www.samajalive.in
Saturday, December 6, 2025
26.1 C
Bhubaneswar

ଗୋଷ୍ଠୀ ସ୍ତରୀୟ ଯକ୍ଷ୍ମା ସଚେତନତା କାର୍ଯ୍ୟକ୍ରମ

ବାଙ୍କୀ: ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଆନୁକୂଲ୍ୟରେ ଗୋଷ୍ଠୀ ସ୍ତରୀୟ ଯକ୍ଷ୍ମା ସଚେତନତା କାର୍ଯ୍ୟକ୍ରମ ସୁବର୍ଣ୍ଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିଚାଳନାରେ କଦଳୀବାଡି ପଞ୍ଚାୟତ ଓ କନ୍ତପହଁରା ପଞ୍ଚାୟତର ଉପସ୍ୱାସ୍ଥ୍ୟକେନ୍ଦ୍ରରେ ଅନୁଷ୍ଠିତ ହୋଇଯାଇଛି। କଦଳୀବାଡି ଉପସ୍ୱାସ୍ଥ୍ୟକେନ୍ଦ୍ର ଠାରେ ବୁଧବାର ଦିନ ଅନୁଷ୍ଠିତ ସଚେତନତା କାର୍ଯ୍ୟକ୍ରମରେ ଏ.ଏନ.ଏମ ଶାନ୍ତିଲତା ଦେବୀ, ସ୍ୱାସ୍ଥ୍ୟ ପରିଦର୍ଶକ ମାନଭଞ୍ଜନ ଦଳାଇ, ଆଶା ଲିଲି ରଣା ଏବଂ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଜନସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ପ୍ରଦୀପ୍ତ କୁମାର ସାହୁ ଯୋଗଦେଇ ଯକ୍ଷ୍ମା ରୋଗକୁ ସମ୍ପୂର୍ଣ୍ଣ ଦୂରେଇ ଦେବାପାଇଁ ରୋଗୀମାନେ ଯଥା ସମୟରେ ୬ମାସ ପର୍ଯ୍ୟନ୍ତ ଡଟ୍‍ସ ସେବନ କଲେ ରୋଗୀ ରୋଗମୁକ୍ତ ହେବ ବୋଲି ଆଲୋକପାତ କରିଛନ୍ତି।

କାର୍ଯ୍ୟକ୍ରମରେ ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟ, ଗ୍ରାମବାସୀ ଓ ପଞ୍ଚାୟତ ଅନ୍ତର୍ଗତ ଚିକିତ୍ସାଧିନ ଥିବା ରୋଗୀ ମାନେ ଉପସ୍ତିତ ଥିଲେ। ଯକ୍ଷ୍ମା ରୋଗର ଆରୋଗ୍ୟ ପାଇଁ ୬ମାସ ପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମାଗଣାରେ ଔଷଧ ଯୋଗାଇ ଦିଆଯାଉଥିବା ସମ୍ପର୍କରେ ଆଲୋଚନା କରାଯାଇଛି। ଦେଶକୁ ସମ୍ପୂର୍ଣ୍ଣ ଯକ୍ଷ୍ମା ମୁକ୍ତ କରିବା ପାଇଁ ଜନସାଧାରଣଙ୍କର ସହଯୋଗ ଜରୁରୀ ବୋଲି ଆଲୋଚନା କରାଯାଇଛି। ଗ୍ରାମରେ ଯକ୍ଷ୍ମା ଲକ୍ଷଣ ଥିବା ବ୍ୟକ୍ତି ଆଶା କର୍ମୀଙ୍କ ସହାୟତାରେ ଡାକ୍ତରଖାନାକୁ ଯାଇ କଫ ପରୀକ୍ଷା କରି ରୋଗ ଚିହ୍ନଟ ହେଲେ ନିୟମିତ ୬ମାସ ପର୍ଯ୍ୟନ୍ତ ମାଗଣା ଡଟ୍‍ସ ବଟିକା ଖାଇବା ପାଇଁ ଆହ୍ୱାନ ଦିଆଯାଇଛି।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories