍ଟି ଆକର୍ଷଣ କରାଯାଇଛି।

Hot this week

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

ଜିଲାପାଳଙ୍କୁ ମୁଣ୍ଡିଆ ମାରି ଧାନ କିଣିବାକୁ ଗୁହାରି

ପଦ୍ମପୁର : ଧାନକିଣାରେ ବ୍ୟାପକ ଅବ୍ୟବସ୍ଥା ପଦ୍ମପୁର ଉପଖଣ୍ଡ ଚାଷୀଙ୍କ ଅସନ୍ତୋଷର...

ସାପ୍ତାହିକ ରାଶିଫଳ: ଏହି ଦୁଇ ରାଶି ସତର୍କ ରୁହନ୍ତୁ

ମେଷ: ରବିବାର ଓ ସୋମବାର କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ। ନୂତନ କାର୍ଯ୍ୟ ପାଇଁ...

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

Related Articles

Popular Categories