ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ମଙ୍ଗଳ ବିଭାଗ ତରଫରୁ ଏଥରର ସର୍ଗିଫୁଲ ଭିନ୍ନ ଧରଣର କରାଯିବାକୁ ନିଷ୍ପତି ନିଆଯାଇଛି । ଷଷ୍ଠ ଶ୍ରେଣୀ ଠାରୁ ଉଚ୍ଚ ମାଧ୍ୟମିକ ଶ୍ରେଣୀ ପର୍ୟ୍ୟନ୍ତ ଛାତ୍ର ଛାତ୍ରୀ ନିଜ ନିଜ ବିଦ୍ୟାଳୟରେ ହିଁ ସମସ୍ତ ବର୍ଗ ପ୍ରତିଯୋଗିତା ପାଇଁ ଭାଗ ନେବେ। ଆଜାଦି କା ଅମୃତ ମହୋତ୍ସବ ବିଷୟ ଉପରେ ଆଧାରିତ ପ୍ରତିଯୋଗିତାରେ ଏକକ ଗୀତ, ନୃତ୍ୟ, ଚିତ୍ରଙ୍କନ, କବିତା ଲିଖନ,ଭାଷଣ, ସ୍ଲୋଗାନ ଲିଖନ, ସୃଜନଶୀଳ ଲିଖନ, ବାଦ୍ୟ ଯନ୍ତ୍ର ପରିଚାଳନା, ଝୋଟି ପ୍ରତିଯୋଗିତା, ଦଳଗତ ନୃତ୍ୟ ପ୍ରଯୋଗିତା ସମେତ ବିଜ୍ଞାନ ପ୍ରୋଜେକ୍ଟ କୁ ସାମିଲ କରାଯାଇଛି।
ଜିଲାପାଳ ଡକ୍ଟର କମଳ ଲୋଚନ ମିଶ୍ରଙ୍କ ଅନୁମୋଦନ କ୍ରମେ ଜିଲ୍ଲା ମଙ୍ଗଳ ଅଧିକାରୀ ସ୍ମୃତିରଞ୍ଜନ ସାମନ୍ତରାୟଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିରେ ଜିଲ୍ଲା ଶିକ୍ଷା ଅଧିକାରୀ, ସମ୍ବନିତ ଆଦିବାସୀ ଉନ୍ନୟନ ସଂସ୍ଥାର ସ୍ବତନ୍ତ ଅଧିକାରୀ, ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଉମରକୋଟ, ପ୍ରଧାନ ଶିକ୍ଷକ ସୁକାନ୍ତ ସ୍ୱାଇଁ, ପ୍ରଧାନ ଶିକ୍ଷକ ତୁମନାଥ ନାୟକ, ଅଧ୍ୟାପକ ସନ୍ତୋଷ କୁମାର ଷଡ଼ଙ୍ଗୀ ଏବଂସହକାରୀ ଶିକ୍ଷକ ମନୋଜ କୁମାର ପଟ୍ଟନାୟକଙ୍କୁ ନେଇ ଏକ ଆଠ ଜଣିଆକମିଟି ଗଠନ କରାଯାଇଛି । କୋବିଡ଼ ନିୟମ ପ୍ରକାରେ ଏ ସମସ୍ତ କାର୍ୟ୍ୟକ୍ରମ ହେବ।ଏହି ପ୍ରତିଯୋଗିତା ଗୁଡିକ ଫୋନ କିମ୍ବା କେମେରା ରେ ରେକର୍ଡ କରାଯାଇ,ସମ୍ପୃକ୍ତ ଭିଡ଼ିଓଟିକୁ ପେନ ଡ୍ରାଇଭ ରେ ଆଣି ଜିଲ୍ଲା କାର୍ୟ୍ୟାଳୟରେ ଦାଖଲ କରିବାକୁ ନିର୍ଦିଷ୍ଟ ସମୟସୀମା ଧାର୍ୟ୍ୟ କରାଯାଇଛି। ଶେଷରେ ଜିଲ୍ଲା ସଦର ମହକୁମାରେ ଅବସ୍ତିତ ହିରଲି ଏକଲବ୍ୟ ବିଦ୍ୟାଳୟରେ ଜିଲ୍ଲା ମୁଖ୍ୟ କମିଟି ଦ୍ୱାରା ଗଠିତ ବିଚାରକ ମଣ୍ଡଳୀ ଏହାର ତଦାରଖ କରି ସମସ୍ତ ବର୍ଗର ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀଙ୍କ ନାମ ପ୍ରଦାନ କରିବେ।
ବିଜ୍ଞାନମେଳା ନିମନ୍ତେ ଆସିଥିବା ଭିଡ଼ିଓ ରେକଡ଼ିଂଗୁଡିକ କଲେଜର ଅଧ୍ୟାପକଙ୍କ ଦ୍ୱାରା ବିଚାର ହୋଇ କୃତକାର୍ୟ୍ୟ ହୋଇଥିବା ତିନିଗୋଟି ବିଦ୍ୟାଳୟ ର ନାମ ସହଏଥିରେ ଭାଗ ନେଇଥିବା ଛାତ୍ର ଛାତ୍ରୀ ମାନଙ୍କର ତାଲିକା ଜିଲ୍ଲା କାର୍ୟ୍ୟାଳୟ ରେ ଦାଖଲ କରିବେ। ସର୍ଗିଫୁଲ ପ୍ରତିଯୋଗିତାରେ ଯେଉଁମାନେ କୃତକାର୍ୟ୍ୟ ହେବେ ସେମାନେ ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବେ। ଉକ୍ତ କାର୍ୟ୍ୟକ୍ରମର ସଫଳ ରୂପାୟନ ନିମନ୍ତେ ଜିଲ୍ଲାପାଳ ଡକ୍ଟର କମଳ ଲୋଚନ ମିଶ୍ର, ମଙ୍ଗଳ ବିଭାଗର ସମସ୍ତ ଛାତ୍ରଛାତ୍ରୀଙ୍କୁ ଶୁଭେଛା ଜଣାଇଛନ୍ତି। ପ୍ରଥମରୁ ପଞ୍ଚମ ପର୍ୟ୍ୟନ୍ତ ଛାତ୍ରଛାତ୍ରୀ ଅନ ଲାଇନ ମଧ୍ୟମାରେ ଏ ସମସ୍ତ ପ୍ରତିଯୋଗିତାରେ ଭାଗ ନେବେ ବୋଲି ଜିଲ୍ଲାସ୍ତରୀୟ କମିଟି ସଦସ୍ୟ ମନୋଜ କୁମାର ପଟ୍ଟନାୟକ ସୂଚନା ଦେଇଛନ୍ତି। ଏହି ସମସ୍ତ କାର୍ୟ୍ୟକ୍ରମକୁ ପରିଚାଳନା କରିବାରେ ଜିଲ୍ଲା କାର୍ୟ୍ୟାଳୟର ବରିଷ୍ଠ କିରାଣୀ ଜିତେନ୍ଦ୍ର ଚୌଧୁରୀ ଏବଂ ପ୍ରକାଶ ବାରିକ ସହଯୋଗ କରୁଛନ୍ତି।



