ଗୋପାଳପୁର: ଗୋପାଳପୁର କଲେଜରେ ଆଜି ରାଜନୀତି ବିଜ୍ଞାନ ବିଭାଗର ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା।ଏଥିରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ର ଅବସରପ୍ରାପ୍ତ ରାଜନୀତି ବିଜ୍ଞାନ ବିଭାଗର ପ୍ରଫେସର ଡ଼ଃ ବିଷ୍ଣୁ ଚରଣ ଚୋୖଧୁରୀ,କଲେଜ ଅଧ୍ୟକ୍ଷ ଡ଼. ବିପ୍ରଚରଣ ମହାଙ୍କୁଡ଼, ରାଜନୀତି ବିଜ୍ଞାନ ବିଭାଗ ର ମୁଖ୍ୟ ଡ଼ଃ ରାମଚନ୍ଦ୍ର ଜେନା, ଡ଼ଃ ପିତାମ୍ବର ବିଷୋୟୀ , ପ୍ରସାଶନିକ ଅଧିକାରୀ ଲକ୍ଷ୍ମଣ ପାଳ ପ୍ରମୁଖ ମଞ୍ଚାସିନ ଥିଲେ ।ଏହି ଅବସରରେ ଶୀର୍ଷକ “ମାନବିକ ଅଧିକାର ଓ ଏହାର ଉଲଘଂନ” ଉପରେ ଆଲୋଚନା ହୋଇଥିଲା।
ଆଲୋଚନା ଚକ୍ରରେ ଯୋଗ ଦେଇଥିବା ମୁଖ୍ୟ ଅତିଥି ଡ଼ ଚୈଧୁରୀ କହିଥିଲେ ଯେ ମାନବିକ ଅଧିକାରର ଗୁରୁତ୍ଵ ଏବଂ ଏହାର ଉଲଂଘନର ପ୍ରତିକାର ବିଷୟରେ ଆଲୋକପାତ କରିଥିଲେ। ରାଜନୀତି ବିଜ୍ଞାନ ବିଭାଗ ର ମୁଖ୍ୟ ଡ଼ଃ ରାମଚନ୍ଦ୍ର ଜେନା ଉକ୍ତ କାଯ୍ୟକ୍ରମକୁ ସଭାପତିତ୍ୱ କରିଥିଲେ। ଶେଷ ବର୍ଷର ଛାତ୍ର ଜିତେଶ ଶତପଥୀ ଅତିଥିଙ୍କୁ ସ୍ୱାଗତ କରିଥିବା ବେଳେ ଡ଼ଃ ପିତାମ୍ବର ବିଷୋୟୀ ଅତିଥି ପରିଚୟ ପ୍ରଦାନ କରିଥିଲେ। ଛାତ୍ରୀ ସୁଭଦ୍ରା ସାବତ ଓ ଜିତେଶ ଶତପଥୀ ସନ୍ଧର୍ଭ ପାଠ କରିଥିଲେ। ଏହି ଅବସରରେ ନବାଗତକୁ ସ୍ୱାଗତ କରାଯିବା ସହ ପୁରାତନ ଛାତ୍ରଙ୍କୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିଲା। ଉକ୍ତ କାଯ୍ୟକ୍ରମରେ ଡ଼ଃ ଆଶୁତୋଷ ଷଡ଼ଙ୍ଗୀ, ଡ଼ଃ ମନୋଜ ପଟ୍ଟନାୟକ, ଡ଼ଃ ଗିରିଶ ଚନ୍ଦ୍ର ବେହେରା ,ଡ଼ଃ ରଶ୍ମିତା ପାତ୍ର, ଡ଼ଃ ଚଂଚଳା ଜେନା, ଏସରୂପ ଲକ୍ଷ୍ମୀ ଜି ଗଣେଶ ପ୍ରମୁଖ ସହଯୋଗ କରିଥିଲେ। ଶେଷରେ ଅଧ୍ୟାପକ ବିଏନଜେ ରାୟ ଧନ୍ୟବାଦ ଅର୍ପଣ କରିଥିଲେ।



